Brics Summit 2026: କିଏ ଏହି କ୍ୟାଇ ଚି?  ଯାହାଙ୍କ କଥାରେ  ଉଠ୍‌ବସ୍‌ ହୁଅନ୍ତି ଜିନପିଙ୍ଗ

Sep 12, 2026 - 18:47
Brics Summit 2026: କିଏ ଏହି କ୍ୟାଇ ଚି?  ଯାହାଙ୍କ କଥାରେ  ଉଠ୍‌ବସ୍‌ ହୁଅନ୍ତି ଜିନପିଙ୍ଗ

"ନୂଆଦିଲ୍ଲୀ: ବିକ୍ସ ସମ୍ବିଳନୀ ପାଇଁ ଭାରତ ଆସିଛନ୍ତି ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗ...

ହେଲେ ତାଙ୍କ ସହ ଆସିଥିବା ଜଣେ ଅଧିକାରୀ ଏବେ ଚର୍ଚ୍ଚାର କେନ୍ଦ୍ରରେ ।

ଲମ୍ବା ଚେହେରା, ରୂପା ରଙ୍ଗର କେଶ ଏବଂ ଚୀନ୍‌ର କ୍ଷମତାଶାଳୀ ରାଜନୈତିକ ବ୍ୟବସ୍ଥାରେ ଅସାଧାରଣ ପ୍ରଭାବ ।

ନାଁ ତାଙ୍କର କ୍ୟାଇ ଚି ।

ସି ଜିନପିଙ୍ଗଙ୍କ ଏହି "ରାଇଟ୍ ହ୍ୟାଣ୍ଡ"ଙ୍କୁ ଭାରତ ଆଣିବା ପଛରେ ରହିଛି ବଡ଼ କୂଟନୈତିକ ସଙ୍କେତ ।

ତେବେ କିଏ ଏହି କ୍ୟାଇ ଚି?

ବେଜିଂରେ କାହିଁକି ଚାଲେ ତାଙ୍କର ବୋଲ?

ଚୀନ୍‌ର ରାଜନୈତିକ ବ୍ୟବସ୍ଥାରେ ତାଙ୍କୁ ସି ଜିନପିଙ୍ଗଙ୍କ ସବୁଠାରୁ ନିକଟତମ ଓ ଭରସାଯୋଗ୍ୟ ସହଯୋଗୀ ଭାବେ ଦେଖାଯାଏ ।ଚୀନ୍‌ର କମ୍ୟୁନିଷ୍ଟ ପାର୍ଟିର ସବୁଠାରୁ ଶକ୍ତିଶାଳୀ  ନେତା  ହେଉଛନ୍ତି କ୍ୟାଇ ଚି  ।Advertisment କ୍ୟାଇ ଚିଙ୍କ ରାଜନୈତିକ ଉତ୍‌ଥାନ ଖୁବ୍‌ ଚମକପ୍ରଦ ।

୨୦୧୭ରେ ବେଜିଂର ପାର୍ଟି ମୁଖ୍ୟ ହେବାର କିଛି ମାସ ମଧ୍ୟରେ ସିଧାସଳଖ ପଲିଟବ୍ୟୁରୋରେ ସ୍ଥାନ ପାଇଥିଲେ ।

ସାଧାରଣତଃ ଏଭଳି ଉଚ୍ଚ ପଦକୁ ପହଞ୍ଚିବା ପାଇଁ ଅନେକ ବର୍ଷ ଲାଗିଥାଏ ।

କିନ୍ତୁ କ୍ୟାଇଙ୍କ କ୍ଷେତ୍ରରେ ଏହି ଉତ୍‌ଥାନ ଥିଲା ଅସାଧାରଣ ଭାବେ ଦ୍ରୁତ ।

୨୦୨୨ରେ ସେ କମ୍ୟୁନିଷ୍ଟ ପାର୍ଟିର ସର୍ବୋଚ୍ଚ କ୍ଷମତା କେନ୍ଦ୍ର ପଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟିର ସଦସ୍ୟ ହେଲେ ।

