Cheetah: କୁନୋ ଜଙ୍ଗଲରେ ବଢ଼ିବ ଚିତାବାଘଙ୍କ ସଂଖ୍ୟା, ୨୦୨୭ ସୁଦ୍ଧା ଟାର୍ଗେଟ୍ ୮୦

Nov 26, 2026 - 22:55
Cheetah: କୁନୋ ଜଙ୍ଗଲରେ ବଢ଼ିବ ଚିତାବାଘଙ୍କ ସଂଖ୍ୟା, ୨୦୨୭ ସୁଦ୍ଧା ଟାର୍ଗେଟ୍ ୮୦

ଭାରତର ଜଙ୍ଗଲରେ ପୁଣିଥରେ ଚିତାଙ୍କ ଉପସ୍ଥିତି ବଢ଼ିବାରେ ଲାଗିଛି।

ମଧ୍ୟପ୍ରଦେଶ ର କୁନୋ ଜାତୀୟ ଉଦ୍ୟାନ ଏବେ ଚିତା ପୁନଃଥଇଥାନ କାର୍ଯ୍ୟକ୍ରମର ମୁଖ୍ୟ କେନ୍ଦ୍ର ପାଲଟିଛି।

ଚିତାଙ୍କ ସଂଖ୍ୟା ବଢ଼ାଇବା ସହ ସେମାନଙ୍କ ପାଇଁ ଏକ ସ୍ୱାଭାବିକ ପ୍ରଜନନ ବ୍ୟବସ୍ଥା ଗଠନ କରିବା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି।

ଆକଳନ ଅନୁଯାୟୀ, ୨୦୨୭ ଶେଷ ସୁଦ୍ଧା କୁନୋରେ ଚିତାଙ୍କ ସଂଖ୍ୟା ୮୦ରେ ପହଞ୍ଚିପାରେ।

ଏହା ଭାରତର ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ସଫଳତା ହେବ।

Advertisment କୁନୋ ପ୍ରଶାସନର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଭାରତରେ ମୋଟ ଚିତାଙ୍କ ସଂଖ୍ୟା ୫୯ରେ ପହଞ୍ଚିଛି।

ସେଥିମଧ୍ୟରୁ ୪୦ଟି ଚିତା ଭାରତୀୟ ମାଟିରେ ଜନ୍ମ ନେଇଛନ୍ତି।

ଏହି ୫୯ଟି ଚିତାଙ୍କ ମଧ୍ୟରୁ ୫୩ଟି କୁନୋ ଜାତୀୟ ଉଦ୍ୟାନରେ, ୪ଟି ଗାନ୍ଧୀ ସାଗର ଅଭୟାରଣ୍ୟରେ ଏବଂ ୨ଟି ବୀରାଙ୍ଗନା ଦୁର୍ଗାବତୀ ଟାଇଗର ରିଜର୍ଭରେ ରହିଛନ୍ତି।

ଭାରତରେ ଏହି ବିଲୁପ୍ତପ୍ରାୟ ପ୍ରଜାତିର ବଂଶବୃଦ୍ଧି ପାଇଁ ଏହା ଏକ ଉତ୍ସାହଜନକ ସଙ୍କେତ।

ଚିତା ପୁନଃଥଇଥାନ କାର୍ଯ୍ୟକ୍ରମ ଆସନ୍ତା ୨୦୨୭ ଶେଷ ସୁଦ୍ଧା କୁନୋରେ ପ୍ରାୟ ୧୦ଟି ମାଈ ଚିତା ପ୍ରଜନନକ୍ଷମ ହୋଇପାରନ୍ତି ବୋଲି ଅଧିକାରୀମାନେ ଆକଳନ କରିଛନ୍ତି।

ପ୍ରତ୍ୟେକ ମାଈ ଚିତା ହାରାହାରି ୩ଟି ଶାବକ ଜନ୍ମ ଦେଲେ ପ୍ରାୟ ୩୦ଟି ନୂଆ ଚିତା ଏହି ପରିବାରରେ ସାମିଲ ହୋଇପାରିବେ।

