Broken heart: ଭଙ୍ଗା ହୃଦୟରେ ଆଧ୍ୟାତ୍ମିକ ମଲମ
"ଅଭିନେତ୍ରୀ ମୌନୀ ରାୟ ଗତ ମାସ ସ୍ବାମୀ ସୂରଜ ନାମ୍ବିୟାରଙ୍କଠାରୁ ଅଲଗା ହୋଇଯାଇଥିବା କଥା ଘୋଷଣା କରିଥିଲେ।
ନିକଟରେ ତାଙ୍କର ନୂଆ ୱେବ୍ ଧାରାବାହିକ "ଅବ ହୋଗା ହିସାବ"ର ପ୍ରଚାର ସମୟରେ ସେ ଧୋକା ଖାଇବା ପରର ବେଦନାଦାୟକ ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଛନ୍ତି।
ଧୋକା ପ୍ରତିବଦଳରେ ପ୍ରତିଶୋଧ ନେବାକୁ ସେ କଦାପି ପରାମର୍ଶ ଦେଇନାହାନ୍ତି।
ବରଂ ହୃଦୟ ଭାଙ୍ଗିବାର କଷ୍ଟକୁ ଆଧ୍ୟାତ୍ମିକ ଶକ୍ତି ଦ୍ବାରା ସେ ଯେଭଳି ଭାବେ ପରିଚାଳନା କରିପାରିଛନ୍ତି ତାହା ଶିକ୍ଷଣୀୟ ନିଶ୍ଚୟ।
Advertisment Elephant: କନ୍ଧମାଳରେ ହାତୀ ଆତଙ୍କ; ଜନସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ମୌନୀ ହୃଦୟ ଭାଙ୍ଗିବା ପରର ତିକ୍ତ ଭାବନାକୁ ପାସୋରି ଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି।
ତାଙ୍କ ମତରେ ସେହି ଭାବନାକୁ ଜାବୁଡ଼ି ରହିଲେ ନିଜକୁ ହିଁ ସବୁଠୁ ବେଶୀ କଷ୍ଟ ହୁଏ।
ଏହାକୁ ସେ ତତଲା କୋଇଲା ହାତରେ ଧରି ରଖିବା ସହିତ ତୁଳନା କରିଛନ୍ତି।
ସେହିପରି ଅଧିକାଂଶ କ୍ଷେତ୍ରରେ, ଯିଏ କଷ୍ଟ ଦେଇଛି ସେ ତା" ବିଷୟରେ ଭାବି ନଥାଏ।
ତେଣୁ ଜଣେ ଯେତେ କଷ୍ଟ ଦେଇଥାଉ ପଛେ, ମନରେ ରାଗ ନ ରଖି ତାକୁ କ୍ଷମା କରିଦେବା ହିଁ ଶ୍ରେଷ୍ଠ ଉପାୟ ବୋଲି ସେ କହିଛନ୍ତି।
ଅବଶ୍ୟ ଏ ଦିଗରେ ତାଙ୍କୁ ଧ୍ୟାନ ଓ ଅନ୍ୟାନ୍ୟ ଆଧ୍ୟାତ୍ମିକ ଅଭ୍ୟାସ ବିଶେଷ ସାହାଯ୍ୟ କରିଛି ବୋଲି ପ୍ରକାଶ କରିଛନ୍ତି।
ସେହି କାରଣରୁ ଚାରି ବର୍ଷର ଦାମ୍ପତ୍ୟ ଜୀବନରୁ ଦୂରେଇଯାଇ ନୂଆ ଜୀବନ ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲେ ବି ସେ ଶାନ୍ତିପୂର୍ଣ୍ଣ ଜୀବନ କାଟୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ମୌନୀଙ୍କୁ ଶେଷ ଥର "ହୈ ଜଵାନୀ ତୋ ଇସ୍କ ହୋନା ହୈ" ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା।
Horoscope 2026 June 25: ଜାଣନ୍ତୁ ଆଜିର ରାଶିଫଳ"