Brother-in-Law's Expensive Gift: ୫୦୦ ଟଙ୍କିଆ ନୋଟ୍‌ରେ ତିଆରି ୨ କୋଟିର ମାଳ; ଶାଳକଙ୍କ ବିବାହରେ ଭିଣୋଇଙ୍କ ରାଜକୀୟ ଉପହାର

Nov 22, 2026 - 14:04
Brother-in-Law's Expensive Gift: ୫୦୦ ଟଙ୍କିଆ ନୋଟ୍‌ରେ ତିଆରି ୨ କୋଟିର ମାଳ; ଶାଳକଙ୍କ ବିବାହରେ ଭିଣୋଇଙ୍କ ରାଜକୀୟ ଉପହାର

ବିବାହ ଉତ୍ସବରେ ବରଙ୍କୁ ଫୁଲ କିମ୍ବା ଟଙ୍କାର ମାଳ ପିନ୍ଧାଇବା ଏକ ସାଧାରଣ କଥା।

କିନ୍ତୁ ଉତ୍ତରପ୍ରଦେଶର ମଥୁରାରେ ଏକ ବିବାହ ଉତ୍ସବରେ ଯାହା ଦେଖିବାକୁ ମିଳିଛି, ତାହା ସମସ୍ତଙ୍କୁ ଚକିତ କରିଦେଇଛି।

ଦୁଇ ଶାଳକଙ୍କ ବିବାହ ପୂର୍ବରୁ ସେମାନଙ୍କ ଭିଣୋଇ ଏମିତି ଏକ ଦାମୀ ଉପହାର ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

୫୦୦ ଟଙ୍କିଆ ନୋଟ୍‌ରେ ତିଆରି ଏକ-ଏକ କୋଟି ଟଙ୍କାର ମାଳ ଉଭୟ ବରଙ୍କୁ ପିନ୍ଧାଇଛନ୍ତି ଭିଣୋଇ।

ଏହି ଅଦ୍ଭୁତ ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

Advertisment ବାହାଘରରେ ନୋଟ୍‌ର ବର୍ଷା, ଚର୍ଚ୍ଚାରେ ଭିଣୋଇ ସୂଚନା ଅନୁଯାୟୀ, ମଥୁରା ଜିଲ୍ଲାର ସୁରୀର ଅଞ୍ଚଳ ଅନ୍ତର୍ଗତ ନଗଲା ଫୋଣ୍ଡା ଗାଁରେ ଶନିବାର ଦୁଇ ଯୁବକ ପ୍ରଶାନ୍ତ ଓ କାହ୍ନା ରାଘବଙ୍କ ବାହାଘର ପୂର୍ବର ଏକ ରୀତିନୀତି ଘୋଡ଼ାଚଢ଼ି ଉତ୍ସବ ଆୟୋଜିତ ହୋଇଥିଲା।

ଏହି ଖୁସିର ମାହୋଲରେ ଦୁଇ ବରଙ୍କ ଭିଣୋଇ ଯୋଗେଶ କୁମାର ଓରଫ ଭୂରା ଠାକୁର ଏକ ନିଆରା ଉପହାର ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ।

ରାଜସ୍ଥାନର କାମା ଅଞ୍ଚଳର ନନ୍ଦୋଲା ଗାଁର ବାସିନ୍ଦା ଯୋଗେଶ ନିଜ ଦୁଇ ଶାଳକଙ୍କୁ ଏକ-ଏକ କୋଟି ଟଙ୍କାର ନୋଟ୍‌ରେ ତିଆରି ବିଶାଳ ମାଳ ପିନ୍ଧାଇଥିଲେ।

ଏହି ଉପହାର ଦେଖି ଉତ୍ସବରେ ଉପସ୍ଥିତ ଅତିଥି ଓ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment ୧୦୦ ଫୁଟ୍ ଲମ୍ବା ମାଳ ସମ୍ଭାଳିବାକୁ ଲାଗିଲେ ଅନେକ ଲୋକ ଏହି ମାଳର ବିଶେଷତ୍ୱ ହେଉଛି, ପ୍ରତ୍ୟେକ ମାଳ ୫୦୦ ଟଙ୍କିଆ ନୂଆ ନୋଟ୍‌ରେ ତିଆରି ହୋଇଥିବା ବେଳେ ଏହାର ଲମ୍ବ ପ୍ରାୟ ୧୦୦ ଫୁଟ୍ ବୋଲି କୁହାଯାଉଛି।

ମାଳଗୁଡ଼ିକ ଏତେ ଲମ୍ବା ଓ ଭାରୀ ଥିଲା ଯେ, ଏହାକୁ ଉଠାଇବା ଏବଂ ସମ୍ଭାଳିବା ପାଇଁ ଏକାଧିକ ଲୋକଙ୍କୁ ଲାଗିବାକୁ ପଡ଼ିଥିଲା।

ଛାତ ଉପରେ ଠିଆ ହୋଇ ଦୁଇ ବରଙ୍କୁ ଏହି ବିଶାଳ ମାଳ ପିନ୍ଧାଯାଇଥିଲା।

ଏହି ଦୃଶ୍ୟ ଦେଖିବାକୁ ଘୋଡ଼ାଚଢ଼ି ଉତ୍ସବରେ ଲୋକଙ୍କ ଭିଡ଼ ଜମିଥିଲା।

ଅନେକ ଲୋକ ମୋବାଇଲ୍‌ରେ ଏହି ମୁହୂର୍ତ୍ତକୁ କଏଦ କରିଥିଲେ।

ଦୁଇ ଶାଳକଙ୍କ ପ୍ରତି ଭିଣୋଇଙ୍କ ଏହି ଭଲପାଇବା ଓ ଆଡ଼ମ୍ବରପୂର୍ଣ୍ଣ ଉପହାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)