CBSE 10th Date Sheet: ଫେବ୍ରୁଆରି ୧୬ରୁ ଆରମ୍ଭ ହେବ ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା, ମାର୍ଚ୍ଚ ୯ରେ ଶେଷ। ଜାରି ହେଲା ଡେଟ୍‌ସିଟ୍‌…

Nov 09, 2026 - 19:12
CBSE 10th Date Sheet: ଫେବ୍ରୁଆରି ୧୬ରୁ ଆରମ୍ଭ ହେବ ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା, ମାର୍ଚ୍ଚ ୯ରେ ଶେଷ। ଜାରି ହେଲା ଡେଟ୍‌ସିଟ୍‌…

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ( ସିବିଏସ୍‌ଇ ) ପକ୍ଷରୁ ୨୦୨୭ ମସିହା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଡେଟ୍‌ସିଟ୍‌ ଜାରି କରାଯାଇଛି।

ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଫେବ୍ରୁଆରି ୧୬ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୯ ତାରିଖରେ ଶେଷ ହେବ।

ଛାତ୍ରଛାତ୍ରୀମାନେ ବିଷୟ ଓ ତାରିଖ ଅନୁଯାୟୀ ପରୀକ୍ଷା ସୂଚୀ ଦେଖିବା ସହ ଡେଟ୍‌ସିଟ୍‌ର ପିଡିଏଫ୍‌ ଡାଉନଲୋଡ୍‌ କରିପାରିବେ।

Advertisment ପ୍ରକାଶିତ ସୂଚୀ ଅନୁସାରେ, ପ୍ରଥମ ଦିନରେ ପେଣ୍ଟିଂ ବିଷୟର ପରୀକ୍ଷା ହେବ।

ଶେଷ ଦିନରେ ଭାଷା ବିଷୟ ସହ ନ୍ୟାସନାଲ କ୍ୟାଡେଟ୍ କର୍ପସ୍ (ଏନ୍‌ସିସି) ଏବଂ ଏଲିମେଣ୍ଟସ୍ ଅଫ୍ ବୁକ୍ କିପିଂ ଆଣ୍ଡ ଆକାଉଣ୍ଟାନ୍ସି ପରୀକ୍ଷା ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ- Pregnancy and Dental Health: ଗର୍ଭାବସ୍ଥାରେ ଦାନ୍ତର ଯତ୍ନ କାହିଁକି ଜରୁରୀ?

ମା' ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଜାଣନ୍ତୁ ଟିପ୍ସ ଜାନୁଆରି ୧ରୁ ହେବ ପ୍ରାକ୍ଟିକାଲ୍‌ ପରୀକ୍ଷା ସିବିଏସ୍‌ଇ ପକ୍ଷରୁ ଦଶମ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଓ ଇଣ୍ଟରନାଲ୍‌ ଆସେସମେଣ୍ଟ ପାଇଁ ମଧ୍ୟ ସମୟସୀମା ଧାର୍ଯ୍ୟ କରାଯାଇଛି।

