Chandi Bhandar: ଚାନ୍ଦି ଭଣ୍ଡାରରେ ରୁପା ରାକ୍ଷୀ, ବ୍ରେସ୍ଲେଟ୍
"ଭୁବନେଶ୍ବର: ରୁପା ଅଳଙ୍କାର ଓ ସାମଗ୍ରୀର ଅଗ୍ରଣୀ ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାର ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମାକୁ ନଜରରେ ରଖି ୯୨.୫ ଷ୍ଟର୍ଲିଂ ରୁପାରେ ପ୍ରସ୍ତୁତ ରାକ୍ଷୀ ଓ ବ୍ରେସ୍ଲେଟ୍ର ବ୍ୟାପକ ସମ୍ଭାର ଉନ୍ମୋଚନ କରାଯାଇଛି।
କମ୍ପାନିର ପ୍ରତିଷ୍ଠାତା ଲିପ୍ସା ହଂସ ଓ ମାନିକ ହଂସ ଏହି ସମ୍ଭାରକୁ ସହିଦନଗର ସ୍ଥିତ ଷ୍ଟୋର୍ରେ ଉନ୍ମୋଚନ କରିଥିଲେ।Advertisment ସବୁ ବର୍ଗଙ୍କୁ ସୁହାଇବା ଭଳି ଡିଜାଇନ ଏହି ସମ୍ଭାରରେ ଷ୍ଟେଟ୍ମେଣ୍ଟ୍ ଡିଜାଇନ୍ଠାରୁ ଆରମ୍ଭ କରି ସର୍ବନିମ୍ନ ଷ୍ଟାଇଲ୍ ପର୍ଯ୍ୟନ୍ତର ରାକ୍ଷୀ ରହିଛି।
ପିଲାମାନଙ୍କ ପାଇଁ କୌତୁକିଆ ଡିଜାଇନ ସହିତ ସବୁ ବର୍ଗଙ୍କୁ ସୁହାଇବା ଭଳି ଡିଜାଇନ ରହିଛି।
ଅଳଙ୍କାରରେ ପୁରୁଷମାନଙ୍କ ପାଇଁ ଅମୋଘ କଲେକ୍ସନରେ ଚେନ୍, ପେଣ୍ଡାଣ୍ଟ, ମୁଦି, ବ୍ରେସ୍ଲେଟ୍ ରହିଛି।
ପିଲାମାନଙ୍କ ପାଇଁ ଟ୍ରେଜର୍ସ ସମ୍ଭାର ରହିଛି।
ଏହା ବ୍ୟତୀତ ଗ୍ରାହକମାନେ ଚାନ୍ଦି ଭଣ୍ଡାରରେ ରୁପାରେ ପ୍ରସ୍ତୁତ ୱାଇନ୍ ଗ୍ଲାସ୍, ବୋତଲ ଓ ଚା ସେଟ୍ ପାଇପାରିବେ।
ଏହି ଅବସରରେ କମ୍ପାନି ପକ୍ଷରୁ ଚଳିତ ମାସ ୧୪ରୁ ୩୦ ପର୍ଯ୍ୟନ୍ତ ଗଢ଼ା ମଜୁରି ଉପରେ ଫ୍ଲାଟ୍ ୨୦ ପ୍ରତିଶତ ରିହାତି ଅଫର ପ୍ରଦାନ କରାଯାଉଛି।
ସାରା ଓଡ଼ିଶାରେ ଚାନ୍ଦି ଭଣ୍ଡାରର ୩୩ଟି ସୋରୁମ୍ ରହିଛି।
N.
Chandrasekaran Resigns: ଟାଟା ସନ୍ସ ଅଧ୍ୟକ୍ଷ ଚନ୍ଦ୍ରଶେଖରନଙ୍କ ଇସ୍ତଫା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
