Nabarangpur Nuclear Power Plant Row ପୂଜାରୀଗୁଡ଼ାରେ ସମ୍ଭାବ୍ୟ ଆଣବିକ ଶକ୍ତି ପ୍ରକଳ୍ପକୁ ବିରୋଧ, ପ୍ରଶାସନର ଅସ୍ବୀକାର

Aug 25, 2026 - 22:42
Nabarangpur Nuclear Power Plant Row ପୂଜାରୀଗୁଡ଼ାରେ ସମ୍ଭାବ୍ୟ ଆଣବିକ ଶକ୍ତି ପ୍ରକଳ୍ପକୁ ବିରୋଧ, ପ୍ରଶାସନର ଅସ୍ବୀକାର

"ନବରଙ୍ଗପୁର(ସୁରେଶ ନାଇଡ଼ୁ): ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ପୂଜାରୀଗୁଡାରେ ସମ୍ଭାବ୍ୟ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ସ୍ଥାପନକୁ ବିରୋଧ କରି  ଆଜି (ମଙ୍ଗଳବାର) ଧାରଣା ଓ ଦାବିପତ୍ର ପ୍ରଦାନ କରାଯାଇଛି।

ତେବେ ଏଭଳି କୌଣସି ପ୍ରକଳ୍ପର ପ୍ରସ୍ତାବ ନାହିଁ ।

ଏନେଇ ବିଭ୍ରାନ୍ତି କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

Advertisment NTPC: ଏନଟିପିସି ପ୍ଲାଣ୍ଟରେ ଦୁର୍ଘଟଣା, ୫ ଶ୍ରମିକ ଗୁରୁତର "ଆଣବିକ ଶକ୍ତି ପ୍ରକଳ୍ପ ପ୍ରତିରୋଧ ସଂଗ୍ରାମ ସମିତି " ପକ୍ଷରୁ ସ୍ଥାନୀୟ ନବରଙ୍ଗପୁର ମାଝିଗୁଡା ଛକରୁ ବିରାଟ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା।

ସମିତିର ଦାବି ଅନୁସାରେ, ଗୁପ୍ତ ଭାବେ ତେନ୍ତୁଳିଖୁଣ୍ଟି ବ୍ଲକର ପୂଜାରୀଗୁଡ଼ା ଅଞ୍ଚଳରେ ସମ୍ଭାବ୍ୟ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରସ୍ତୁତି ଚାଲିଛି।

ଏନ୍‌ଟିପିସି ପକ୍ଷରୁ ମୃତ୍ତିକା ପରୀକ୍ଷା ସହ ବିଭିନ୍ନ ପ୍ରକାରର ସର୍ଭେ କରାଯାଇଥିଲେ ମଧ୍ୟ ଏହାର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଯାଇନାହିଁ କି ଗ୍ରାମସଭା କରାଯାଇ ନାହିଁ।

Nuclear Power Projects: ଓଡ଼ିଶାରେ ହେବ ନବୀନ ଜିନ୍ଦଲ ଗ୍ରୁପ୍‌ର ଆଣବିକ ଶକ୍ତି ପ୍ରକଳ୍ପ!

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ୫ହଜାର ଲୋକେ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ , ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ସଦାଶିବ ପ୍ରଧାନୀ, ଜିଲ୍ଲା କଂଗ୍ରେସ ସଭାପତି ଡ.

ଲିପିକା ମାଝୀ, ମଞୁଳା ମାଝୀ, ଅଖିଳ ଭତ୍ରା, ପ୍ରହ୍ଲାଦ ହିଆଲ୍, ରବି ପଟ୍ଟନାୟକ, ପି.ନାଗରତ୍ମମ, ସନରାଜ ଗଣ୍ଡ, ହାରାବତୀ ଗଣ୍ଡ, ସରପଂଚ କୁମାର ପୁଜାରୀ, ଜଗନ୍ନାଥ ଜାନି, ଦ୍ବାରିକା ମହାପାତ୍ରଙ୍କ ସହ ତେନ୍ତୁଳିଖୁଣ୍ଟି, ନନ୍ଦହାଣ୍ଡି ବ୍ଲକର ବିଭିନ୍ନ ପଂଚାୟତବାସୀ ମଧ୍ୟ ଯୋଗଦେଇଥିଲେ।

ଆନ୍ଦୋଳନକାରୀଙ୍କୁ ବିଜେଡି ଓ କଂଗ୍ରେସ ସହ ଅନ୍ୟ ବାମ ସଂଗଠନ, ନବରଙ୍ଗପୁର ଜିଲ୍ଲା ନାରୀ ମହାସଂଘ ପକ୍ଷରୁ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା।

ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।

ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ରାକେଶ କୁମାର ବେହେରା ସ୍ମାରକପତ୍ର ଗ୍ରହଣ କରିଥିଲେ।

Three nuclear power: ଓଡ଼ିଶାରେ ହେବ ୩ଟି ଆଣବିକ ଶକ୍ତି ପ୍ରକଳ୍ପ: ଆଗ୍ରହ ଦେଖାଇଲେ ଟାଟା, ଏନ୍‌ଟିପିସି, ଜିନ୍ଦଲ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି,  ତେନ୍ତୁଳିଖୁଣ୍ଟି ବ୍ଲକ ସୀମାନ୍ତ ଏବଂ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳରେ ପ୍ରାୟ ୬୦୦ ହେକ୍ଟର ଜମି ଚିହ୍ନଟ କରାଯାଇସାରିଛି ।

ଭୂମିକମ୍ପ ସମ୍ବନ୍ଧୀୟ ସର୍ଭେ ନାମରେ ପ୍ରକୃତରେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ପାଇଁ ପ୍ରସ୍ତୁତି ସରିଛି।

ବଡ଼ କର୍ପୋରେଟ ସଂସ୍ଥା ଜଡ଼ିତ ଅଛନ୍ତି।

ପ୍ରକଳ୍ପ ସ୍ଥାପନ ହେଲେ ଇନ୍ଦ୍ରାବତୀ ଜଳଭଣ୍ଡାର, କୃଷି, ଜଙ୍ଗଲ, ପରିବେଶ, ଜୈବବିବିଧତା ଓ ଜନସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପଡ଼ିବ।

ପ୍ଲାଣ୍ଟରୁ ନିର୍ଗତ ବର୍ଜ୍ୟବସ୍ତୁ ଏବଂ ସମ୍ଭାବ୍ୟ ବିକିରଣ ସ୍ଥାନୀୟ ଜନଜୀବନକୁ ବିପର୍ଯ୍ୟସ୍ତ କରିବ।

ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ କହିଛନ୍ତି, ଏନଟିପିସି ପକ୍ଷରୁ ନିୟମିତ ଭାବେ ଖଣି ପାଇଁ ଯାଂଚ କରିବାକୁ ୧୫ଦିନର ଅନୁମତି ମାଗିଥିଲେ, ସେହିକ୍ରମରେ ଅନୁମତି ଦିଆଯାଇଥିଲା।

ଯଦି କୌଣସି ପ୍ରକଳ୍ପ ହେବ ତେବେ ପ୍ରଥମେ ଗ୍ରାମସଭା କରାଯିବା ପରେ ହିଁ ହେବ।

ଏନେଇ ଭୁଲତଥ୍ୟ ଦେଇ ବିଭ୍ରାନ୍ତ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)