Bus Accident 24 Dead: ରକ୍ତରଞ୍ଜିତ ହେଲା ଜାତୀୟ ରାଜପଥ, ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୨୪ ମୃତ

Nov 14, 2026 - 08:13
Bus Accident 24 Dead: ରକ୍ତରଞ୍ଜିତ ହେଲା ଜାତୀୟ ରାଜପଥ, ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୨୪ ମୃତ

ଜାତୀୟ ରାଜପଥରେ ବୋହିଲା ରକ୍ତର ବନ୍ୟା।

ରାସ୍ତା ଉପରେ ଗଦା ହୋଇଗଲା ଶବ।

ଟ୍ରକକୁ ପିଟି ଛିନଛତ୍ର ହୋଇଗଲା ବସ୍‌।

ଆସାମର ଗୋଲାଘାଟ ଜିଲ୍ଲା କାଜିରଙ୍ଗାରେ ଘଟିଥିବା ଏ ଦୁର୍ଘଟଣା ଦେଖିଲେ ଲୋମଟାଙ୍କୁରି ଉଠିବ ।

ମିନି ବସ୍ ଓ କଣ୍ଟେନର ଟ୍ରକ୍ ମଧ୍ୟରେ ଭୟଙ୍କର ମୁହାଁମୁହିଁ ଧକ୍କାରେ ଚାହୁଁ ଚାହୁଁ ଚାଲିଗଲା ୨୪ ଜଣଙ୍କ ଜୀବନ।

ଆଉ ଏହି ଦୁର୍ଘଟଣାର ଭୟାବହତା ଏତେ ଥିଲା ଯେ, ମିନି ବସ୍‌ଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା ।

Advertisment ଶୁକ୍ରବାର ଜାତୀୟ ରାଜପଥ ୭୧୫ରେ ହାତିଖୁଲି ଚା' ବଗିଚା ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

୩୫ରୁ ଅଧିକ ଯାତ୍ରୀଙ୍କୁ ଧରି ଗୋଲାଘାଟରୁ ନଗାଓଁ ଅଭିମୁଖେ ଯାଉଥିବା ମିନି ବସ୍‌ଟି ସାମ୍ନା ପଟୁ ଆସୁଥିବା କଣ୍ଟେନର ଟ୍ରକ୍ ସହ ପିଟି ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟିର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ରୂପେ ଛିନଛତ୍ର ହୋଇଯାଇଥିଲା।

ଆଉ ଅକାଳରେ ଚାଲିଯାଥିଲା ୨୪ ଜଣଙ୍କ ଜୀବନ।

ମୃତକଙ୍କ ମଧ୍ୟରେ ଅନେକ କଲେଜ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି।

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ମିନି ବସ୍‌ଟି ଅତ୍ୟଧିକ ବେଗରେ ଯାଉଥିଲା ।

କାଜିରଙ୍ଗା ନିକଟରେ ଗତିସୀମା ନିର୍ଦ୍ଧାରିତ ଥିବା ସତ୍ତ୍ୱେ ଏହାକୁ ଅଣଦେଖା କରାଯାଇଥିବା ସନ୍ଦେହ କରୁଛି ପୋଲିସ ।

ଗାଡ଼ିଟିର ପୂର୍ବରୁ ୧୨ଟି ଟ୍ରାଫିକ୍ ଚାଲାଣ ଥିବା ଏବଂ ଆଉ ଗୋଟିଏ ଚାଲାଣ ବକେୟା ଥିବା ମଧ୍ୟ ରିପୋର୍ଟରେ ଆସିଛି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୋଲିସ ମିଶି ଉଦ୍ଧାର କାର୍ଯ୍ୟ କରିଥିଲେ ।

୯ଟି ଆମ୍ବୁଲାନ୍ସ ମୁତୟନ ହୋଇଥିଲା ।

ଗୁରୁତରଙ୍କୁ ଜୋରହାଟ ମେଡିକାଲ କଲେଜ ସମେତ ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି ।

ମନ୍ତ୍ରୀ ଅତୁଲ ବୋରା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶୋକ ପ୍ରକାଶ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)