22 JULY 2026

Welcome!

Unlock your personalized experience.
Sign Up

Captain Amarinder Singh: ବିଜେପିକୁ ଝଟ୍‌କା, କଂଗ୍ରେସକୁ ଫେରିବେ କ୍ୟାପ୍ଟେନ ଅମରିନ୍ଦର ସିଂହ!

Jun 04, 2026 - 18:26
Captain Amarinder Singh: ବିଜେପିକୁ ଝଟ୍‌କା, କଂଗ୍ରେସକୁ ଫେରିବେ କ୍ୟାପ୍ଟେନ ଅମରିନ୍ଦର ସିଂହ!

ନୂଆଦିଲ୍ଲୀ: ପଞ୍ଜାବରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ହୁଡ୍ଡା ବଡ଼ ଦାବି କରିଛନ୍ତି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ସେମାନଙ୍କ ଯୋଗଯୋଗରେ ଥିବା କହିଛନ୍ତି। ସେ କଂଗ୍ରେସର ବରିଷ୍ଠ ନେତା ଥିଲେ ଓ ଆମର ବରିଷ୍ଠ ସହଯୋଗୀ ଥିଲେ ବୋଲି ହୁଡ୍ଡା କହିଛନ୍ତି। ସୂଚନାଯୋଗ୍ୟ, କ୍ୟାପ୍ଟେନ ଓ ହୁଡ୍ଡା ଭଲ ବନ୍ଧୁ। ହୁଡ୍ଡା କ୍ୟାପ୍ଟେନଙ୍କୁ କଂଗ୍ରେସକୁ ଫେରାଇ ଆଣିବାରେ ମାଧ୍ୟମ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହୁଡ୍ଡାଙ୍କ ଏହି ବୟାନ ପରେ ପଞ୍ଜାବ ବିଜେପିରେ ପ୍ରତିକ୍ରିୟା ଦେଖାଯାଇଛି। ପଞ୍ଜାବ ବିଜେପି ପ୍ରବକ୍ତା ପ୍ରୀତପାଲ ସିଂହ ବଲିୟାୱାଲ କହିଛନ୍ତି, ସମ୍ପର୍କରେ ରହିବା କୌଣସି ବଡ଼ କଥା ନୁହେଁ। ହୁଡ୍ଡା କାହାର ବି ସମ୍ପର୍କରେ ରୁହନ୍ତି ନାହିଁ ବୋଲି ରଣଦୀପ ସୁର୍ଜେଓ୍ବାଲା ଓ କୁମାରୀ ଶୈଳେଜା କହିଆସୁଛନ୍ତି। ହୁଡ୍ଡା କେବଳ ସମ୍ପର୍କରେ ଥିବା କଥା କହିଛନ୍ତି, ଏହାର ଅନ୍ୟ କିଛି ଅର୍ଥ ବାହାର କରିବା କଥା ନୁହେଁ।

ଅଧିକପଢ଼ନ୍ତୁ:ବିଶ୍ୱର ଖାଦ୍ୟ ଥାଳିରେ ବିଷ: ଚେତାବନୀ ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଅନ୍ୟପକ୍ଷରେ କ୍ୟାପଟେନ୍‌ କଂଗ୍ରେସକୁ ଫେରିବା ନେଇ ଏଥିପାଇଁ ଚର୍ଚ୍ଚା ହେଉଛି କି, ଗତ କିଛି ଦିନ ହେଲା ସେ ଲଗାତାର ଭାବେ କଂଗ୍ରେସର ପ୍ରଶଂସା କରିଆସୁଛନ୍ତି। କ୍ୟାପଟେନ୍‌ କହିଛନ୍ତି ଯେ, କଂଗ୍ରେସରେ କୌଣସି ନିଷ୍ପତ୍ତି ନିଆଯିବା ପୂର୍ବରୁ ତାଙ୍କୁ ପଚରା ଯାଉଥିଲା କିନ୍ତୁ ବିଜେପିରେ ସିଧାସଳଖ ଉପରୁ ନିଷ୍ପତ୍ତି ହେଉଛି। କ୍ୟାପଟେନ୍‌ କେବଲ ଡିଲୋଁଙ୍କୁ ପଞ୍ଜାବରେ ବିଜେପି ମୁଖ୍ୟ କରାଯିବାକୁ ନେଇ ବିରୋଧ କରିଥିଲେ। କିନ୍ତୁ ଏହି ପ୍ରସଙ୍ଗରେ ବିଜେପି ତାଙ୍କ ମତାମତ ଗ୍ରହଣ କରିନଥିଲା। କ୍ୟାପ୍ଟେନ କହିଥିଲେ, କଂଗ୍ରେସ ମୋ ପରିବାର ପରି। କଂଗ୍ରେସ କଥା ମୋତେ ମନେ ପଡ଼ୁଛି। ମୋ ଜନ୍ମଦିନରେ ରାହୁଲ ଗାନ୍ଧୀ ମୋତେ ଶୁଭେଚ୍ଛା ଜଣାଇ ବାର୍ତ୍ତା ପଠାଇଥିଲେ। ନିକଟରେ ମୋ ଭାଇ ରଣଧୀରଙ୍କ ନିଧନରେ ଶୋକ ବାର୍ତ୍ତା ପଠାଇଥିଲେ। କିନ୍ତୁ ବିଜେପିରୁ କେହି ସମ୍ବେଦନା ଜଣାଇନଥିଲେ। କ୍ୟାପ୍ଟେନ ପଞ୍ଜାବରେ ବିଜେପି ଅକାଳୀ ଦଳ ସହିତ ମିଶି ନିର୍ବାଚନ ଲଢ଼ୁ ବୋଲି ଚାହୁଥିବାବେଳେ ବିଜେପି ଏକକୀ ୧୧୭ ଆସନରେ ଲଢ଼ିବ ବୋଲି କହିଛି। କ୍ୟାପଟେନ୍ ବିଜେପିରେ ସାମିଲ ହେବା ପରଠାରୁ ନିଜକୁ ଦଳରେ ଉପେକ୍ଷିତ ଅନୁଭବ କରୁଛନ୍ତି। ତାମିଲନାଡ଼ୁରେ ବିଜେପିର ପୂର୍ବତନ ଅଧ୍ୟକ୍ଷ କେ. ଅନ୍ନାମଲାଇ ଦଳ ଛାଡ଼ୁଥିବାବେଳେ କ୍ୟାପଟେନ୍‌ ଦଳ ଛାଡ଼ିବା ନେଇ ଚର୍ଚ୍ଚା ବିଜେପି ପାଇଁ ଡବଲ ଝଟ୍‌କା ପରି ହୋଇଛି।

ଅଧିକଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।