Cancer Care Scheme ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନର ମୋଟ ଚିକିତ୍ସା ପ୍ୟାକେଜ ୨୨୫୪କୁ ବୃଦ୍ଧି

Aug 05, 2026 - 20:26
Cancer Care Scheme ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନର ମୋଟ ଚିକିତ୍ସା ପ୍ୟାକେଜ ୨୨୫୪କୁ ବୃଦ୍ଧି

"୨୦୨୬-୨୭ ବଜେଟରେ ୩୧୧ କୋଟି ଟଙ୍କାର ବ୍ୟୟଅଟକଳ ଭୁବନେଶ୍ୱର: ରାଜ୍ୟରେ କର୍କଟ ରୋଗୀମାନଙ୍କୁ ଅଧିକ ବ୍ୟାପକ, ସମୟୋପଯୋଗୀ ଓ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ଦିଗରେ ଓଡ଼ିଶା ସରକାର ଆଉ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନ ଅଧୀନରେ ଥିବା ଅତିରିକ୍ତ ୯୧ଟି କ୍ୟାନସର ଚିକିତ୍ସା ପ୍ୟାକେଜକୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏ.ବି.ପି.ଏମ୍.ଜେ.ଏ.ୱାଇ.) ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା (ଜି.ଜେ.ଏ.ୱାଇ.)ର ସମନ୍ୱିତ ପ୍ୟାକେଜ ମାଷ୍ଟରରେ ସ୍ୱତନ୍ତ୍ର ରାଜ୍ୟ ପ୍ୟାକେଜ ଭାବେ ସାମିଲ କରାଯାଇଛି ।

ଏହା ଫଳରେ ରାଜ୍ୟର କ୍ୟାନସର ରୋଗୀମାନେ ଅଧିକ ସଂଖ୍ୟକ ଜଟିଳ ଚିକିତ୍ସା ସେବାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ପାଇପାରିବେ।Advertisment Increasing Risk Of Cancer: ବିଦେଶରେ ବ୍ୟାନ୍, ଭାରତୀୟ ବିଲରେ ସ୍ପ୍ରେ: ଚାଷ ଜମିରୁ ଥାଳିକୁ ଆସୁଛି ମାରାତ୍ମକ କେମିକାଲ୍, ବଢୁଛି କ୍ୟାନସର ଆଶଙ୍କା ଆଜି (ବୁଧବାର) ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟ ସରକାର ଲୋକାଭିମୁଖୀ ସ୍ଵାସ୍ଥ୍ୟସେବା ପାଇଁ ପ୍ରତିବଦ୍ଧ।

କ୍ୟାନସର ପାଇଁ ରାଜ୍ୟ ସରକାର ନିଜ ଉଦ୍ୟମରେ ଦେୟମୁକ୍ତ ଚିକିତ୍ସା ଯୋଗାଇଦେବେ ।

୨୦୨୬-୨୭ ବଜେଟରେ ଏଥି ନିମନ୍ତେ ୩୧୧ କୋଟି ପ୍ରବଧାନ କରାଯାଇଛି ।

ଗୋଷ୍ଠୀ ସଚେତନତା, ମୋବାଇଲ କ୍ୟାମ୍ପ, ଡିଜିଟାଲ-ହବ ଏବଂ ସ୍ପୋକ ମଡେଲ ଏବଂ ମାଗଣା ଯାତାୟତ ସୁବିଧା ନିମନ୍ତେ ଖର୍ଚ୍ଚ ହେବ ।

ଓଡ଼ିଶାରେ ଏ.ବି.ପି.ଏମ୍.ଜେ.ଏ.ୱାଇ.

ଓ ଜି.ଜେ.ଏ.ୱାଇ.ର ସମନ୍ୱିତ କାର୍ଯ୍ୟକାରିତା ଆରମ୍ଭ ବେଳେ ଏହି ଯୋଜନାରେ ୨୧୬୩ଟି ଚିକିତ୍ସା ପ୍ୟାକେଜ ଉପଲବ୍ଧ ଥିଲା ।

ବର୍ତ୍ତମାନ ୯୧ଟି ନୂତନ ପ୍ୟାକେଜ ସାମିଲ ହେବା ପରେ ମୋଟ ଚିକିତ୍ସା ପ୍ୟାକେଜର ସଂଖ୍ୟା ୨୨୫୪ରେ ପହଞ୍ଚିଛି।

୭ ମାସ ହେଲା ମିଳୁନି କ୍ୟାନସର୍‌ ଔଷଧ: ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ, ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଏବଂ ରାଜ୍ୟ ସରକାରଙ୍କ ସକ୍ରିୟ ପଦକ୍ଷେପ ଫଳରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ଏହି ୯୧ଟି ପ୍ୟାକେଜକୁ ଅନୁମୋଦନ କରି ଏ.ବି.ପି.ଏମ୍.ଜେ.ଏ.ୱାଇ.–ଜି.ଜେ.ଏ.ୱାଇ.

ପ୍ୟାକେଜ ମାଷ୍ଟରରେ ସ୍ୱତନ୍ତ୍ର ରାଜ୍ୟ ପ୍ୟାକେଜ ଭାବେ ସାମିଲ କରିଛନ୍ତି ।

ଏହି ସମସ୍ତ ପ୍ୟାକେଜ ଅନୁଯାୟୀ ଦେୟମୁକ୍ତ ଚିକିତ୍ସା ସେବା ପ୍ରଦାନ ପାଇଁ ରାଜ୍ୟର ସମସ୍ତ ତାଲିକାଭୁକ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।