BSNL: ମାତ୍ର ୧୭୨ ଟଙ୍କାରେ ବିଏସ୍ଏନ୍ଏଲ୍ର ମାସିକ ପ୍ଲାନ୍, ମିଳିବ ଅନ୍ଲିମିଟେଡ୍ କଲିଂ ସହ ମେସେଜିଂର ସୁବିଧା...
ନୂଆଦିଲ୍ଲୀ: ଆଜିକାଲି ମୋବାଇଲ୍ ରିଚାର୍ଜ ମହଙ୍ଗା ହେଉଥିବା ବେଳେ ଶସ୍ତା ପ୍ଲାନ୍ ଖୋଜୁଥିବା ଗ୍ରାହକଙ୍କ ପାଇଁ ଏକ ଭଲ ବିକଳ୍ପ ଆଣିଛି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)।
ଏୟାର୍ଟେଲ୍, ଜିଓ ଓ ଭୋଡାଫୋନ୍ ଆଇଡିଆ ପରେ ଏବେ ବିଏସ୍ଏନ୍ଏଲ୍ ମଧ୍ୟ କେବଳ କଲିଂ ଓ ଏସ୍ଏମ୍ଏସ୍ ସୁବିଧା ଥିବା ପ୍ଲାନ୍ ଦେଉଛି।
Advertisment ଆହୁରି ପଢ଼ନ୍ତୁ- 🔴Cyclone Akvan: ସ୍ଥଳଭାଗ ମୁହାଁ ବାତ୍ୟା 'ଅକଭାନ', ବାତ୍ୟା ପାଇଁ ଅଧିକାରୀଙ୍କୁ ଦାୟିତ୍ବ ଓଡ଼ିଶା-ଆନ୍ଧ୍ର ଉପକୂଳରେ ବାତ୍ୟା ଛୁଇଁବ ସ୍ଥଳଭାଗ!
ଏହି ପ୍ଲାନ୍ଗୁଡ଼ିକରେ ଗ୍ରାହକଙ୍କୁ ଇଣ୍ଟର୍ନେଟ୍ ଡାଟା ମିଳିବ ନାହିଁ।
କିନ୍ତୁ ଅନ୍ଲିମିଟେଡ୍ କଲିଂ, ଏସ୍ଏମ୍ଏସ୍ ଓ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସିମ୍ର ବୈଧତା ମିଳିବ।
ଯେଉଁମାନେ ଫିଚର୍ ଫୋନ୍ ବ୍ୟବହାର କରୁଛନ୍ତି କିମ୍ବା ଦ୍ୱିତୀୟ ସିମ୍ ରଖିଛନ୍ତି, ସେମାନଙ୍କ ପାଇଁ ଏହି ପ୍ଲାନ୍ଗୁଡ଼ିକ ଭଲ ବିକଳ୍ପ ହୋଇପାରେ।
ତେବେ ଆସନ୍ତୁ ଜାଣିବା ବିଏସ୍ଏନ୍ଏଲ୍ର ଏହି ତିନିଟି ପ୍ଲାନ୍ ବିଷୟରେ।
ବିଏସ୍ଏନ୍ଏଲ୍ର ୧୭୨ ଟଙ୍କିଆ ପ୍ଲାନ୍ ବିଏସ୍ଏନ୍ଏଲ୍ର ୧୭୨ ଟଙ୍କିଆ ପ୍ଲାନ୍ରେ ଗ୍ରାହକଙ୍କୁ ୨୮ ଦିନର ବୈଧତା ମିଳୁଛି।
ଏଥିରେ ଲୋକାଲ୍ ଓ ଏସ୍ଟିଡି କଲ୍ ସହ ରୋମିଂରେ ମଧ୍ୟ ଅନ୍ଲିମିଟେଡ୍ କଲିଂ ସୁବିଧା ରହିଛି।
ଏହାସହ ପ୍ରତିଦିନ ୧୦୦ଟି ଏସ୍ଏମ୍ଏସ୍ ମଧ୍ୟ ମିଳିବ।
