Brisbane 2032: ବ୍ରିସବେନ୍‌-୨୦୩୨ର କାକାଟୁ ଲୋଗୋ ଉନ୍ମୋଚିତ

Oct 06, 2026 - 16:19
Brisbane 2032: ବ୍ରିସବେନ୍‌-୨୦୩୨ର କାକାଟୁ ଲୋଗୋ ଉନ୍ମୋଚିତ

"ବ୍ରିସବେନ୍‌: ଆଗାମୀ ବ୍ରିସ୍‌ବେନ୍‌-୨୦୩୨ ଅଲିମ୍ପିକ୍ସ କମିଟି ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସର ଲୋଗୋ ଆନୁଷ୍ଠାନିକ ଭାବେ ଉନ୍ମୋଚନ ହେବା ପୂର୍ବରୁ ଲିକ୍‌ ହୋଇଯାଇଛି।

ଏହି ଲୋଗୋର ଭିଡିଓ ପ୍ରସାର ହେଉ ହେଉ କ୍ରୀଡ଼ାପ୍ରେମୀ ଉତ୍ସାହିତ ହୋଇଥିଲେ ଏବଂ ପସନ୍ଦ କରିଥିଲେ।

ଫଳରେ ଅଲିମ୍ପିକ୍ସ ଆୟୋଜକ କମିଟି ଲିକ୍‌ ହୋଇଥିବା କାକାଟୁ ଲୋଗୋକୁ ୨୦୩୨ ଅଲିମ୍ପକ୍ସ ଓ ପାରାଲିମ୍ପିକ୍ସ ଲାଗି ଆନୁଷ୍ଠାନିକ ଭାବେ ସୋମବାର ଉନ୍ମୋଚନ କରିଛି।

Advertisment ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଆୟୋଜକ କମିଟିର ନିଜସ୍ୱ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଭୁଲ୍‌ବଶତଃ ଲୋଗୋର ଭିଡିଓ ପ୍ରକାଶ ପାଇଥିଲା।

ଏହା ପରେ ଆୟୋଜକ ତୁରନ୍ତ ସାମ୍ବାଦିକ ସମ୍ମିଳନୀ ଡାକି ଘଟଣାର ସ୍ପଷ୍ଟୀକରଣ ଦେଇଥିଲେ।

PCB Cancel Kit Inaguration Function: ରହସ୍ୟ ଘେରରେ ପାକିସ୍ତାନର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅଂଶଗ୍ରହଣ: କିଟ୍‌ ଉନ୍ମୋଚନ ଉତ୍ସବ ବାତିଲ କଲା ପିସିବି ଲୋଗୋ ପ୍ରସ୍ତୁତିରେ କୁଇନ୍ସଲାଣ୍ଡର ପ୍ରାକୃତିକ ପରିବେଶକୁ ପ୍ରତିଫଳିତ କରାଯାଇଛି।

ଏଥିରେ ରାଜ୍ୟର ପ୍ରବାଳ ପ୍ରାଚୀର, ସମୁଦ୍ରତଟ, ପାହାଡ଼ିଆ ଅଞ୍ଚଳ ସମେତ ପ୍ରାକୃତିକ ବିବିଧତାର ଝଲକ ରହିଛି।

ଏହା ମାଧ୍ୟମରେ ୨୦୩୨ ପର୍ଯ୍ୟନ୍ତ ବ୍ରିସବେନ୍‌ର ଲୋକ, ସ୍ଥାନ ଓ ଉତ୍ସାହକୁ ଏକାଠି କରିବାର ପ୍ରୟାସ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)