Chaos at Jatra Show in Odisha: ପୁଣି ଯାତ୍ରା ମଞ୍ଚରେ ଉଡିଲା ଚେୟାର, କଳାକାର ଆହତ; ଭିଡିଓ ଭାଇରାଲ

Nov 16, 2026 - 12:50
Chaos at Jatra Show in Odisha: ପୁଣି ଯାତ୍ରା ମଞ୍ଚରେ ଉଡିଲା ଚେୟାର, କଳାକାର ଆହତ; ଭିଡିଓ ଭାଇରାଲ

ପୁଣି ଯାତ୍ରା ମଞ୍ଚରେ ଦର୍ଶକଙ୍କ ହଙ୍ଗାମା।

ମଞ୍ଚ ଉପରେ ଉଡିଲା ଚେୟାର, ଅଧଘଣ୍ଟା ବନ୍ଦ ହେଲା ଯାତ୍ରା।

ନୀଳଗିରି ବ୍ଲକ ମଛୁଆ ଅଂଚଳରେ ଯାତ୍ରା ଯାଜ୍ଞସେନୀର ଅପେରା 'ସନାତନୀ' ପରିବେଷଣ ବେଳେ ଘଟିଛି ଏଭଳି ସ୍ଥିତି।

ଯାତ୍ରାର କିଛି ଦୃଶ୍ୟରେ ଦର୍ଶକ ଉତକ୍ଷିପ୍ତ ହୋଇପଡିଥିଲେ।

ଉତ୍ତ୍ୟକ୍ତ ଦର୍ଶକ ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିବା ଆରମ୍ଭ କରିଥିଲେ।

ଏପରିକି ପେଣ୍ଡାଲ ଉପରକୁ ଆସି ମଧ୍ୟ କିଛି ଦର୍ଶକ ଚେୟାର ଫୋଫଡା ଫୋପଡି କରିଥିଲେ।

Advertisment ଏଥିରେ କିଛି କଳାକାର ଆହତ ବି ହୋଇଥିବା ସୂଚନା ମିଳିଛି।

ପରେ ଯାତ୍ରାର ଅନ୍ୟ କିଛି କଳାକାର ଏବଂ କମିଟି ମେମ୍ବର ବୁଝାସୁଝା କରିବା ଆରମ୍ଭ ହୋଇଥିଲା ଯାତ୍ରା।

ଗତ ଶନିବାର ଶେଷ ରାତି ପରିବେଷଣ ସମୟରେ ଏମିତି ଅଘଟଣ ଘଟିଛି।

ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପୂର୍ବରୁ ମଧ୍ୟ ସମାନ ନାଟକର ଯାଜପୁରରେ ପରିବେଷଣ ହେଉଥିବାବେଳେ ଏଭଳି ଚେୟାର ଫିଙ୍ଗା ଘଟଣା ଦେଖିବକୁ ମିଳିଥିଲା।

ରାଜ୍ୟର ବିଭିନ୍ନ ଯାତ୍ରା ମଞ୍ଚରେ ନିକଟରେ ଏଭଳି ଦର୍ଶକଙ୍କ ବିଶୃଙ୍ଖଳାର ଚିତ୍ର ବାରମ୍ବାର ଦେଖିବାକୁ ମିଳୁଛି।

ଅଭିନୟ ସମୟରେ ବିବାଦୀୟ କିମ୍ବା ଆପତ୍ତିଜନକ ଦୃଶ୍ୟକୁ ନେଇ ଦର୍ଶକଙ୍କ ଦ୍ବାରା ଚେୟାର ଫିଙ୍ଗା ଓ ଚେୟାର ମାଡ଼ କିମ୍ବା ବୋତଲ ଫୋପାଡିଲା ଭଳି କିଛି ଘଟଣା ସାମ୍ନାକୁ ଆସୁଛି।

ଯାତ୍ରା ନାଟକରେ କିଛି ଅପସନ୍ଦ କିମ୍ବା ଆପତ୍ତିଜନକ ଦୃଶ୍ୟ ପ୍ରଦର୍ଶନ ହେଉଥିବାରୁ ଦର୍ଶକମାନେ ଉତ୍ତ୍ୟକ୍ତ ହୋଇପଡ଼ୁଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)