Bahuda Yatra 2026: ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କରି କୃତ୍ୟକୃତ୍ୟ ହେଲେ ଶ୍ରଦ୍ଧାଳୁ, ଲୁହ ଝରାଇଲେ ଭକ୍ତ

Jul 23, 2026 - 19:18
Bahuda Yatra 2026: ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କରି କୃତ୍ୟକୃତ୍ୟ ହେଲେ ଶ୍ରଦ୍ଧାଳୁ, ଲୁହ ଝରାଇଲେ ଭକ୍ତ

"ପୁରୀ (ସତ୍ୟ ନାରାୟଣ ରାଉତ):  ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ନବମୀ ସନ୍ଧ୍ୟା ଦର୍ଶନ ଶେଷ ହୋଇଛି।

ହଜାର ହଜାର ଭକ୍ତଙ୍କୁ ଆଡ଼ପ ମଣ୍ଡପରେ ମହାପ୍ରଭୁ ଦର୍ଶନ ଦେଇଛନ୍ତି।

ଗୁଣ୍ଡିଚା ମନ୍ଦିରରେ ନବମୀ ତିଥିରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ "ସନ୍ଧ୍ୟା ଦର୍ଶନ" ଅତ୍ୟନ୍ତ ମହିମାମୟ ଏବଂ ଏହି ଦର୍ଶନର ସୁଯୋଗ ନେଇ ଭକ୍ତମାନେ ନିଜକୁ କୃତ୍ୟକୃତ୍ୟ ମନେ କରିଛନ୍ତି।

ଅନେକ ଭକ୍ତ ଭାବାବେଗ ହୋଇ ଆଖିରୁ ଲୁହ ଝରାଇଛନ୍ତି।

କାରଣ ବଞ୍ଚିଥିଲେ ଯାଇ ବର୍ଷକ ପରେ ଜନ୍ମବେଦିରେ ଠାକୁରଙ୍କ ଦର୍ଶନ ମିଳିପାରିବ।Advertisment ନବମୀରେ ସନ୍ଧ୍ୟା ଆଳତି ପୂର୍ବରୁ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କଲେ ସମସ୍ତ ପାପ ବିନାଶ ହେବା ସହ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।

ରଥାରୂଢ଼ ହେବା ପୂର୍ବରୁ ଭକ୍ତମାନେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କୁ ଅତି ନିକଟରୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି।

ଅଲୌକିକ ପର୍ବ "ରଥଯାତ୍ରା" କ"ଣ କୁହେ ପୁରାଣ?ନବମୀରେ ଶ୍ରୀମନ୍ଦିର ବଦଳରେ ଆଡ଼ପ ମଣ୍ଡପରେ ଠାକୁରଙ୍କୁ ଦର୍ଶନ କରିବା ଦ୍ୱାରା କୋଟି ପୁଣ୍ୟ ମିଳିଥାଏ।

ଏହି ସନ୍ଧ୍ୟା ଦର୍ଶନ ପରେ ମହାପ୍ରଭୁଙ୍କ ବାହୁଡ଼ା ନୀତି ଆରମ୍ଭ ହୋଇଥାଏ ଏବଂ ପରଦିନ ଠାକୁର ରଥାରୂଢ଼ ହୋଇ ଶ୍ରୀମନ୍ଦିର ଫେରିଥାନ୍ତି।

ଆଜି ସନ୍ଧ୍ୟା ଦର୍ଶନ ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା।

ବାହୁଡ଼ା ପାଇଁ ରଥ-ପଥ ପ୍ରସ୍ତୁତଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା।

ଏଣୁ ପୂର୍ବ ପ୍ରସ୍ତୁତି ଏବଂ ନୀତି ବହୁଳତାକୁ ଦୃଷ୍ଟିରେ ରଖି, ଆଜି ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରଖାଯାଇଛି ।

ଏହି ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରର ଶୋଧ କାର୍ଯ୍ୟ ଅନୁଷ୍ଠିତ ହେବା ସହ ଶ୍ରୀଜିଉମାନଙ୍କର ବାହୁଡ଼ା ଯାତ୍ରା ପୂର୍ବର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ।

ଦର୍ଶନ ବନ୍ଦ ହେଲେ ମଧ୍ୟ କେବଳ ଆନନ୍ଦବଜାରକୁ ଯିବାଆସିବା କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାର ଖୋଲା ରଖାଯାଇଛି।

ଆଡ଼ପ ଅବଢ଼ା ରାତି ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ।

ଭକ୍ତମାନେ ନାକଚଣା ଦ୍ବାର ଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।