ଏବେ ସେ ପାର୍ଟିର ଜେନେରାଲ୍ ଅଫିସ୍‌ର ମୁଖ୍ୟ ।

ଅର୍ଥାତ୍ ସି ଜିନପିଙ୍ଗଙ୍କ ପାଖରେ ରହି ଦଳ ଓ ସରକାରର ଗୁରୁତ୍ୱପୂର୍ଣ୍ଣ କାମକୁ ସମନ୍ୱୟ କରୁଛନ୍ତି ।

ଏହି କାରଣରୁ ତାଙ୍କୁ ସି ଜିନପିଙ୍ଗଙ୍କ "ଚିଫ୍ ଅଫ୍ ଷ୍ଟାଫ୍" ଏବଂ "ରାଇଟ୍ ହ୍ୟାଣ୍ଡ" ବୋଲି ମଧ୍ୟ କୁହାଯାଏ ।

କେବଳ ପଦପଦବୀ ନୁହେଁ, ସି ଜିନପିଙ୍ଗଙ୍କ ସହ କ୍ୟାଇ ଚିଙ୍କ ସମ୍ପର୍କ ମଧ୍ୟ ବେଶ୍ ପୁରୁଣା ।

ସାଂସ୍କୃତିକ ବିପ୍ଳବ ସମୟରେ ଉଭୟଙ୍କ ଜୀବନର ଆରମ୍ଭ ହୋଇଥିଲା ପ୍ରାୟ ସମାନ ପରିବେଶରୁ ।

ପରେ ଫୁଜିଆନ୍ ଓ ଝେଜିଆଙ୍ଗ୍‌ ଭଳି ଚୀନ୍‌ର ଉପକୂଳୀୟ ପ୍ରଦେଶରେ ଉଭୟେ ଦୀର୍ଘ ସମୟ ଧରି କାମ କରିଥିଲେ ।

ଏହି ସମୟରେ ହିଁ ସି ଜିନପିଙ୍ଗ ଓ କ୍ୟାଇ ଚିଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହୋଇଥିଲା ।

ପରଦା ପଛରେ ରହି କାମ କରିବା ପାଇଁ ପରିଚିତ କ୍ୟାଇ ଚି ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛନ୍ତି ।

Malaysian PM: ମୋଦୀଙ୍କ ଲୋକପ୍ରିୟତାର ପ୍ରଶଂସା କଲେ ମାଲେସିଆ ପ୍ରଧାନମନ୍ତ୍ରୀ ଟ୍ରମ୍ପ ଚୀନ୍ ଗସ୍ତରେ ଯିବାବେଳେ ତାଙ୍କ ସହ ହାତ ମିଳାଇଥିବା ପ୍ରଥମ ଚୀନ୍ ଅଧିକାରୀ ମଧ୍ୟ ଥିଲେ କ୍ୟାଇ ଚି ।

ତେବେ ଭାରତ ଗସ୍ତରେ ସି ଜିନପିଙ୍ଗଙ୍କ ସହ କ୍ୟାଇ ଚିଙ୍କ ଉପସ୍ଥିତି କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ?

ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଦୀର୍ଘ ସମୟ ଧରି ତିକ୍ତତା ରହିଛି ।

ଏଭଳି ସମୟରେ ସି ଜିନପିଙ୍ଗଙ୍କ ସହ ଚୀନ୍‌ର ଏତେ ଶକ୍ତିଶାଳୀ ନେତାଙ୍କ ଭାରତ ଆସିବାକୁ ଦୁଇ ଦେଶର ସମ୍ପର୍କ ସୁଧାରିବା ପାଇଁ ଚୀନ୍‌ର ଗମ୍ଭୀରତାର ସଙ୍କେତ ବୋଲି ଦେଖାଯାଉଛି ।

କାରଣ କ୍ୟାଇ ଚି କେବଳ ଜଣେ ଅଧିକାରୀ ନୁହନ୍ତି ।

ସେ ସି ଜିନପିଙ୍ଗଙ୍କ ଅତ୍ୟନ୍ତ ଭରସାଯୋଗ୍ୟ ଲୋକ ।

ତେଣୁ ତାଙ୍କ ଉପସ୍ଥିତି ଭାରତ-ଚୀନ୍ ସମ୍ପର୍କରେ ଆଗାମୀ ଦିନରେ କିଛି ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି କି ସେ ଉପରେ ଏବେ ସମସ୍ତଙ୍କ ନଜର ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)