BSNL's: ଜିଓ ପରେ ନୂଆ ପ୍ଲାନ୍ ନେଇ ଆସିଲା ବିଏସଏନଏଲ: ମିଳିବ ମାଗଣା କଲିଂ ଓ ଏସଏମଏସ ସୁବିଧା

Nov 25, 2026 - 14:57
BSNL's: ଜିଓ ପରେ ନୂଆ ପ୍ଲାନ୍ ନେଇ ଆସିଲା ବିଏସଏନଏଲ: ମିଳିବ ମାଗଣା କଲିଂ ଓ ଏସଏମଏସ ସୁବିଧା

ନୂଆଦିଲ୍ଲୀ: ବିଏସଏନଏଲ ଏକ ନୂତନ ଏବଂ ଦମଦାର୍ ରିଚାର୍ଜ ପ୍ଲାନ ଆଣିଛି।

ସରକାରୀ ମାଲିକାନାଧୀନ ଏହି ଟେଲିକମ୍ କମ୍ପାନିର ପ୍ଲାନରେ ଅନଲିମିଟେଡ୍ (ଅସୀମିତ) କଲିଂ ଏବଂ ଅନଲିମିଟେଡ୍ ଡାଟା ଉପଲବ୍ଧ ରହିଛି।

ଏହି ପ୍ଲାନର ଏକ ବିଶେଷତା ହେଉଛି ଯେ, ଏଥିରେ ଦୈନିକ ଡାଟା ବ୍ୟବହାର ଉପରେ କୌଣସି ସୀମା (ଲିମିଟ୍) ନାହିଁ; ଉପଭୋକ୍ତାମାନେ ନିଜ ଇଚ୍ଛା ମୁତାବକ ଯେତେ ଚାହିଁବେ ସେତେ ଡାଟା ବ୍ୟବହାର କରିପାରିବେ।

Advertisment ବିଏସଏନଏଲ ନଇଣ୍ଡିଆ ନିଜର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ୍ ମାଧ୍ୟମରେ ଏହି ନୂତନ ପ୍ଲାନ ବିଷୟରେ ଘୋଷଣା କରିଛି।

୩୪୯ ଟଙ୍କା ମୂଲ୍ୟର ଏହି ପ୍ଲାନଟି ୨୮ ଦିନର ବୈଧତା (ଭାଲିଡିଟି) ସହିତ ଆସୁଛି।

ଏଥିରେ ସାରା ଭାରତରେ ଅନଲିମିଟେଡ୍ କଲିଂ ଏବଂ ମାଗଣା ନ୍ୟାସନାଲ୍ ରୋମିଂ ସୁବିଧା ମିଳିଥାଏ।

ଏହା ବ୍ୟତୀତ, ଉପଭୋକ୍ତାମାନଙ୍କୁ ପ୍ରତିଦିନ ୧୦୦ଟି ମାଗଣା ଏସଏମଲସ ମଧ୍ୟ ମିଳିବ।

ଏହି ପ୍ଲାନରେ ଅନଲିମିଟେଡ୍ ଡାଟା ମଧ୍ୟ ମିଳୁଛି, ଯାହା ଫଳରେ ଉପଭୋକ୍ତାମାନେ ବିନା କୌଣସି କଟକଣାରେ ସାରା ଭାରତରେ ୩ଜି/୪ଜି ଡାଟା ବ୍ୟବହାର କରିପାରିବେ।

ଜିଓର ନୂତନ ଅଫର୍ ଜିଓ ମଧ୍ୟ ନିଜର ୩୯୯ ଟଙ୍କିଆ ପ୍ଲାନରେ ଅନଲିମିଟେଡ୍ ଡାଟା ପ୍ରଦାନ କରୁଛି।

କମ୍ପାନି ନିକଟରେ ଏକ 'ହ୍ୟାପି ନ୍ୟୁ ଇୟର' ଅଫର୍ ଆଣିଛି, ଯାହାର ବୈଧତା ୨୮ ଦିନ ରହିଛି।

ଏଥିରେ ସାରା ଭାରତରେ ଅନଲିମିଟେଡ୍ କଲିଂ ଏବଂ ମାଗଣା ଇଣ୍ଟରନ୍ୟାସନାଲ୍ ରୋମିଂ ଭଳି ସୁବିଧା ରହିଛି।

ଏହା ସହିତ, ଉପଭୋକ୍ତାମାନଙ୍କୁ ପ୍ରତିଦିନ ୧୦୦ଟି ମାଗଣା ଏସଏମଏସ ଏବଂ ଅନଲିମିଟେଡ୍ ଡାଟା ମିଳିବ।

ବିଏସଏନଏଲ ପକ୍ଷରୁ ସୁଲଭ ପ୍ଲାନଗୁଡ଼ିକ ଭାରତ ସଞ୍ଚାର ନିଗମ ଲିମିଟେଡ୍ ନିକଟରେ ତିନୋଟି ସୁଲଭ ରିଚାର୍ଜ ପ୍ଲାନ ଆଣିଛି।

ଏହି ପ୍ରିପେଡ୍ ପ୍ଲାନଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧୭୨, ୧୮୪ ଏବଂ ୧୯୦ ରହିଛି।

ଯାହାକି ଯଥାକ୍ରମେ ୨୮ ଦିନ, ୩୦ ଦିନ ଏବଂ ଏକ ପୂର୍ଣ୍ଣ କ୍ୟାଲେଣ୍ଡର ମାସ ପର୍ଯ୍ୟନ୍ତ ବୈଧ ରହିବ।

ଏହି ତିନୋଟି ପ୍ଲାନରେ ଉପଭୋକ୍ତାମାନଙ୍କୁ ସମଗ୍ର ଭାରତରେ ଅନଲିମିଟେଡ୍ କଲିଂ ଏବଂ ମାଗଣା ନ୍ୟାସନାଲ ରୋମିଂ ସୁବିଧା ମିଳିବ।

ଏହା ବ୍ୟତୀତ, ଉପଭୋକ୍ତାମାନେ ପ୍ରତିଦିନ ୧୦୦ଟି ମାଗଣା ଏସଏମଏସ ମିଳିବ।

ଚାକିରି ନ ଛାଡ଼ିବା ଲାଗି ଏସ୍‌ଆଇ ପ୍ରଭାସିନୀ ସାହୁଙ୍କୁ ଚାପ ପକାଉଥିଲେ ସ୍ବାମୀ, ଶାଶୂ ଓ ଶ୍ବଶୁର: ବାପା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)