Petrol Price: ପେଟ୍ରୋଲ ରପ୍ତାନି ଉପରେ ଶୁଳ୍କ ବଢ଼ିଲା; ଡିଜେଲ, ବିମାନ ଇନ୍ଧନ ଉପରେ କମିଲା

Jun 30, 2026 - 22:31
Petrol Price: ପେଟ୍ରୋଲ ରପ୍ତାନି ଉପରେ ଶୁଳ୍କ ବଢ଼ିଲା; ଡିଜେଲ, ବିମାନ ଇନ୍ଧନ ଉପରେ କମିଲା

"ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ପେଟ୍ରୋଲ ରପ୍ତାନି ଉପରେ ଶୁଳ୍କ ବୃଦ୍ଧି ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ଡିଜେଲ ଓ ବିମାନ ଇନ୍ଧନ ରପ୍ତାନି ଉପରେ ଶୁଳ୍କ ହ୍ରାସ କରାଯାଇଛି। ‌ପେଟ୍ରୋଲ ରପ୍ତାନି ଉପରେ ଲିଟର ପିଛା ଶୁଳ୍କ ୪ ଟଙ୍କା ବୃଦ୍ଧି କରାଯାଇ ୧୫ ଟଙ୍କାରେ ରଖାଯାଇଛି।

ଡିଜେଲ ରପ୍ତାନି ଉପରେ ଶୁଳ୍କ ଲିଟର ପିଛା ୧୪ ଟଙ୍କାରୁ ୮ ଟଙ୍କା ୫୦ପଇସାକୁ ହ୍ରାସ କରାଯାଇଛି।

ବିମାନ ଇନ୍ଧନ ରପ୍ତାନି ଉପରେ ଶୁଳ୍କ ଲିଟର ପିଛା ୧୨ ଟଙ୍କା ୫୦ ପଇସାରୁ ୭ ଟଙ୍କା ୫୦ ପଇସାକୁ କମାଯାଇଛି।

ଜୁଲାଇ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି।Advertisment "