Chaushathi Yogini Peetha: ଚଉଷଠୀ ଯୋଗିନୀ ପୀଠର ବିକାଶ ପ୍ରସଙ୍ଗ: ସରିଲା ଜମି ଅଧିଗ୍ରହଣ, ଆରମ୍ଭ ହେଲାନି ନିର୍ମାଣ
"ବାଲିଅନ୍ତା: "ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି" ନ୍ୟାୟରେ ହୀରାପୁର ଚଉଷଠୀ ଯୋଗିନୀ ପୀଠର ବିକାଶ କାମ ବିଳମ୍ବିତ ହୋଇଚାଲିଛି।
ପର୍ଯ୍ୟଟନ ବିଭାଗ ୨୩କୋଟି ଟଙ୍କା ମଞ୍ଜୁର କରିସାରିବା ପରେ ବି ପ୍ରକଳ୍ପ ନିର୍ମାଣ ପାଇଁ ଇଟା ଖଣ୍ଡେ ପଡ଼ିପାରିନାହିଁ।
ଆରମ୍ଭରୁ ଘରୋଇ ଜମି ଅଧିଗ୍ରହଣ ସମସ୍ୟା ପାଇଁ ଏହି ପ୍ରକଳ୍ପ ଝୁଣ୍ଟିଲା।
ବହୁ ଘଣ୍ଟାଚକଟା ପରେ ଜମି ଅଧିଗ୍ରହଣ ସରିଲା।
ଜମି ମାଲିକମାନେ ଏହି ପ୍ରକଳ୍ପ ପାଇଁ ଜମି ଦେବାକୁ ରାଜି ହେଲେ।
କିନ୍ତୁ ସବୁ ଜମି ମାଲିକଙ୍କୁ ଟଙ୍କା ମିଳିପାରିନି ବୋଲି କାମ ଅଟକି ରହିଛି।
Advertisment ସୃଜନଶୀଳତା ପ୍ରଦର୍ଶନ କରିବେ ବୟସ୍କ: ରାଜ୍ୟରେ ଆୟୋଜିତ ହେବ ବୟୋଜ୍ୟେଷ୍ଠ ଉତ୍ସବ ଚଳିତବର୍ଷ ଜାନୁଆରି ମାସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଚଉଷଠୀ ପୀଠ ପରିଦର୍ଶନ କରିବା ସହ ଏହାର ବିକାଶ ପାଇଁ ୨୩ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ।
ଏହି ଅର୍ଥରେ ପୀଠର ଆଲୋକୀକରଣ, ପୀଠକୁ ସଂଯୋଗ କରୁଥିବା ପୁରୀ କେନାଲ ଉପରେ ବ୍ରିଜ ନିର୍ମାଣ, କାରୁକାର୍ଯ୍ୟପୂର୍ଣ୍ଣ ତୋରଣ ନିର୍ମାଣ, ମହାମାୟା ପୁଷ୍କରିଣୀର ସୌନ୍ଦର୍ଯ୍ୟୀକରଣ, ପୀଠ ଚାରିକଡ଼ରେ ପ୍ରାଚୀର ନିର୍ମାଣ, ପାର୍କ, କାନ୍ଥ ଚାରିପାଖରେ ପୂଜା ପାଉଥିବା ଯୋଗିନୀ ମୂର୍ତ୍ତିମାନଙ୍କର ରକ୍ଷଣାବେକ୍ଷଣ ପାଇଁ ନିର୍ମାଣ ଆଦି ହେବ ବୋଲି ନକ୍ସା ପ୍ରସ୍ତୁତ ହୋଇଥିଲା।
ସେହିଭଳି ପୀଠର ସାମଗ୍ରିକ ବିକାଶ ପାଇଁ ୧୩ଜଣ ଚାଷୀଙ୍କଠାରୁ ୨ ଏକରରୁ ଅଧିକ ପରିମିତ ଜମି ଅଧିଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।
କିନ୍ତୁ ଘରୋଇ ଜମି ମାଲିକମାନେ ରାଜଧାନୀ ଉପକଣ୍ଠର ବର୍ଦ୍ଧିତ ଜମି ମୂଲ୍ୟ ଦାବି କରିବାରୁ ଜମି ଅଧିଗ୍ରହଣ ବିଳମ୍ବ ହେଲା।
ଜମି ମାଲିକମାନଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘନଘନ ବୈଠକ କରି ଆଲୋଚନା କଲେ।
ଶେଷରେ ଜମି ମାଲିକମାନେ ରାଜି ହେଲେ।
Demand: ମୟୂରଭଂଜର ୩ଟି ରେଳ ପ୍ରକଳ୍ପର ଭୂମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ଦାବି ଜମି ଅଧିଗ୍ରହଣ ସମସ୍ୟା ସମାଧାନ ହେବା ପରେ ଆଶା କରାଯାଉଥିଲା ଯେ ପ୍ରକଳ୍ପ ନିର୍ମାଣ ଖୁବ୍ଶୀଘ୍ର ଆରମ୍ଭ ହୋଇଯିବ।
ମାତ୍ର ଜମି ଛାଡ଼ିଥିବା ସବୁ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିପାରିନାହିଁ।
ତେଣୁ ୯ମାସ ହେଲା ଅନୁଦାନ ମିଳିସାରିଥିଲେ ହେଁ ଜମି ମାଲିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିପାରିନାହିଁ।
ତେଣୁ ପାଚେରି ନିର୍ମାଣ କାମ ଆରମ୍ଭ ହୋଇପାରୁନି।
ଏସମ୍ପର୍କରେ ପର୍ଯ୍ୟଟନ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ସୁବ୍ରତ କୁମାର ଜେନାଙ୍କ କହିବା କଥା ଜମି ମାଲିକମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
ଖୁବ୍ ଶୀଘ୍ର ପାଚେରି କାମ ଆରମ୍ଭ ହେବ ବୋଲି ସେ କହିଥିଲେ।
କିନ୍ତୁ "ଜମି ଛାଡ଼ିଥିବା ଚାଷୀଙ୍କୁ କ"ଣ ପାଇଁ ଟଙ୍କା ମିଳୁନି" ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ସେ ଦେଇନାହାନ୍ତି।
ଜମି ମାଲିକମାନଙ୍କ ଅଭିଯୋଗ ଅନୁସାରେ ଜିଲ୍ଲା ପ୍ରଶାସନ ପ୍ରାପ୍ୟ ପ୍ରଦାନ କରିବାରେ ବିଳମ୍ବ କରୁଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

