bribery case: ସିଏମ୍‌ଆର୍‌ଏଲ୍‌ ଲାଞ୍ଚ ମାମଲା: ପିନାରାୟୀ ବିଜୟନଙ୍କୁ ୨୩ ଅକ୍ଟୋବରରେ ହାଜର ହେବାକୁ ଇଡି ସମନ

Oct 16, 2026 - 21:40
bribery case: ସିଏମ୍‌ଆର୍‌ଏଲ୍‌ ଲାଞ୍ଚ ମାମଲା: ପିନାରାୟୀ ବିଜୟନଙ୍କୁ ୨୩ ଅକ୍ଟୋବରରେ ହାଜର ହେବାକୁ ଇଡି ସମନ

"ତିରୁଅନନ୍ତପୁରମ୍‌: ସିଏମ୍‌ଆର୍‌ଏଲ୍‌ ସମ୍ପର୍କିତ ଲାଞ୍ଚ ମାମଲାରେ ପଚରାଉଚରା କରିବାକୁ ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ (ଇଡି) ପୂର୍ବତନ କେରଳମ୍‌ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ସମନ ଜାରି କରିଛି।

ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍‌ଏଲ୍‌ଏ) ଅଧୀନରେ ସମନ ଜାରି କରାଯାଇଛି।

କେନ୍ଦ୍ରୀୟ ଏଜେନ୍ସି ଏହି ମାମଲାରେ ସମ୍ପ୍ରତି ରାଜ୍ୟ ପୁଲିସ ଏଫ୍‌ଆଇଆର୍‌କୁ ବିଚାରକୁ ନେଇ ମାମଲା ରୁଜୁ କରିଛି।

୮୧ ବର୍ଷୀୟ ବିଜୟନଙ୍କୁ କୋଚିରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

କେରଳମ୍‌ ଭିଜିଲାନ୍ସ ଓ ଦୁର୍ନୀତି ନିରୋଧ ବ୍ୟୁରୋ (ଭିଏସିବି) ସିଏମ୍‌ଆର୍‌ଏଲ୍‌ ଲାଞ୍ଚ ମାମଲାରେ ବିଜୟନ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଦୁଇଟି ଏତଲା ରୁଜୁ କରିଛନ୍ତି।

କେରଳ ହାଇକୋର୍ଟ ଅକ୍ଟୋବର ୯ ତାରିଖରେ ଭିଏସିବିକୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।Advertisment ଆହୁରି ପଢନ୍ତୁ :Crime: ପିଏମ୍‌ଶ୍ରୀ ସ୍କୁଲରେ ହଷ୍ଟେଲ ଓ ଅଣ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଭୟଙ୍କର ମାଡ଼ପିଟ, ଜଣେ  ଗୁରୁତର କେନ୍ଦ୍ରୀୟ ଏଜେନ୍ସି ଏହାର ତଦନ୍ତ ଓ ମନି ଲଣ୍ଡରିଂ ଆଇନ ଅନୁଯାୟୀ କରାଯାଇଥିବା ତଲାସି ସମୟରେ ସଂଗୃହୀତ ପ୍ରମାଣ ଆଧାରରେ ମାମଲା ପଞ୍ଜିକରଣ କରିବାକୁ ଅନୁରୋଧ କରିଥିଲା।

ଇଡି ଅଭିଯୋଗ କରିଛି ଯେ, ସିଏମ୍‌ଆର୍‌ଏଲ୍‌ ବିଜୟନଙ୍କ ଝିଅ ବୀଣାଙ୍କ ବର୍ତ୍ତମାନ ବନ୍ଦ ହୋଇଯାଇଥିବା କମ୍ପାନି, ଏକ୍ସାଲୋଜିକ୍ ସଲ୍ୟୁସନ୍ସକୁ ଆଇଟି ପରାମର୍ଶ ସେବାର ଆଳ ଦେଖାଇ ୨.୭୮ କୋଟି ଟଙ୍କାର ପେମେଣ୍ଟ କରିଛି।

ଶୁକ୍ରବାର ବିଜୟନ ଏଫ୍‌ଆଇଆର୍‌ ପଞ୍ଜିକରଣ ପାଇଁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)