Cabinet : ଏବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଉପରେ ଫୋକସ୍‌

Aug 25, 2026 - 22:42
Cabinet : ଏବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଉପରେ ଫୋକସ୍‌

"ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପିର ନୂତନ ଜାତୀୟ ସାଙ୍ଗଠନିକ ଟିମ୍ ଗଠନ ହେବା ପରେ ଏବେ ସମସ୍ତଙ୍କ ନଜର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଉପରେ ରହିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳୀୟ ସଂଗଠନରେ ନୂଆ ଦାୟିତ୍ୱ ପାଇଥିବା ଏବଂ ସଂସଦରେ କାର୍ଯ୍ୟକାଳ ଶେଷ ହେବାକୁ ଥିବା କେତେକ ମନ୍ତ୍ରୀଙ୍କ ସ୍ଥାନରେ ନୂତନ ସହଯୋଗୀ ଦଳ ଏବଂ ଯୁବ ଚେହେରାମାନଙ୍କୁ ସାମିଲ କରାଯିବ।

ବର୍ତ୍ତମାନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀଙ୍କୁ ମିଶାଇ ମୋଟ ୬୯ ଜଣ ସଦସ୍ୟ ରହିଛନ୍ତି।

ସମ୍ବିଧାନର ଧାରା ୭୫(୧ଏ) ଅନୁଯାୟୀ କେନ୍ଦ୍ରରେ ସର୍ବାଧିକ ୮୧ ଜଣ ମନ୍ତ୍ରୀ ରହିପାରିବେ, ଯାହା ଫଳରେ ବର୍ତ୍ତମାନ ମନ୍ତ୍ରିମଣ୍ଡଳରେ ଆହୁରି ୧୨ଟି ପଦବି ଖାଲି ରହିଛି।

ନିକଟରେ ଯୁବ ଆନ୍ଦୋଳନ ଯୋଗୁ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ଯୋଗୁଁ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଅନ ଏବଂ ରବନୀତ ସିଂହ ବିଟ୍ଟୁ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି।Advertisment ଆହୁରି ପଢନ୍ତୁ :Subhadra Scheme: ୧,୦୩,୨୬,୧୬୨ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ "ସୁଭଦ୍ରା ଯୋଜନା"ର ପଞ୍ଚମ କିସ୍ତି ଏହି ବ୍ୟାପକ ସମ୍ପ୍ରସାରଣରେ ଆଗାମୀ ୨୦୨୯ ଲୋକସଭା ନିର୍ବାଚନ ଏବଂ ଉତ୍ତର ପ୍ରଦେଶ, ପଞ୍ଜାବ, ଗୁଜରାଟ ପରି ପ୍ରମୁଖ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ସମୀକରଣକୁ ଗୁରୁତ୍ୱ ଦିଆଯାଉଛି।

ନୂତନ ଜାତୀୟ ସଭାପତି ନିତିନ ନବୀନଙ୍କ ଟିମ୍‌ରେ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଦଳର କୋଷାଧ୍ୟକ୍ଷ କରାଯାଇଥିବା ବେଳେ ହର୍ଷ ମାଲହୋତ୍ରା ଓ ପଙ୍କଜ ଚୌଧୁରୀଙ୍କୁ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର ଦଳୀୟ ମୁଖ୍ୟ କରାଯାଇଛି, ଯାହା ଦ୍ୱାରା "ଏକ ବ୍ୟକ୍ତି ଏକ ପଦ" ନୀତି ଅନୁଯାୟୀ ସେମାନଙ୍କ ସ୍ଥାନରେ ନୂଆ ଚେହେରା ଆସିବା ସ୍ପଷ୍ଟ ହୋଇଛି।

ଏହା ସହ ପେଟ୍ରୋଲିୟମ ମନ୍ତ୍ରୀ ହର୍‌ଦୀପ ସିଂହ ପୁରୀ ଓ ବିଏଲ୍ ବର୍ମାଙ୍କ ରାଜ୍ୟସଭା କାର୍ଯ୍ୟକାଳ ଆସନ୍ତା ନଭେମ୍ବରରେ ଶେଷ ହେବାକୁ ଯାଉଛି।

ଆହୁରି ପଢନ୍ତୁ :Jantar Mantar: ଯନ୍ତରମନ୍ତର ହିଂସା ତଦନ୍ତ ପ୍ୟାନେଲ ସୁପ୍ରିମ୍‌କୋର୍ଟ ତତ୍ତ୍ୱାବଧାନରେ କାମ କରିବ ଆଗାମୀ କ୍ୟାବିନେଟ୍‌ ସଂପ୍ରସାରଣରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ, ଆମ୍ ଆଦମୀ ପାର୍ଟିରୁ ଭାଜପାକୁ ଆସିଥିବା ରାଘବ ଚଢ଼ାଙ୍କ ଗୋଷ୍ଠୀର ସଦସ୍ୟ ଏବଂ ପୁନର୍ବାର ସହଯୋଗୀ ହେବାକୁ ଥିବା ଶିରୋମଣି ଅକାଳୀ ଦଳର ହରସିମରତ କୌର ବାଦଲଙ୍କ ନାମ ଚର୍ଚ୍ଚାରେ ରହିଛି।

ଅମିତ ଶାହ, ଜେପି ନଡ୍ଡା, ଶିବରାଜ ସିଂହ ଚୌହାନ, ଅଶ୍ୱିନୀ ବୈଷ୍ଣବ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ୧୪ ଜଣ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ଏକାଧିକ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଥିବାରୁ କାର୍ଯ୍ୟଭାର ହ୍ରାସ ପାଇଁ କେତେକ ଦାୟିତ୍ୱ ନୂତନ ମନ୍ତ୍ରୀମାନଙ୍କୁ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)