CCTV Captures Burglars: ଛଟ୍ ପର୍ବରେ ମନ୍ତ୍ରୀଙ୍କ ଘରେ ବୁଲିଲା କଳାକନା, ୬୦୦ ଗ୍ରାମ ସୁନା ସହ ୭ ଲକ୍ଷ ଟଙ୍କା ଲୁଟ୍

Nov 17, 2026 - 12:14
CCTV Captures Burglars: ଛଟ୍ ପର୍ବରେ ମନ୍ତ୍ରୀଙ୍କ ଘରେ ବୁଲିଲା କଳାକନା, ୬୦୦ ଗ୍ରାମ ସୁନା ସହ ୭ ଲକ୍ଷ ଟଙ୍କା ଲୁଟ୍

ପର୍ବ ପାଳନରେ ମାତିଥିଲା ପୂରା ସହର।

ଛଟ୍ ପୂଜା ପାଇଁ ଘରେ ଘରେ ଚାଲିଥିଲା ପ୍ରସ୍ତୁତି।

ହେଲେ ଏହି ସୁଯୋଗରେ ଚୋରଙ୍କ ଟାର୍ଗେଟ୍‌ରେ ରହିଲା ଖୋଦ୍ ଜଣେ ମନ୍ତ୍ରୀଙ୍କ ଘର।

ଘରେ କେହି ନଥିବାର ସୁଯୋଗ ନେଇ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା, ରୁପା ଓ ନଗଦ ଟଙ୍କା।

ଆଲମାରି ଭାଙ୍ଗି ଘରର ସବୁ ଜିନିଷ ଖେଳାଇଦେଲେ ଦୁର୍ବୃତ୍ତ।

ଏବେ ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି ଚୋରଙ୍କ କାରନାମା।

Advertisment ଘଟଣାଟି ବିହାରର ରାଜଧାନୀ ପାଟନାର।

ଏଜି କଲୋନୀରେ ରହିଛି ବିହାର ମନ୍ତ୍ରୀ ସଞ୍ଜୟ ଟାଇଗରଙ୍କ ବହୁତଳ ବିଶିଷ୍ଟ ଘର।

ଛଟ୍ ପର୍ବ ସମୟରେ ଏହି ଘରେ ଚୋରି ହୋଇଛି।

ନଭେମ୍ବର ୧୪ ତାରିଖ ରାତିରୁ ୧୫ ତାରିଖ ମଧ୍ୟରେ ଏହି ଲୁଟ୍ ହୋଇଥିବା ପୋଲିସ କହିଛି।

ସେହି ସମୟରେ ମନ୍ତ୍ରୀଙ୍କ ପରିବାର ଘରେ ନଥିଲେ।

ଚୋରମାନେ ଘରେ ପଶିବା ପରେ ଗୋଟିଏ ପରେ ଗୋଟିଏ ରୁମ୍‌ରେ ଖୋଜାଖୋଜି କରିଥିଲେ।

ଏପରିକି ପ୍ରାୟ ୭ରୁ ୮ଟି ଆଲମାରି ଭାଙ୍ଗି ଭିତରେ ଥିବା ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ।

ଲୁଟ୍ ସାମଗ୍ରୀ ମଧ୍ୟରେ ରହିଛି ପ୍ରାୟ ୬୦୦ ଗ୍ରାମ ସୁନା, ୨ କିଲୋଗ୍ରାମ ରୁପା ଏବଂ ୭ ଲକ୍ଷ ଟଙ୍କା ନଗଦ।

ଏହାବ୍ୟତୀତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି।

Advertisment ରବିବାର ସକାଳ ପ୍ରାୟ ୯ଟାରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ମିଳିଥିଲା।

ଖବର ପାଇ ଶାସ୍ତ୍ରୀନଗର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ଘରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ ବେଳେ କିଛି ଅଜଣା ବ୍ୟକ୍ତି ବିଲ୍ଡିଂ ଭିତରକୁ ପଶି ଚୋରି କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ପୋଲିସର ସୂଚନା ଅନୁସାରେ, ବିଲ୍ଡିଂରେ ମୋଟ ୬ଟି ଫ୍ଲାଟ୍ ରହିଛି।

ମନ୍ତ୍ରୀଙ୍କ ତିନି ଭାଇ ମଧ୍ୟ ଏହି ବିଲ୍ଡିଂର ଅଲଗା ଅଲଗା ଫ୍ଲାଟ୍‌ରେ ରହୁଥିଲେ।

ଚୋରମାନେ ବିଭିନ୍ନ ଫ୍ଲାଟ୍‌ରେ ପଶି ଆଲମାରି ଭାଙ୍ଗିଥିବା ଜଣାପଡ଼ିଛି।

ଅନ୍ୟପଟେ ଘଟଣାର ଗମ୍ଭୀରତାକୁ ଦେଖି ଫରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ଟିମ୍‌କୁ ଡକାଯାଇଛି।

ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛି।

ସିସିଟିଭି ଫୁଟେଜ୍ ସହ ମୋବାଇଲ୍ ଟାୱାର ଲୋକେସନ୍ ଡାଟା ମଧ୍ୟ ଯାଞ୍ଚ କରୁଛି ପୋଲିସ।

ଏହି ଘଟଣାରେ ଏତଲା ରୁଜୁ ହୋଇଥିବା ବେଳେ ସମସ୍ତ ଦିଗରୁ ତଦନ୍ତ ଚାଲିଛି।

ସଚିବାଳୟ ସବ୍-ଡିଭିଜନାଲ୍ ପୋଲିସ ଅଧିକାରୀ ସାକେତ କୁମାର କହିଛନ୍ତି, ମାମଲାର ତଦନ୍ତ ଚାଲିଛି।

ଏବେ ଅଭିଯୁକ୍ତଙ୍କ ସଂଖ୍ୟା କିମ୍ବା ଅନ୍ୟାନ୍ୟ ସୂଚନା ସାର୍ବଜନୀନ କରିବା ସମ୍ଭବ ନୁହେଁ।

ଏହାଦ୍ୱାରା ତଦନ୍ତ ପ୍ରଭାବିତ ହୋଇପାରେ।

ମାମଲାର ସମାଧାନ ହେବା ପରେ ଅଧିକ ସୂଚନା ଦିଆଯିବ।

ତେବେ ଛଟ୍ ପର୍ବ ସମୟରେ ଅନେକ ଲୋକ ନିଜ ଘର ଛାଡ଼ି ଗାଁକୁ ଯାଉଥିବାରୁ ଅଞ୍ଚଳରେ ଲୋକଙ୍କ ଯାତାୟତ କମ୍ ରହିଥାଏ।

ଏହି ସମୟରେ ଚୋରମାନେ ଖାଲି ଘରକୁ ଟାର୍ଗେଟ୍ କରୁଥିବା ଆଶଙ୍କା କରାଯାଉଛି।

ଏପରି ସ୍ଥିତିରେ ପୋଲିସ ପାଟ୍ରୋଲିଂ କରୁଥିବା ସତ୍ତ୍ୱେ ଜଣେ ମନ୍ତ୍ରୀଙ୍କ ଘରେ ଏତେ ବଡ଼ ଚୋରି ଘଟଣା ଏବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)