Centre Clears Major Delimitation Proposal: କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି, ଲୋକସଭା ଆସନ ୫୦% ବଢ଼ିବ!

Nov 27, 2026 - 15:57
Centre Clears Major Delimitation Proposal: କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି, ଲୋକସଭା ଆସନ ୫୦% ବଢ଼ିବ!

ଲୋକସଭା ଆସନ ସଂଖ୍ୟା ବଢ଼ାଇବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ।

ମହିଳା ସଂରକ୍ଷଣ ଓ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ସହ ଜଡ଼ିତ ନୂଆ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି।

ଆସନ୍ତା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍‌ ଆସିପାରେ।

Advertisment ନୂଆ ପ୍ରସ୍ତାବ ଅନୁସାରେ, ଲୋକସଭା ଆସନ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି କରାଯିବ।

ଏହାଦ୍ୱାରା ଲୋକସଭାର ମୋଟ ଆସନ ସଂଖ୍ୟା ୮୫୦କୁ ବଢ଼ିପାରେ।

ସେହିପରି ରାଜ୍ୟଗୁଡ଼ିକର ଲୋକସଭା ଆସନ ଅନୁପାତ ନିର୍ଦ୍ଧାରଣ ପାଇଁ ୧୯୭୧ ଜନଗଣନାକୁ ଆଧାର କରିବାର ବ୍ୟବସ୍ଥାକୁ ଆଉ ୨୫ ବର୍ଷ ପର୍ଯ୍ୟନ୍ତ ବଢ଼ାଇବାକୁ ପ୍ରସ୍ତାବ ରହିଛି।

ଜନସଂଖ୍ୟା ଆଧାରରେ ଆସନ ପୁନଃବଣ୍ଟନ ହେଲେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ କମିପାରେ ବୋଲି ଆଶଙ୍କା ରହିଛି।

ଏହି କାରଣରୁ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଭଳି ରାଜ୍ୟ ଚିନ୍ତା ପ୍ରକାଶ କରିଆସୁଛନ୍ତି।

Advertisment ଏପଟେ ବିଲ୍‌କୁ ନେଇ ରାଜନୀତି ମଧ୍ୟ ତେଜିଛି।

ବିରୋଧୀ ଦଳଗୁଡ଼ିକ ମିଳିତ ରଣନୀତି ପ୍ରସ୍ତୁତ କରିବାକୁ ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ବୈଠକ ଡାକିଛନ୍ତି।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହାକୁ ବିଜେପିର ବଡ଼ ଭୁଲ୍‌ ବୋଲି କହିଛନ୍ତି।

ଅନ୍ୟପଟେ ସାଂସଦ କପିଲ ସିବଲ୍‌ ଅଭିଯୋଗ କରିଛନ୍ତି, ସୀମା ନିର୍ଦ୍ଧାରଣ ଓ ଦଳବଦଳ ଜରିଆରେ କ୍ଷମତା ମଜବୁତ କରିବାକୁ ବିଜେପି ଉଦ୍ୟମ କରୁଛି।

ନଭେମ୍ବର ୩୦ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ।

ଏପ୍ରିଲରେ ଆବଶ୍ୟକ ଦୁଇ-ତୃତୀୟାଂଶ ସମର୍ଥନ ନମିଳିବାରୁ ଏହି ବିଲ୍‌ ଆଗକୁ ବଢ଼ିପାରିନଥିଲା।

ଏବେ ପୁଣି ଥରେ ବିଲ୍‌ ଆସିବାକୁ ଥିବାରୁ ସଂସଦରେ କେଉଁ ଦଳ କାହା ପକ୍ଷରେ ଠିଆ ହେବ, ତାହା ଉପରେ ସମସ୍ତଙ୍କ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)