Charcoal: ଆବର୍ଜନାରୁ ପ୍ରସ୍ତୁତ ହେବ ‘ଅଙ୍ଗାର’: ବାସୁଆଘାଇରେ ୪ ଏକର ଜମିରେ ହେବ ପ୍ଲାଣ୍ଟ

Jun 28, 2026 - 07:19
Charcoal: ଆବର୍ଜନାରୁ ପ୍ରସ୍ତୁତ ହେବ ‘ଅଙ୍ଗାର’: ବାସୁଆଘାଇରେ ୪ ଏକର ଜମିରେ ହେବ ପ୍ଲାଣ୍ଟ

"ଭୁବନେଶ୍ବର: ଦିନକୁ ଦିନ ଭୁବନେଶ୍ବରର ଆବର୍ଜନା ଭାର ବଢ଼ିବାରେ ଲାଗିଛି।

ଏବେ ବି ସଂପୂର୍ଣ୍ଣ ଆବର୍ଜନା ପ୍ରକ୍ରିୟାକରଣ ସମ୍ଭବ ହେଉ ନଥିବାରୁ ବିଏମ୍‌ସି ମାଗଣାରେ ସିମେଣ୍ଟ ଫ୍ୟାକ୍ଟ୍ରିକୁ ଆର୍‌ଡିଏଫ୍‌ ଯୋଗାଉଛି।

ଏହା ବ୍ୟୟସାପେକ୍ଷ ଥିବାରୁ ଏହି ଖର୍ଚ୍ଚ ଭାର କମାଇବାକୁ "ଚାରକୋଲ୍‌" ପ୍ଲାଣ୍ଟ ବସାଇବାକୁ ନିଷ୍ପତ୍ତି ନେଇଛି ବିଏମ୍‌ସି।

ପ୍ରକଳ୍ପ ପାଇଁ ବାସୁଆଘାଇଠାରେ ୪ ଏକର ଜମି ଚିହ୍ନଟ ହୋଇଛି ଓ ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଛି।

ଏହି ପ୍ଲାଣ୍ଟ ଜରିଆରେ ବିଏମ୍‌ସି ଅଞ୍ଚଳରୁ ନିର୍ଗତ ପ୍ରାୟ ୨୦୦ ଟନ୍‌ ଆବର୍ଜନାର ଦୈନିକ ପ୍ରକ୍ରିୟାକରଣ କରି ଦୈନିକ ୫୦ ଟନ୍‌ ଚାରକୋଲ୍‌ ବା ଅଙ୍ଗାର ପ୍ରସ୍ତୁତ କରାଯିବ।ଟେଣ୍ଡର ନେଉଥିବା ସଂସ୍ଥା ପ୍ଲାଣ୍ଟ ବସାଇବାଠାରୁ ଆରମ୍ଭ କରି ଅଙ୍ଗାର ପ୍ରସ୍ତୁତି, ସବୁକଥା ବୁଝିବ।

ବଜାରରେ ବି ଏହାକୁ ବିକ୍ରି କରିବ।

ବିଏମ୍‌ସି କେବଳ ଏହି ପ୍ଲାଣ୍ଟ ସ୍ଥାପନ ପାଇଁ ଜମି ଓ ଆବଶ୍ୟକ ଆବର୍ଜନା ଯୋଗାଇଦେବ।

ଏ ବାବଦରେ ସଂପୃକ୍ତ ଏଜେନ୍ସିଠାରୁ ବିଏମ୍‌ସି ରୟାଲିଟି ନେବ।

ବାକି ପ୍ଲାଣ୍ଟ ପାଇଁ ପାଣି, ବିଜୁଳି, ରାସ୍ତାଘାଟ ଆଦିର ସୁବିଧା କରିବ।Advertisment BMC's motto: ବିଏମ୍‌ସିର ଜୀବେଦୟା: ପଶୁଙ୍କୁ ପାଣି, ପକ୍ଷୀଙ୍କୁ ବସା ବାସୁଆଘାଇରେ ୪ ଏକର ଜମିରେ ହେବ ପ୍ଲାଣ୍ଟଦୈନିକ ୨୦୦ ଟନ୍‌ ଆବର୍ଜନାରୁ ବାହାରିବ ୫୦ ଟନ୍‌ ଅଙ୍ଗାର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.

କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟ ଓ ବିଏମ୍‌ସିର ସ୍ବତନ୍ତ୍ର ଟିମ୍‌ଙ୍କୁ ନେଇ କିଛି ମାସ ତଳେ ବାରଣାସୀ ଯାଇଥିଲେ।

ସେଠାରେ ଏହି "ୱେଷ୍ଟ ଟୁ ଚାରକୋଲ୍‌" ପ୍ରକଳ୍ପ ଦେଖିବା ପରେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ପ୍ରକଳ୍ପ ନେଇ ଜାଗା ଚିହ୍ନଟ ଓ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି।