ଫଳରେ କୁନୋରେ ଚିତାଙ୍କ ସଂଖ୍ୟା ୫୩ରୁ ବଢ଼ି ୮୦ରେ ପହଞ୍ଚିବାର ସମ୍ଭାବନା ରହିଛି।

ବର୍ତ୍ତମାନ କୁନୋରେ ଦୁଇ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସର ୧୨ଟି ମାଈ ଚିତା ରହିଛନ୍ତି।

ସେମାନଙ୍କ ମଧ୍ୟରୁ ୫ଟି ମାଈ ଚିତା ୨୦୨୬ରେ ଶାବକ ଜନ୍ମ ଦେଇସାରିଛନ୍ତି।

କେବଳ ୨୦୨୭ ନୁହେଁ, ୨୦୨୮-୨୯ ବେଳକୁ ଚିତାଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶା ରହିଛି।

ସେହି ସମୟ ସୁଦ୍ଧା ଭାରତରେ ଜନ୍ମ ନେଇଥିବା ଅନେକ ମାଈ ଚିତା ପରିପକ୍ୱ ହୋଇ ପ୍ରଜନନ କରିବାକୁ ସକ୍ଷମ ହୋଇପାରିବେ।

ଆକଳନ ଅନୁଯାୟୀ, ସେତେବେଳକୁ ପ୍ରାୟ ୩୦ଟି ମାଈ ଚିତା ପ୍ରଜନନ କରିବାର କ୍ଷମତା ହାସଲ କରିପାରନ୍ତି।

ତେଣୁ ଚିତାଙ୍କ ସଂଖ୍ୟା ବୃଦ୍ଧି ସହ ସେମାନଙ୍କ ପାଇଁ ଏକ ସ୍ଥାୟୀ ଓ ସ୍ୱାଭାବିକ ପରିବେଶ ସୃଷ୍ଟି କରିବା ହେଉଛି ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ।

Vantara: ମାଡାଗାସ୍କର ସହ ବନତାରାର ୧୦ ବର୍ଷିଆ ଚୁକ୍ତି କୁନୋ ଜାତୀୟ ଉଦ୍ୟାନରେ ଏଯାଏଁ ୧୪ଟି ପର୍ଯ୍ୟାୟରେ ମୋଟ ୫୮ଟି ଚିତା ଶାବକ ଜନ୍ମ ନେଇଛନ୍ତି।

ସେଥିମଧ୍ୟରୁ ୪୦ଟି ବଞ୍ଚି ରହିଛନ୍ତି।

ଅର୍ଥାତ୍ ଶାବକମାନଙ୍କ ବଞ୍ଚିବା ହାର ପ୍ରାୟ ୬୯ ପ୍ରତିଶତ ରହିଛି।

ତେବେ ଖୋଲା ଜଙ୍ଗଲ ରେ ଜନ୍ମ ନେଉଥିବା ଶାବକଙ୍କ ପାଇଁ ପରିସ୍ଥିତି ଅଧିକ ଚ୍ୟାଲେଞ୍ଜପୂର୍ଣ୍ଣ।

ଅନ୍ୟ ହିଂସ୍ର ଜନ୍ତୁଙ୍କ ଆକ୍ରମଣ ଓ ପ୍ରାକୃତିକ ବିପଦ ସେମାନଙ୍କ ବଞ୍ଚିବାରେ ବାଧା ସୃଷ୍ଟି କରିପାରେ।

ତେଣୁ କେବଳ ସଂଖ୍ୟା ବୃଦ୍ଧି ନୁହେଁ, ବରଂ ଚିତାମାନେ ନିଜେ ପ୍ରଜନନ କରି ଜଙ୍ଗଲରେ ଏକ ସ୍ଥାୟୀ ଜନସଂଖ୍ୟା ଗଠନ କରିବା ହେଉଛି ଭାରତର ଚିତା ପୁନଃଥଇଥାନ ଅଭିଯାନର ପରବର୍ତ୍ତୀ ବଡ଼ ପରୀକ୍ଷା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)