Chandrarohana: ଚର୍ଚ୍ଚାରେ ‘ଚନ୍ଦ୍ରାରୋହଣ’

Sep 12, 2026 - 05:16
Chandrarohana: ଚର୍ଚ୍ଚାରେ ‘ଚନ୍ଦ୍ରାରୋହଣ’

""ମୋକ୍ଷ" ଏବଂ "ମୋ ମନ ଖାଲି ତୋରି ପାଇଁ" ଭଳି ଦୁଇଟି ଓଡ଼ିଆ ଛବି ଓ "ସୁନାଝିଅ" ସମେତ କେତେକ ଓଡ଼ିଆ ମେଗାଧାରାବାହିକର ନିର୍ଦ୍ଦେଶକ ଗୌରୀ ଶଙ୍କର ଦାସଙ୍କ କ୍ଷୁଦ୍ର ଚଳଚିତ୍ର "ଚନ୍ଦ୍ରାରୋହଣ"ଏବେ ଚର୍ଚ୍ଚାରେ।

ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଓ ଆର୍‌ଆର୍‌ ଇଭେଣ୍ଟସ୍‌ ଦ୍ୱାରା ଆୟୋଜିତ ସାମର୍ଥ୍ୟ-୨୦୨୬ ଜାତୀୟସ୍ତରୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ଆଶାତୀତ ସଫଳତା ଲାଭ କରିଛି "ଚନ୍ଦ୍ରାରୋହଣ"।

ଉପରୋକ୍ତ ଉତ୍ସବରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଗୌରୀ ଶଙ୍କର ଦାସ ଏବଂ ଶ୍ରେଷ୍ଠ ସିନେମା (ଜୁରି) ଭାବେ ପ୍ରଯୋଜକ ଲଳିତେନ୍ଦୁ ଦାସ ପୁରସ୍କୃତ ହେଇଛନ୍ତି।Advertisment Annual function: "ବରିଷ୍ଠ ନାଗରିକ ସମାଜର ଅମୂଲ୍ୟ ସମ୍ପଦ" ଏହି ଚଳଚ୍ଚିତ୍ରରେ ଜଣେ ଦିବ୍ୟାଙ୍ଗ ପିଲା କିପରି ନିଜର ଅସୀମ ସାହସକୁ ପାଥେୟ କରି ସଫଳତା ହାସଲ କରିପାରୁଛି ଏବଂ ଦେଶବିଦେଶରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରି ଓଡ଼ିଶା ମାଟିର ନାଁ ରଖିଛି, ତାହା ପ୍ରଦର୍ଶିତ ହୋଇଛି। "ଚନ୍ଦ୍ରାରୋହଣ"ର କାହାଣୀ, ଚିତ୍ରନାଟ୍ୟ ଓ ସମ୍ପାଦନା କରିଛନ୍ତି ଦେବୀଲାଲ ରଥ।

ଚିତ୍ରୋତ୍ତୋଳନ କରିଛନ୍ତି ସଂଜୀବ ପରିଡ଼ା ଏବଂ ନିଜ ବାୟୋପିକରେ ଅଭିନୟ କରିଛନ୍ତି ସତ୍ୟବ୍ରତ ସାହୁ।

ଏହାଛଡ଼ା ସାଗରିକା ସାହୁ ଏବଂ ବିଶ୍ୱଜିତ ଦାସ ବି ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

Horoscope 2026 September 12: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)