ବିଏମ୍‌ସି ଅଞ୍ଚଳରୁ ଏବେ ଦୈନିକ ୮୦୦ ମେଟ୍ରିକ ଆବର୍ଜନା ବାହାରୁଛି।

ଯେଉଁଥିରୁ ୩୮୪ ଟନ୍‌ ଓଦା ଓ ୪୧୬ ଟନ୍‌ ଶୁଖିଲା ବର୍ଜ୍ୟ।

୨୦ରୁ ୮୦ ଟନ୍‌ ପର୍ଯ୍ୟନ୍ତ ସବୁଜ ଆବର୍ଜନା ବାହାରୁଛି।

୩୬ଟି ଏମ୍‌ସିସି ଜରିଆରେ ଦୈନିକ ୧୧୦ ଟନ୍‌ ଓଦା ବର୍ଜ୍ୟ ପ୍ରକ୍ରିୟାକରଣ ହେଉଛି।

ସେହିଭଳି ୨୪ଟି ଏମ୍‌ଆରଏଫ୍‌ ଜରିଆରେ ଦୈନିକ ୨୭୦ ଟନ୍‌ ଶୁଖିଲା ବର୍ଜ୍ୟ ପ୍ରକ୍ରିୟାକରଣ ହେଉଛି।

୮୫ ପ୍ରତିଶତ ଶୁଖିଲା ଆବର୍ଜନା ଆର୍‌ଡିଏଫ୍‌ ଆକାରରେ ସିମେଣ୍ଟ ଫ୍ୟାକ୍ଟ୍ରିକୁ ମାଗଣାରେ ଦିଆଯାଉଛି, ଯାହାର ପରିବହନ ଖର୍ଚ୍ଚ ବିଏମ୍‌ସି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଏହି ଖର୍ଚ୍ଚ ଭାର କମାଇବାକୁ ନିକଟରେ ମେହରପଲ୍ଲୀଠାରେ ୩୦୦ ଟିପିଡି କମ୍ପ୍ରେସ୍‌ଡ ବାୟୋ ଗ୍ୟାସ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ପଡ଼ିଛି।

୨୦୨୭ ମସିହା ଏପ୍ରିଲରୁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ଓ ପ୍ରଥମ ପର୍ଯ୍ୟାୟରେ ଦୈନିକ ୨୦୦ ଟନ୍‌ ଆବର୍ଜନା ପ୍ରକ୍ରିୟାକରଣ କରାଯିବ।

ବାକି ଆବର୍ଜନା ସୈନିକ ସ୍କୁଲ ଟିଟିଏସ୍‌ରେ ୱିଣ୍ଡ୍ରୋ କମ୍ପୋଷ୍ଟିଂ ଫ୍ୟାସିଲିଟି ଜରିଆରେ ପ୍ରକ୍ରିୟାକରଣ କରାଯାଉଛି।

କିନ୍ତୁ ଟିଟିଏସ୍‌କୁ ଯାଉଥିବା ଆବର୍ଜନା ସହ ଅନ୍ୟାନ୍ୟ ସ୍ଥାନର ଆବର୍ଜନା ଏବେ ସିଧାସଳଖ ଏହି ଚାରକୋଲ୍‌ ପ୍ଲାଣ୍ଟ ଯିବ।

BMC: ବର୍ଷା ପାଇଁ ବିଏମ୍‌ସିର ପ୍ରସ୍ତୁତି: ନିୟୋଜିତ ହେଲେ ରାପିଡ୍ ଆକ୍ସନ ଟିମ୍‌ ଯୋଜନା ଅନୁଯାୟୀ, ବିଏମ୍‌ସି ନିଜ ଅଞ୍ଚଳରୁ ନିର୍ଗତ ଓଦା, ଶୁଖିଲା, ମିଶା ଆବର୍ଜନା ସହ ସବୁଜ ଆବର୍ଜନାକୁ ମିଶାଇ ଦୈନିକ ୨୦୦ ଟନ୍‌ ଆବର୍ଜନା ଏହି ପ୍ଲାଣ୍ଟକୁ ଯୋଗାଇଦେବ।

ଯାହାକୁ ବୈଷୟିକ ଉପାୟରେ ୩ଶହରୁ ୪ଶହ ଡିଗ୍ରି ତାପମାତ୍ରାରେ ଦହନ କରି ଟେଣ୍ଡର ନେଇଥିବା ଏଜେନ୍ସି ଅଙ୍ଗାର ପ୍ରସ୍ତୁତ କରିବ।

ପ୍ରକଳ୍ପରୁ ଗ୍ୟାସ ଓ ବାୟୋ ଅଏଲ୍‌ ବାହାରିବ, ଯାହାକୁ କେମିକାଲ୍‌ ଓ ସାର ପ୍ରସ୍ତୁତି ସହ ସିନ୍ଥେଟିକ୍‌ ଫୁଏଲ୍‌ ଭାବେ ବ୍ୟବହାର କରାଯିବ।

ଆବର୍ଜନା ଜଳିବା ବେଳେ ଧୂଆଁ ନିର୍ଗତ ନ ହେବା ପାଇଁ ଚିମିନି ବ୍ୟବସ୍ଥା କରାଯିବ।

ଏହି ପ୍ଲାଣ୍ଟ ସ୍ଥାପନ ହେଲେ ବିଏମ୍‌ସି ଆବର୍ଜନା ମାଟିରେ ଜମି ପୋତିବା ଜଞ୍ଜାଳ, ଆର୍‌ଡିଏଫ୍‌ ଭଳି ସମସ୍ୟାରୁ ମୁକ୍ତି ପାଇବ।

ଟେଣ୍ଡର ଅନୁଯାୟୀ, ଯେଉଁ ଏଜେନ୍ସି ଟେଣ୍ଡର ନେବ, ସେ ପ୍ରକଳ୍ପ ଡିଜାଇନ୍‌, ନିର୍ମାଣ, ଆର୍ଥିକ ପରିଚାଳନା ଓ ରକ୍ଷଣାବେକ୍ଷଣ କଥା ବୁଝିବ।

ଏଜେନ୍ସିକୁ ୧୫ ବର୍ଷ ପାଇଁ ପ୍ରକଳ୍ପ ପରିଚାଳନା ଦାୟିତ୍ବ ଦିଆଯିବ।"