CarAccident: ଫେରିବାଲାଠୁ ଲୁଟ୍ କରି ଚମ୍ପଟବେଳେ ଓଲଟିଲା କାର, ଜଣେ ଆହତ, ଜଣେ ଅଟକ
"ରାୟଗଡ଼ା: ଆଜି ସକାଳେ ରାୟଗଡ଼ା ଥାନା ଅନ୍ତର୍ଗତ ତଳ ଗୁମ୍ମା ନିକଟରେ ଜଣେ ଫେରିବାଲାକୁ କିଛି ବ୍ୟକ୍ତି ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ।
ଏହାପରେ ଦୁର୍ବୃତ୍ତମାନେ ଏକ କାରରେ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଚମ୍ପଟ ମାରିବାବେଳେ ଗୋଟିଏ ଛୋଟ ପିଲାର ଦୁଇ ଗୋଡ଼ ଉପରେ କାର ଚଢ଼ିଯାଇଥିଲା।
ଫଳରେ ଗାଡ଼ି ଚାଳକ ନିୟନ୍ତ୍ରଣ ହରାଇବାରୁ କାରଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା।Advertisment ଆହୁରି ପଢନ୍ତୁ: AshTruck: ବିକ୍ଷୋଭ, ଧରପଗଡ଼ ସତ୍ତ୍ବେ ମାଫିଆଙ୍କର ପରବାଏ ନାହିଁ: ବେଆଇନ ଡମ୍ପିଂ କରୁଥିବା ୮ ପାଉଁଶ ଗାଡ଼ି ଜବତ ଏହାପରେ କାରରେ ଥିବା କିଛି ବ୍ୟକ୍ତି ପାହାଡ଼ ଚଢ଼ି ଫେରାର ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତିକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସରେ ଜିମା ଦେଇଛନ୍ତି।
ଆହତ ପିଲାକୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
କୁମ୍ବିକୋଟା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଲୁଟ୍ ର ଶିକାର ହୋଇଥିବା ଫେରିବାଲା ରାୟଗଡ଼ା ଥାନାରେ ପହଞ୍ଚି ଏ ନେଇ ଅଭିଯୋଗ କରିଥିବା ଜଣାପଡ଼ିଛି।"