BRICS 2026: ମୋଦୀଙ୍କ ରାତ୍ରୀଭୋଜନରେ ଯୋଗଦେଲେନି ଚୀନ୍ ରାଷ୍ଟ୍ରପତି ସି ଜିନପିଂ

Sep 13, 2026 - 17:13
BRICS 2026: ମୋଦୀଙ୍କ ରାତ୍ରୀଭୋଜନରେ ଯୋଗଦେଲେନି ଚୀନ୍ ରାଷ୍ଟ୍ରପତି ସି ଜିନପିଂ

"ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ଆୟୋଜିତ 'ବ୍ରିକ୍ସ' ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆୟୋଜିତ ରାତ୍ରୀଭୋଜନରେ କେତେକ ଦେଶର ରାଷ୍ଟ୍ରମୁଖ୍ୟ ଅନୁପସ୍ଥିତ ରହିବା ରାଜନୈତିକ ଏବଂ କୂଟନୈତିକ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି।

ରାତ୍ରୀଭୋଜନରେ ଯୋଗ ଦେଇ ନଥିବା ପ୍ରମୁଖ ନେତାଙ୍କ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଂ ଓ ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲେଦ ବିନ୍ ମହମ୍ମଦ ଅନ୍ତର୍ଭୁକ୍ତ।

Advertisment ନୂଆଦିଲ୍ଲୀରେ ପହଞ୍ଚିବା ପରେ ସାରା ଦିନର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ, ଦୀର୍ଘ ସମୟର ବିମାନ ଯାତ୍ରା ଓ ସମୟ ଅନ୍ତର ଯୋଗୁଁ ଅତ୍ୟାଧିକ କ୍ଲାନ୍ତି ହେତୁ ଜିନପିଂ ଏହି ଭୋଜିରେ ଯୋଗ ଦେଇପାରି ନଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ତେବେ ଏହି ରାତ୍ରିଭୋଜନ କାର୍ଯ୍ୟକ୍ରମରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ଅନ୍ୟ ବହୁ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ଯୋଗଦେଇଥିଲେ।

ଏଥିସହ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ନିର୍ମଳା ସୀତାରାମନ୍, ପିୟୂଷ ଗୋୟଲ, ଅଶ୍ୱିନୀ ବୈଷ୍ଣବ, ଶିବରାଜ ସିଂହ ଚୌହାନ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Xi Jinping: ଭାରତ-ଚୀନ୍ କୂଟନୈତିକ ସମ୍ପର୍କରେ ନୂଆ ମୋଡ଼ ଅନ୍ୟପକ୍ଷରେ, ଶିଖର ସମ୍ମିଳନୀର ସାଂଗଠନିକ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଂଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତି ଅନୁସାରେ, ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଦୀର୍ଘମିଆଦୀ ରଣନୈତିକ ଦୃଷ୍ଟିକୋଣ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦ ଯେପରି ଶତ୍ରୁତାରେ ପରିଣତ ନହୁଏ, ସେଥିପ୍ରତି ଧ୍ୟାନ ଦେବା ସହ ପାରସ୍ପରିକ ସମ୍ମାନ, ପାରସ୍ପରିକ ସଂବେଦନଶୀଳତା ଏବଂ ପାରସ୍ପରିକ ସ୍ୱାର୍ଥର ନୀତିକୁ ଆଧାର କରି ସମ୍ପର୍କ ଆଗକୁ ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)