CBI: ଡିଜିଟାଲ ଆରେଷ୍ଟ ମାମଲାରେ ୨୦ ରାଜ୍ୟର ୮୯ଟି ସ୍ଥାନରେ ସିବିଆଇ ଚଢ଼ଉ: ୩ ଗିରଫ

Sep 04, 2026 - 17:56
CBI: ଡିଜିଟାଲ ଆରେଷ୍ଟ ମାମଲାରେ ୨୦ ରାଜ୍ୟର ୮୯ଟି ସ୍ଥାନରେ ସିବିଆଇ ଚଢ଼ଉ: ୩ ଗିରଫ

"ମୁମ୍ବାଇ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଡିଜିଟାଲ୍ ଆରେଷ୍ଟ ସିଣ୍ଡିକେଟ୍ ଉପରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଅପରେସନ୍ ଚକ୍ର-୬ ଅନ୍ତର୍ଗତ ତିନୋଟି ପ୍ରମୁଖ ମାମଲାରେ ୨୦ଟି ରାଜ୍ୟର ୮୯ଟି ସ୍ଥାନରେ ଚଢ଼ଉ କରିଛି।

ଏଜେନ୍ସି ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଛି।

ସିବିଆଇ କହିଛି ଯେ, ସୁପ୍ରିମକୋର୍ଟ ଏପରି ଅପରାଧରେ ସମ୍ପୃକ୍ତ ବ୍ୟକ୍ତି ଓ ସେମାନଙ୍କୁ ସହାୟତା କରୁଥିବା ବ୍ୟାପକ ନେଟୱାର୍କ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ରାଜ୍ୟରୁ ଡିଜିଟାଲ ଆରେଷ୍ଟ ସହିତ ଜଡିତ ଅନେକ ମାମଲାରେ ସିବିଆଇ ନିଜ ହସ୍ତକ୍ଷେପ କରିଛି।

ସଦ୍ୟତମ ଅଭିଯାନରେ ଅନ୍ତର୍ଭୁକ୍ତ ତିନୋଟି ମାମଲାରେ ପୀଡିତମାନଙ୍କୁ ଗୋଟିଏରୁ ତିନି ମାସ ପର୍ଯ୍ୟନ୍ତ ଡିଜିଟାଲ ଗିରଫଦାରୀରେ ରଖାଯାଇଥିଲା ଓ ସାମୂହିକ ଭାବରେ ୪୨.୩୬ କୋଟି ଟଙ୍କା ଠକେଇ କରାଯାଇଥିଲା।Advertisment ଏହି ମାମଲାଗୁଡ଼ିକ ମଧ୍ୟରୁ ଗୋଟିଏ ବିଟ୍ସ ପିଲାନି ସହିତ ଜଡିତ, ଯେଉଁଠାରେ ଜଣେ ପୀଡିତଙ୍କୁ ତିନି ମାସ ପାଇଁ ଡିଜିଟାଲ ଆରେଷ୍ଟ କରାଯାଇଥିଲା ଏବଂ ଠକମାନେ ନିଜକୁ ପୁଲିସ ଅଧିକାରୀ ବୋଲି ପରିଚୟ ଦେଇ ୭.୬୭ କୋଟି ଟଙ୍କା ଠକେଇ କରିଥିଲେ।

ଗୁଜରାଟରେ ଅନ୍ୟ ଏକ ମାମଲାରେ, ଠକମାନେ ଜଣେ ପୀଡିତଙ୍କୁ ତିନି ମାସ ପାଇଁ ଡିଜିଟାଲ ଆରେଷ୍ଟ କରିଥିଲେ ଏବଂ ପୁଲିସ ଅଧିକାରୀ ଭାବରେ ପରିଚୟ ଦେଇ ୧୯.୨୪ କୋଟି ଟଙ୍କା ଠକେଇ କରିଥିଲେ।

ତୃତୀୟ ମାମଲା କର୍ଣ୍ଣାଟକର ହୋଇଥିବାବେଳେ ପୀଡ଼ିତଙ୍କୁ ମାସେ ଧରି ଡିଜିଟାଲ ଆରେଷ୍ଟରେ ରଖାଯାଇଥିବାବେଳେ ୧୫.୪୫ କୋଟି ଟଙ୍କା ଠକେଇ ହୋଇଥିଲା।

୨ ଦିନରେ ୪୬୦୦ଟଙ୍କା ବଢ଼ିଲା ସୁନା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)