Bull Attack Kills 76-Year-Old Man: ମରିଗଲା ମାନବିକତା: ମରଣ ସହ ଲଢ଼ୁଥିଲେ ବୃଦ୍ଧ, ଭିଡିଓ କରୁଥିଲେ ଲୋକେ

Nov 15, 2026 - 16:01
Bull Attack Kills 76-Year-Old Man: ମରିଗଲା ମାନବିକତା: ମରଣ ସହ ଲଢ଼ୁଥିଲେ ବୃଦ୍ଧ, ଭିଡିଓ କରୁଥିଲେ ଲୋକେ

ଷଣ୍ଢ ଆକ୍ରମଣ କଲା, ମଣିଷ ଦେଖଣାହାରୀ ସାଜିଲା।

ଜୀବନ ମରଣ ସହ ଲଢୁଥିଲେ ବୃଦ୍ଧ, ଭିଡିଓ କରୁଥିଲେ ଲୋକେ।

ରାସ୍ତାରେ ଷଣ୍ଢ ଆକ୍ରମଣରେ ଛଟପଟ ହେଉଥିଲେ ୭୬ ବର୍ଷୀୟ ବୃଦ୍ଧ, କିନ୍ତୁ ତାଙ୍କୁ ଉଦ୍ଧାର କରିବା ବି ଷଣ୍ଢକୁ ଅଟକାଇବା ବଦଳରେ ଲୋକେ ମୋବାଇଲରେ ଭିଡିଓ ରେକର୍ଡ କରୁଥିଲେ।

ଶେଷରେ ଷଣ୍ଢ ଆକ୍ରମଣରେ ବୃଦ୍ଧଭ୍କର ଜୀବନ ଚାଲିଗଲା।

Advertisment ଢେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ଅନ୍ତର୍ଗତ ବିଧାରପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ରାସ୍ତା ଉପରେ ବୃଦ୍ଧଙ୍କୁ ଗଡେଇ ତଡେଇ ବୁଲା ଷଣ୍ଢ ମାରୁଥିଲା।

ଷଣ୍ଢ ଆକ୍ରମଣରେ ବିଧାରପୁର ଗାଁର ୭୬ ବର୍ଷୀୟ ବୃଦ୍ଧ ନାରାୟଣ ମହାନ୍ତିଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣା ଏବେ ଗଂଦିଆ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

କେହି ଷଣ୍ଢକୁ ଘଉଡ଼ାଇବାକୁ ଆଗେଇ ଆସିଲେନି।

କେହି ବୃଦ୍ଧଙ୍କୁ ଉଦ୍ଧାର କରିବାକୁ ସାହସ ଜୁଟାଇଲେନି।

ବରଂ ନିଜ ମୋବାଇଲରେ ଏହି ଦୃଶ୍ୟକୁ କଏଦ କରିଥିଲେ।

ଛାତିଥରା ଭିଡିଓ ଭାଇରାଲ୍ ପରେ ଆମ ସମାଜର ମାନବିକତା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଉଠିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)