ଏହି ପରୀକ୍ଷାଗୁଡ଼ିକ ୨୦୨୭ ଜାନୁଆରି ୧ରୁ ଫେବ୍ରୁଆରି ୧୩ ମଧ୍ୟରେ ଅନୁଷ୍ଠିତ ହେବ।

ବିଷୟ ଓ ତାରିଖ ଅନୁଯାୟୀ ସିବିଏସ୍‌ଇ ଦଶମ ପରୀକ୍ଷା ସୂଚୀ ୨୦୨୭ • ୧୬ ଫେବ୍ରୁଆରି: ପେଣ୍ଟିଂ • ୧୭ ଫେବ୍ରୁଆରି: ଗଣିତ (ଷ୍ଟାଣ୍ଡାର୍ଡ ଓ ବେସିକ୍) • ୧୮ ଫେବ୍ରୁଆରି: ଅଟୋମୋଟିଭ୍, ଡାଟା ସାଇନ୍ସ, ବିୟୁଟି ଆଣ୍ଡ ୱେଲନେସ୍ ଓ ଅନ୍ୟାନ୍ୟ ଦକ୍ଷତାଭିତ୍ତିକ ବିଷୟ। • ୧୯ ଫେବ୍ରୁଆରି: ହୋମ୍ ସାଇନ୍ସ • ୨୦ ଫେବ୍ରୁଆରି: ଏଲିମେଣ୍ଟସ୍ ଅଫ୍ ବିଜନେସ୍, ଉର୍ଦ୍ଦୁ କୋର୍ସ-ବି। • ୨୨ ଫେବ୍ରୁଆରି: ବିଜ୍ଞାନ • ୨୩ ଫେବ୍ରୁଆରି: ଇଣ୍ଟ୍ରୋଡକ୍ସନ୍ ଟୁ ଟୁରିଜିମ୍ • ୨୪ ଫେବ୍ରୁଆରି: କମ୍ପ୍ୟୁଟର ଆପ୍ଲିକେସନ୍, ଇନଫରମେସନ୍ ଟେକ୍ନୋଲୋଜି ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ। • ୨୫ ଫେବ୍ରୁଆରି: ରିଟେଲ୍, ସିକ୍ୟୁରିଟି, ଏଗ୍ରିକଲଚର୍, ବ୍ୟାଙ୍କିଂ ଆଣ୍ଡ ଇନ୍‌ସ୍ୟୁରାନ୍ସ ସମେତ ଅନ୍ୟାନ୍ୟ ବିଷୟ। • ୨୬ ଫେବ୍ରୁଆରି: ଇଂରାଜୀ (କମ୍ୟୁନିକେଟିଭ୍ ଓ ଲାଙ୍ଗୁଏଜ୍ ଆଣ୍ଡ ଲିଟରେଚର୍)। • ୨୭ ଫେବ୍ରୁଆରି: ସିନ୍ଧି, ମାଲାୟାଲମ୍, ଓଡ଼ିଆ, ଆସାମୀ, କନ୍ନଡ଼, ନେପାଳୀ ଓ କୋକବୋରୋକ୍। • ୧ ମାର୍ଚ୍ଚ: ଆରବୀ, ସଂସ୍କୃତ ଓ ଅନ୍ୟାନ୍ୟ ଭାଷା। • ୨ ମାର୍ଚ୍ଚ: ଫିଜିକାଲ୍ ଆକ୍ଟିଭିଟି ଟ୍ରେନର୍। • ୩ ମାର୍ଚ୍ଚ: ହିନ୍ଦୀ କୋର୍ସ-ଏ ଓ ହିନ୍ଦୀ କୋର୍ସ-ବି। • ୪ ମାର୍ଚ୍ଚ: ଉର୍ଦ୍ଦୁ, ପଞ୍ଜାବୀ, ବଙ୍ଗଳା, ତାମିଲ, ମରାଠୀ, ଗୁଜରାଟୀ ଓ ଅନ୍ୟାନ୍ୟ ଭାଷା। • ୫ ମାର୍ଚ୍ଚ: ତେଲୁଗୁ, ରୁଷୀୟ, ପର୍ସିଆନ୍ ଓ ବିଭିନ୍ନ ସଙ୍ଗୀତ ବିଷୟ। • ୬ ମାର୍ଚ୍ଚ: ଫ୍ରେଞ୍ଚ। • ୮ ମାର୍ଚ୍ଚ: ସାମାଜିକ ବିଜ୍ଞାନ। • ୯ ମାର୍ଚ୍ଚ: ତିବ୍ବତୀୟ, ଜର୍ମାନ , ଏନ୍‌ସିସି, ବୋଡୋ, ଜାପାନୀ ଓ ଅନ୍ୟାନ୍ୟ ଭାଷା ଏବଂ ବୁକ୍ କିପିଂ ଆଣ୍ଡ ଆକାଉଣ୍ଟାନ୍ସି।

ଆହୁରି ପଢ଼ନ୍ତୁ- Recruitment: ଜୁନିୟର ଇଞ୍ଜିନିୟର ଓ ଏମ୍‌ଟିଏସ୍‌ର ୧୨୬୦ଟି ପଦରେ ନିଯୁକ୍ତି ସୁଯୋଗ ପରୀକ୍ଷା ସମୟ ପ୍ରକାଶିତ ଡେଟ୍‌ସିଟ୍‌ ଅନୁଯାୟୀ, ଅଧିକାଂଶ ବିଷୟର ପରୀକ୍ଷା ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ।

ପରୀକ୍ଷା ସମୟ ସକାଳ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ରହିବ।

ତେବେ କେତେକ ବିଷୟର ପରୀକ୍ଷା ମଧ୍ୟାହ୍ନ ୧୨ଟା ୩୦ରେ ଶେଷ ହେବ।

ତେଣୁ ପରୀକ୍ଷାର୍ଥୀ ମାନେ ନିଜ ବିଷୟ ଅନୁଯାୟୀ ସମୟ ଯାଞ୍ଚ କରିବା ଜରୁରି।

କିପରି ଡାଉନଲୋଡ୍ କରିବେ ସିବିଏସ୍‌ଇ ଡେଟ୍‌ସିଟ୍‌ ୨୦୨୭ ପିଡିଏଫ୍‌? • ପ୍ରଥମେ ସିବିଏସ୍‌ଇର ଅଫିସିଆଲ୍ ୱେବସାଇଟ୍ www.cbse.gov.in ଖୋଲନ୍ତୁ। • ହୋମ୍ ପେଜ୍‌ରେ ଦଶମ ଶ୍ରେଣୀ ପରୀକ୍ଷା ଡେଟ୍‌ସିଟ୍‌ ସମ୍ପର୍କିତ ଲିଙ୍କ୍ ଖୋଜନ୍ତୁ। • CBSE Class 10 Date Sheet 2027 ଲିଙ୍କ୍‌ରେ କ୍ଲିକ୍ କରନ୍ତୁ। • ପିଡିଏଫ୍‌ ଖୋଲିବା ପରେ ଏହାକୁ ଡାଉନଲୋଡ୍ କରି ସେଭ୍ କରି ରଖନ୍ତୁ।

ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନେ ଡେଟ୍‌ସିଟ୍‌ ଅନୁଯାୟୀ ପାଠପଢ଼ାର ଯୋଜନା ପ୍ରସ୍ତୁତ କରିବା ସହ ଅଫିସିଆଲ୍ ୱେବସାଇଟ୍‌ ରୁ ପରୀକ୍ଷା ସୂଚୀ ଯାଞ୍ଚ କରନ୍ତୁ।

ଅଧିକ ଦେଖନ୍ତୁ-

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)