Bus Hyva collision ବଣାଇଁରେ ବସ୍–ହାଇୱା ଧକ୍କା, ଅଳ୍ପକେ ବର୍ତ୍ତିଲେ ୩୮ ଯାତ୍ର

Jun 30, 2026 - 22:31
Bus Hyva collision ବଣାଇଁରେ ବସ୍–ହାଇୱା ଧକ୍କା, ଅଳ୍ପକେ ବର୍ତ୍ତିଲେ ୩୮ ଯାତ୍ର

"ବଣାଇଁଗଡ଼: ବଣାଇଁ ଥାନା ଅନ୍ତର୍ଗତ ଇନ୍ଦ୍ରପୁର କ୍ରସର ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ଯାତ୍ରୀବାହୀ ବସ୍‌ ଓ ହାଇୱା ମଧ୍ୟରେ ଧକ୍କା ହୋଇଛି।

ତେବେ ଦୈବାତ୍‌ ବସ୍‌ରେ ବସିଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Advertisment ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଅଞ୍ଚଳରୁ ବାବା ଚନ୍ଦ୍ରଶେଖର (ଓଡି-୧୯ଏ-ଏ୪୬୧୯) ଯାତ୍ରୀବାହୀ ବସ୍‌ରେ ପ୍ରାୟ ୩୮ ଜଣ ଯାତ୍ରୀ ନେପାଳ ଭ୍ରମଣ ସାରି ଫେରୁଥିଲେ।

ସେହି ସମୟରେ ଇନ୍ଦ୍ରପୁର କ୍ରସର ନିକଟରେ ଥିବା ଏକ କ୍ରସରରୁ ବାହାରୁଥିବା ହାଇୱା (ସିଜି-୧୦ଏ-ଏସ-୮୯୪୮) ସହ ବସଟିର ଧକ୍କା ହୋଇଥିଲା।

Problems Bonai Sub division କୋଟିକୋଟି ଟଙ୍କା ରାଜସ୍ୱ ଦେଉଛି, ତଥାପି ଶ୍ରୀହୀନ ବଣାଇ ଉପଖଣ୍ଡ ଦୁର୍ଘଟଣାରେ ବସରେ ଥିବା ଅଧିକାଂଶ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୩ ଜଣ ଯାତ୍ରୀ ଅଧିକ ଆହତ ହୋଇଥିଲେ।

ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମସ୍ତ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ସୂଚନା ମିଳିଛି।

ଖବର ପାଇ ବଣାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଯାନକୁ ଜବତ କରିଛି।

"