ହିସାବ କଲେ ଏହି ପ୍ଲାନ୍ ପାଇଁ ଦିନକୁ ମାତ୍ର ୬ ଟଙ୍କା ୧୪ ପଇସା ଖର୍ଚ୍ଚ ହେବ।
ବିଏସ୍ଏନ୍ଏଲ୍ର ୧୮୪ ଟଙ୍କିଆ ପ୍ଲାନ୍ ଯେଉଁ ଗ୍ରାହକମାନେ ଟିକେ ଅଧିକ ଦିନର ବୈଧତା ଚାହୁଛନ୍ତି, ସେମାନେ ୧୮୪ ଟଙ୍କିଆ ପ୍ଲାନ୍ ବାଛିପାରିବେ।
ଏହି ପ୍ଲାନ୍ରେ ୩୦ ଦିନର ବୈଧତା ମିଳୁଛି।
ଏହାସହ ଲୋକାଲ୍, ଏସ୍ଟିଡି ଓ ରୋମିଂ କଲ୍ ପାଇଁ ଅନ୍ଲିମିଟେଡ୍ ସୁବିଧା ରହିଛି।
ପ୍ରତିଦିନ ୧୦୦ଟି ଏସ୍ଏମ୍ଏସ୍ ମଧ୍ୟ ମିଳିବ।
ଏହି ପ୍ଲାନ୍ରେ ଦିନକୁ ପ୍ରାୟ ୬ ଟଙ୍କା ୧୩ ପଇସା ଖର୍ଚ୍ଚ ହେବ।
ବିଏସ୍ଏନ୍ଏଲ୍ର ୧୯୦ ଟଙ୍କିଆ ପ୍ଲାନ୍ ଆହୁରି ପଢ଼ନ୍ତୁ- Attack: କୁଏତରେ ଆମେରିକୀୟ ଏୟାରବେସ୍ ଉପରେ ଇରାନର ଡ୍ରୋନ୍ ଆକ୍ରମଣ: ମାତ୍ର ୪୬ ଲକ୍ଷ ଟଙ୍କାର ଡ୍ରୋନ୍ରେ ୯ ହଜାର କୋଟିର 'ପ୍ୟାଟ୍ରିୟଟ୍' ସିଷ୍ଟମକୁ ଟାର୍ଗେଟ୍ ବିଏସ୍ଏନ୍ଏଲ୍ର ୧୯୦ ଟଙ୍କିଆ ପ୍ଲାନ୍ ରେ ମଧ୍ୟ ଅନଲିମିଟେଡ୍ ଲୋକାଲ୍, ଏସ୍ଟିଡି ଓ ରୋମିଂ କଲିଂ ସୁବିଧା ମିଳୁଛି।
ଏହାସହ ପ୍ରତିଦିନ ୧୦୦ଟି ଏସ୍ଏମ୍ଏସ୍ ପଠାଇବାର ସୁବିଧା ରହିଛି।
ଏହି ପ୍ଲାନ୍ର ବୈଧତା ଗୋଟିଏ କ୍ୟାଲେଣ୍ଡର ମାସ ପର୍ଯ୍ୟନ୍ତ ରହିବ।
ମାସରେ କେତେ ଦିନ ଅଛି, ତାହା ଅନୁସାରେ ଏହାର ଦୈନିକ ଖର୍ଚ୍ଚ ପ୍ରାୟ ୬ ଟଙ୍କା ୧୩ ପଇସାରୁ ୬ ଟଙ୍କା ୩୩ ପଇସା ପର୍ଯ୍ୟନ୍ତ ହେବ।
ତେଣୁ ଯେଉଁମାନେ ମୋବାଇଲ୍ରେ ଇଣ୍ଟରନେଟ୍ ବ୍ୟବହାର କରନ୍ତି ନାହିଁ, କେବଳ କଲ୍ ଓ ଏସ୍ଏମ୍ଏସ୍ ପାଇଁ ସିମ୍ ରଖିଛନ୍ତି, ସେମାନଙ୍କ ପାଇଁ ବିଏସ୍ଏନ୍ଏଲ୍ର ଏହି ପ୍ଲାନ୍ଗୁଡ଼ିକ ଉପଯୋଗୀ ହୋଇପାରେ।
ଅଧିକ ଦେଖନ୍ତୁ-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
