Cattle Death: ଚୋରା ପଥର ଚାଲାଣ ହାଇୱା ଧକ୍କାରେ ଦୁଇ ଗୋମାତା ମୃତ

Aug 10, 2026 - 14:46
Cattle Death: ଚୋରା ପଥର ଚାଲାଣ ହାଇୱା ଧକ୍କାରେ ଦୁଇ ଗୋମାତା ମୃତ

"ରଣପୁର(ବିଶ୍ୱରଂଜନ ଆଚାର୍ଯ୍ୟ): ନୟାଗଡ଼ ଜିଲ୍ଲା ରଣପୁର ତହସିଲ ରାଜସୁନାଖଳା ରାଜସ୍ବ ସର୍କଲ କୋଟଗଡ ଦୁଧିଆ ପାହାଡ଼ ନିକଟରୁ ପ୍ରତିଦିନ ଶହ ଶହ ହାଇୱା ଗାଡ଼ିରେ କଳାମୁଗୁନି ପଥର ନୂଆ ଜଗନ୍ନାଥ ସଡ଼କ ଦେଇ ଖୋର୍ଦ୍ଧା ତାପଙ୍ଗ ଓ ମଳିପଡ଼ା ଅଞ୍ଚଳକୁ ଚୋରା ଚାଲାଣ ହେଉଛି।

ରାଜସ୍ବ ବିଭାଗ ଓ ପୁଲିସ ଖଣି ବିଭାଗ ଉପରେ ଦୋଷ ଲଦି ଚୁପଚାପ ରହୁଛନ୍ତି।

ନୟାଗଡ଼ ଖଣି ଅଧିକାରୀଙ୍କ ଅବସର ପରେ ନୂତନ ଖଣି ଅଧିକାରୀ ଦାୟିତ୍ୱ ନେଲେ ମଧ୍ୟ କର୍ମଚାରୀ ଅଭାବ ଥିବାବେଳେ ପେଟ୍ରୋଲିଙ୍ଗ କମ୍ ହେଉଥିବା ଯୋଗୁଁ ଚୋରା ଖଣିରୁ ବାବୁ ଜାଣି ଚୋରି ହେଉଥିବା ଅଭିଯୋଗ ହେଉଛି।

ବିନା କାଗଜ ପତ୍ରରେ ଚୋରା କଳାମୁଗୁନି ପଥର ଚାଲାଣ ସମୟରେ ହାଇୱା ଦ୍ରୁତଗତିରେ ବେଫିକର ଚାଲାଣ ଯୋଗୁଁ ଦୁର୍ଘଟଣା ବଢିବା ସହ ଧନଜୀବନ ହାନି ହେବାରେ ଲାଗିଛି।

Advertisment ଅଗଷ୍ଟ ୧୦ ତାରିଖ ଭୋର ସମୟରେ ଜଗନ୍ନାଥ ସଡ଼କ ନରସିଂହପୁର ଛକରେ ଏକ ଚୋରା କଳାମୁଗୁନି ଚାଲାଣ କରୁଥିବା ହାଇୱା ଗୋମାତାଙ୍କୁ ଧକ୍କାଦେଇ ପଳାଇ ଯାଇଥିଲା।

ଫଳରେ ଏକ ଷଣ୍ଢ ଓ ଏକ ଦାମ୍ବୁଡ଼ି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ।

ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ।

ଫଳରେ ସେହି ରାସ୍ତାଡେଇ ଯାଉଥିବା କଳାମୁଗୁନି ସାତଟି ହାଇୱା ଅଟକିବା ସହ ରାସ୍ତାରେ ଯାତାୟାତ ଠପ ହୋଇଯାଇଥିଲା।

ଖବର ପାଇଁ ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁ, ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକ ଓ ନୟାଗଡ ଅତିରିକ୍ତ ଖଣି ଅଧିକାରୀ ଦେବାଶିଷ ନାୟକ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ରାସ୍ତାରୋକକାରୀଙ୍କୁ ବୁଝାସୁଝା କରିଥିଲେ।

ରାସ୍ତାରୋକ ହଟିବା ପରେ ଯାତାୟତ ସ୍ୱାଭାବିକ ଲୋକଙ୍କ ଜିଦ୍ ଆଗରେ ପ୍ରଶାସନ ହାର ମାନିଥିଲା।

ଅତିରିକ୍ତ ଖଣି ଅଧିକାରୀ ଦେବାଶିଷ ନାୟକ ସାତଟି କଳାମୁଗୁନି ପଥର ବୋଝେଇ ହାଇୱାକୁ ଜବତ କରି ଥାନାକୁ ନେଇଥିଲେ।

ଲୋକମାନେ ଏହି ରାସ୍ତାଡେଇ କାକମୁଗୁନି ଚୋରା ବନ୍ଦ ପାଇଁ ଚେତାବନୀ ଦେଇଥିବା ଜଣା ପଡିଛି।

ସ୍ଥାନୀୟ ସରପଞ୍ଚ ଗୋମାତାଙ୍କ ଶବ ସତ୍କାର କରିଥିବା ଜଣା ପଡିଛି।

ଅତିରିକ୍ତ ଖଣି ଅଧିକାରୀ ପଥର ଚାଲାଣ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡିଛି।

ଖଣି ଅଧିକାରୀ ଜିତେନ୍ଦ୍ର କୁମାର ହାଁସଦା କହିଛନ୍ତି, ଜୁନିଅର ଖଣି ଅଧିକାରୀଙ୍କ ଠାରୁ ରିପୋର୍ଟ ପାଇଲା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ରାସ୍ତାରୋକ ହଟିବା ପରେ ଯାତାୟତ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି।

Snake Bite: ସାପ କାମୁଡ଼ାରେ ଚାଲିଗଲା ୨ ମାସ ଶିଶୁର ଜୀବନ, ବାପା ଗୁରୁତର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media