BS-3 ପର୍ଯ୍ୟନ୍ତ ଗାଡ଼ିର ପିୟୁସିସି ସାର୍ଟିଫିକେଟ୍ ବୈଧତା ୩ ମାସ
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ଅଧୀନ ସାର୍ଟିଫିକେଟ୍ (ପିୟୁସିସି) ବୈଧତା ନିୟମରେ ପରିବର୍ତ୍ତନ କରାଯାଇଛି।
ସଂଶୋଧିତ ନିୟମ ଅନୁସାରେ ବିଏସ୍-୧, ବିଏସ୍-୨ ଓ ବିଏସ୍-୩ ଗାଡ଼ିର ପିୟୁସିସି ବୈଧତା ୩ ମାସ ରଖାଯାଇଛି।
Advertisment ବିଏସ୍-୪ ଗାଡ଼ି ପାଇଁ ତାହା ୬ ମାସ ରହିଛି।
ତେବେ ବିଏସ୍-୬ ବର୍ଗରେ ଆସୁଥିବା ବିଭିନ୍ନ ପ୍ରକାର ଗାଡ଼ି ପାଇଁ ସାର୍ଟିଫିକେଟ୍ର ବୈଧତା ଭିନ୍ନ ଭିନ୍ନ ରହିଛି।
ବିଏସ୍-୬ ଏନ୍ଏନ୍-ପରିବହନ ଗାଡ଼ି ବର୍ଗରେ ୬ ବର୍ଷ ପର୍ଯ୍ୟନ୍ତ ପୁରୁଣା ଗାଡ଼ିର ପିୟୁସିସି ସାର୍ଟିଫିକେଟ୍ ବୈଧତା ୩ ବର୍ଷ ରଖାଯାଇଛି।
୬ରୁ ୧୦ ବର୍ଷ ପୁରୁଣା ବିଏସ୍-୬ ଗାଡ଼ି ପାଇଁ ବୈଧତାର ସମୟ ୧ ବର୍ଷ ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ୬ ମାସ ରଖାଯାଇଛି।
Award: ପ୍ରଦୂଷଣ ନିୟନ୍ତ୍ରଣ ପୁରସ୍କାର ପାଇଲେ ହିଣ୍ଡାଲ୍କୋର ହୀରାକୁଦ ସ୍ମେଲଟର୍ ଆଣ୍ଡ ପାୱର, ଆଦିତ୍ୟ ଆଲୁମିନିୟମ୍ ଅନ୍ୟପକ୍ଷରେ ବିଏସ୍-୬ ପରିବହନ ଗାଡ଼ି ବର୍ଗରେ ୬ ବର୍ଷ ପର୍ଯ୍ୟନ୍ତ ପୁରୁଣା ଗାଡ଼ି ପାଇଁ ପିୟୁସିସି ସାର୍ଟିଫିକେଟ୍ ବୈଧତା ୨ ବର୍ଷ, ୬ରୁ ୧୦ ବର୍ଷ ପୁରୁଣା ଗାଡ଼ିର ୧ ବର୍ଷ ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ୬ ମାସ ରଖାଯାଇଛି।
ସଂଶୋଧିତ ନିୟମରେ ସ୍ପଷ୍ଟ କରାଯାଇଛି ଯେ ପିୟୁସିସି ବୈଧତା ଶେଷ ହେବାର ୧୦ ଦିନ ପୂର୍ବରୁ ତାହାର ନବୀକରଣ କଲେ, ବୈଧତା ଶେଷ ହେବା ଦିନ ପରଠାରୁ ତାହା ଲାଗୁ ହୋଇଯିବ।
କିନ୍ତୁ ବୈଧତା ଶେଷ ହେବା ପରେ ସାର୍ଟିଫିକେଟ୍ର ନବୀକରଣ କଲେ, ତାହା ଯେବେ କରାଯିବ, ସେହିଦିନଠାରୁ ଲାଗୁ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
