Youth Olympics 2026: ଯୁବ ଅଲିମ୍ପିକ୍ସ: ଇତିହାସ ରଚିଲେ ରାଜକୁମାରୀ

Nov 04, 2026 - 11:41
Youth Olympics 2026: ଯୁବ ଅଲିମ୍ପିକ୍ସ: ଇତିହାସ ରଚିଲେ ରାଜକୁମାରୀ

ଡାକର: ଚଳିତ ଯୁବ ଅଲିମ୍ପିକ୍ସରେ ଭାରତୀୟ ଉଷୁ ଖେଳାଳି ରାଜକୁମାରୀ ଲାଞ୍ଚେନ୍‌ବି ଚାନୁ ଇତିହାସ ରଚିଛନ୍ତି।

ସେ ପ୍ରଥମ ଭାରତୀୟ ଭାବେ ଯୁବ ଅଲିମ୍ପିକ୍‌ କ୍ରୀଡ଼ାର ଉଷୁ ଇଭେଣ୍ଟ୍‌ରେ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।

ମହିଳା ଚାଙ୍ଗକ୍ବାନ୍‌ କମ୍ବାଇନ୍‌ ଇଭେଣ୍ଟ୍‌ରେ ଏହି ମଣିପୁର ଝିଅ ୧୮.୦୩୯ ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ରହି କାଂସ୍ୟ ପାଇଥିଲେ।

Advertisment ଏହି କାଂସ୍ୟ ସହ ଭାରତ ପଦକ ସଂଖ୍ୟା ୩ ତାଙ୍କ ଆଗରେ ଇଜିପ୍ଟର ସୋଣ୍ଡୋସ ସୋନ୍‌ବୋଲ୍‌ (୧୮.୬୬୦) ଓ ଭେନଜୁଏଲାର ଭାଲେରିଆ ଫ୍ରାନେରିଜ୍‌ ଡୁଡାମେଲ୍‌ (୧୮.୧୯୯) ଯଥାକ୍ର‌ମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହି ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇଥିଲେ।

ରାଜକୁମାରୀ ଚାଙ୍ଗକ୍ବାନ୍‌ରେ ୯.୩୧୬ ପଏଣ୍ଟ୍‌ ସହ ଦ୍ବିତୀୟ ଏବଂ ଗୁନ୍‌ଷୁରେ ୮.୭୨୩ ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ରହିଥିଲେ।

ଏହି କାଂସ୍ୟ ସହ ଭାରତ ପଦକ ସଂଖ୍ୟା ୩ (୧ ରୌପ୍ୟ ଓ ୨ କାଂସ୍ୟ)ରେ ପହଞ୍ଚିଛି।

ଖୁସ୍‌ବୁ ରଜାକଭାଇ ଦ୍ବିତୀୟ ଭାରତୀୟ ଜୁଡ଼ୋକା ଭାବେ ରୌପ୍ୟ ପଦକ ଜିତିଥିଲା ବେଳେ ସନ୍ତରଣରେ ଧିନିଧୀ ଡେସିଂଘୁ ମହିଳା ୧୦୦ ମିଟର ଫ୍ରିଷ୍ଟାଇଲ୍‌ରେ କାଂସ୍ୟ ଜିତିଥିଲେ।

New Zealand vs India ODI: ନ୍ୟୁଜିଲାଣ୍ଡକୁ ୧୮୫ ରନ୍‌ରେ ଅଟକାଇଲା ଭାରତ, ଚମକିଲେ ଅର୍ଶଦୀପ ସିଂହ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)