12 SEPTEMBER 2026

Welcome!

Unlock your personalized experience.
Sign Up

Weather: ବୁଡ଼ିଲା ପୋଟେରୁ ଓ କନ୍ୟାଶ୍ରମ ପୋଲ: ତଳିଆ ଅଞ୍ଚଳ ଜଳମଗ୍ନ

Sep 12, 2026 - 05:16
Weather: ବୁଡ଼ିଲା ପୋଟେରୁ ଓ କନ୍ୟାଶ୍ରମ ପୋଲ: ତଳିଆ ଅଞ୍ଚଳ ଜଳମଗ୍ନ

କାଲିମେଳା/ପଡ଼ିଆ: ଲଘୁଚାପ ପ୍ରଭାବରେ କାଲିମେଳା ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଶୁକ୍ରବାର ଅପରାହ୍ଣରେ ପୋଟେରୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କାଲିମେଳାରେ ୩୫ ମିମି ବର୍ଷା ରେକର୍ଡ କରାଯାଇଛି। ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ପୋଟେରୁ ନଦୀ ଫୁଲିବାରେ ଲାଗିଛି। ଗୁରୁବାରରୁ କାଲିମେଳା ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇପଡ଼ିଛି।

Horoscope 2026 September 12: ଜାଣନ୍ତୁ ଆଜିର ରାଶିଫଳ...

ଚଳିତ ବର୍ଷ ପ୍ରଥମ ଥର ପାଇଁ ପୋଟେରୁ ପୋଲ ବୁଡ଼ି ଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ରହି ପୋଲ ଦେଇ ନଯିବାକୁ ଜନସାଧାରଣଙ୍କୁ ସତର୍କ କରାଉଛି। ଅନ୍ୟପଟେ ଜାତୀୟ ରାଜପଥ ଉପରେ ଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ସାମାନ୍ୟ ପାଣି ପ୍ରବାହିତ ହେଉଛି। ତେବେ ରାତିରେ ଉପର ମୁଣ୍ତରେ ବର୍ଷା ଲାଗି ରହିଲେ ଏହି ତଳୁଆ ପୋଲ ମଧ୍ୟ ବୁଡ଼ିଯିବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ହେଲା ଏହି ସବୁ ସ୍ଥାନରେ ହାଇଲେବଲ ବ୍ରିଜ୍‌ ନିର୍ମାଣ କରିବାକୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଟେଣ୍ଡର ହୋଇଥିଲେ ସୁଦ୍ଧା ପ୍ରାୟ ବର୍ଷେ ହେଲା ନିର୍ମାଣ କାମ ବନ୍ଦ ରହିଛି। ଠିକା ସଂସ୍ଥା କାମ ଛାଡ଼ି ଦେଇଥିବା ବେଳେ ଅନ୍ୟ ଠିକା ସଂସ୍ଥା ପୋଲ ନିର୍ମାଣ ଦାୟିତ୍ବ ନେଇଛି। କିନ୍ତୁ କେବେ କାମ ଆରମ୍ଭ ହେବ ତାହା ଅସ୍ପଷ୍ଟ ରହିଛି। 

Bank of India: ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସତର୍କତା ସଚେତନତା କାର୍ଯ୍ୟକ୍ରମ

ସେହିପରି ଶୁକ୍ରବାର ଅପରାହ୍ଣ ୪ଟାରୁ ପଡ଼ିଆ-କାଲିମେଳା ମୁଖ୍ୟ ରାସ୍ତାର ପୋଟେରୁ ନଦୀରେ ଥିବା କନ୍ୟାଶ୍ରମ ପୋଲ ଉପ‌ରେ ୩ ଫୁଟର ପାଣି ପ୍ରବାହିତ ହେବାରୁ  ଯାତାୟା‌ତ ବାଧାପ୍ରାପ୍ତ ହୋଇଛି। ପୋଲ ଉପରେ ବଢୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ଯାତାୟାତ କରିବାକୁ ବାରଣ କରାଯାଇଛି। ଏଥିସହ ବିପଦପୂର୍ଣ୍ଣ ଭାବେ ପାଣି ପାର ହେବାକୁ ଉଦ୍ୟମ ନକରିବା ପାଇଁ ସଚେତନ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ସାବେରୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ନଦୀ ଜଳ କାଲଦାପଲ୍ଲୀ ଓ କୁର୍ତ୍ତି ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳକୁ ଚାଲି ଆସିଛି। ଲଗାଣ ବର୍ଷା ଓ ନଦୀରେ ବଢୁଥିବା ଜଳସ୍ତରକୁ ନେଇ ନଦୀକୂଳିଆ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)