06 JUNE 2026

Welcome!

Unlock your personalized experience.
Sign Up

Arrest: ଗୌରାଙ୍ଗ ଅପହରଣ ମାମଲା: ୬ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗିରଫ

Jun 04, 2026 - 18:26
Arrest: ଗୌରାଙ୍ଗ ଅପହରଣ ମାମଲା: ୬ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗିରଫ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମହାଦେଇ ପାଟଣା ଗ୍ରାମର ନିଖୋଜ ଦଳିତ ଯୁବକ ଗୌରାଙ୍ଗ ସେଠୀ ଅପହରଣର ୮ ଦିନ ପରେ ଆଳି ପୁଲିସ ଆଜି ୬ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ପ୍ରକାଶଯୋଗ୍ୟ ଯେ, ମହାଦେଇ ପାଟଣା ଗ୍ରାମର ଦଳିତ ଯୁବକ ଗୈାରାଙ୍ଗଙ୍କୁ ୬ ଜଣ ଯୁବକ ଗାଧୁଆ ତୁଠରୁ ଉଠାଇ ନେଇଥିଲେ। ଗୌରାଙ୍ଗଙ୍କ ହାତ ଗୋଡ଼ ବାନ୍ଧି ସଂପୃକ୍ତ ଅପହରଣକାରୀମାନେ ଅମାନୁଷିକ ଭାବେ ଠେଙ୍ଗାବାଡି, ଲୁହାଛଡ଼ରେ ନିସ୍ତୁକ ପିଟିଥିଲେ। ଗୌରାଙ୍ଗଙ୍କ ଉପରେ ଏଭଳି ବର୍ବର ଆକ୍ରମଣର ଭିଡିଓ ଭାଇରାଲ ପରେ ପରିବାର ଲୋକେ ଓ ଗ୍ରାମବାସୀମାନେ ଥାନା ଘେରାଉ କରିଥିଲେ। 

ଆହୁରି ପଢ଼ନ୍ତୁ: IPL Betting ବ୍ରହ୍ମପୁରରେ ପୁଣି ଅପରାଧ: ଆଇପିଏଲ୍‌ ବେଟିଂ ବୁକିକୁ ଅପହରଣ କରି ୪ ଲକ୍ଷ ଲୁଟ୍‌

ସପ୍ତାହ ବ୍ୟାପୀ ତଦନ୍ତ ଓ ଧାଁ ଧପଡ଼ ପରେ ଘଟଣାରେ ସଂପୃକ୍ତ ଜନୈକ ଅଭିଯୁକ୍ତ ପ୍ରତାପ ମହାକୁଡ଼କୁ ଆଜି ଆଳି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ଦେଇଛି। ତେବେ ଏଯାଏ ପୁଲିସ ଅପହୃତ ଗୌରାଙ୍ଗଙ୍କୁ ଠାବ କରିପାରିନାହିଁ। ଏଥିଯୋଗୁଁ ପରିବାର, ଗ୍ରାମବାସୀ, ଦଳିତ ସଂଗଠନ, ବିରୋଧୀ ରାଜନୈତିକ ଦଳ ସମେତ ସାଧାରଣରେ ପୁଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

ଆହୁରି ଦେଖନ୍ତୁ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।