Affair: ସହକର୍ମୀଙ୍କ ସହିତ ପ୍ରେମକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ଭାରତୀୟ ବଂଶୋଦ୍ଭବ ଯୁବକ

Oct 16, 2026 - 21:40
Affair: ସହକର୍ମୀଙ୍କ ସହିତ ପ୍ରେମକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ଭାରତୀୟ ବଂଶୋଦ୍ଭବ ଯୁବକ

"ନୂଆଦିଲ୍ଲୀ: ଆମେରିକାର ଚିକାଗୋରେ ଜଣେ ଭାରତୀୟ ବଂଶୋଦ୍ଭବ ଯୁବକ ତାଙ୍କଠାରୁ ଅଲଗା ହୋଇଯାଇଥିବା ପତ୍ନୀଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି।

ପତ୍ନୀଙ୍କର ତାଙ୍କ ପୂର୍ବତନ ସହକର୍ମୀଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା ଓ ସେ ତାଙ୍କ ପାଖକୁ ଫେରି ଆସିବାକୁ ରାଜି ହୋଇନଥିବାରୁ ସେ ତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି।

ହତ୍ୟାକାଣ୍ଡଘଟଣା ଚଳିତ ବର୍ଷ ଅଗଷ୍ଟରେ ଘଟିଥିଲା।

ମେ"ରେ ଅଭିଯୁକ୍ତ ଅଙ୍କୁର ପଟେଲ ଓ ତାଙ୍କ ୩୨- ବର୍ଷୀୟ ପତ୍ନୀ ଅଲଗା ହୋଇଯାଇଥିଲେ।

ପତ୍ନୀ ସେମାନଙ୍କ ୱିସ୍‌କନ୍‌ସିନ୍‌ ଘର ଛାଡ଼ି ଦେଇଥିଲେ।

ଉଭୟଙ୍କର ଗୋଟିଏ ଝିଅ ଥିବାବେଳେ ସେ ଝିଅକୁ ପଟେଲଙ୍କ ପାଖରେ ଛାଡ଼ି ଦେଇଥିଲେ।

Advertisment ଆହୁରି ପଢନ୍ତୁ :Lingaraj Temple: ଲିଙ୍ଗରାଜ ମନ୍ଦିର ସତ୍ତ୍ୱଲିପି କମିଟି ପକ୍ଷରୁ ଅନ୍ତରୀଣ ରିପୋର୍ଟ ପ୍ରଦାନ; ଶୃଙ୍ଖଳିତ ନୀତିକାନ୍ତି  ନେଇ ପ୍ରସ୍ତାବ ରିପୋର୍ଟ ଅନୁଯାୟୀ, ପରିବାର ଚାପରେ ମହିଳା ଜଣକ କିଛି ଦିନ ପାଇଁ ପଟେଲଙ୍କ ପାଖକୁ ଆସିଥିଲେ, କିନ୍ତୁ ପୁଣି ତାଙ୍କୁ ଛାଡ଼ି ପଳାଇଥିଲେ।

ମହିଳା ଜଣକ ପରେ ତାଙ୍କ ସାଥୀଙ୍କ ସହିତ ଲୁଇସିଆନାରେ ରହୁଥିଲେ।

ଏହି ଘଟଣା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଅଧିକ ଖରାପ ହୋଇଥିଲା ଓ ସେ ଅଲଗା ହୋଇଯାଇଥିବା ପତ୍ନୀ ଓ ତାଙ୍କ ନୂଆ ସାଥୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।

ହତ୍ୟାକାଣ୍ଡର ଦୁଇ ସପ୍ତାହ ପୂର୍ବରୁ, ପଟେଲ ଚିକାଗୋରେ ତାଙ୍କ ସମ୍ପର୍କୀୟଙ୍କ ପାଖକୁ ଚାଲିଯାଇଥିଲେ ଓ ତାଙ୍କ ସ୍ତ୍ରୀଙ୍କୁ ନଜଣାଇ ସେମାନଙ୍କ ଝିଅକୁ ଭାରତରେ ତାଙ୍କ ପିତାମାତାଙ୍କ ସହ ରହିବାକୁ ପଠାଇ ଦେଇଥିଲେ।

ପଟେଲ ପରେ ତାଙ୍କ ପତ୍ନୀଙ୍କୁ ଝିଅକୁ ଭେଟିବାକୁ ଚିକାଗୋକୁ ଡାକି ତାଙ୍କୁ ହତ୍ୟା କରିଥିଲେ।

ରିପୋର୍ଟ ଅନୁସାରେ, ହତ୍ୟା ପରେ ପଟେଲ ଭାରତ ଖସି ପଳାଇବାକୁ ବିମାନ ଟିକେଟ କିଣିଥିଲେ: କିନ୍ତୁ ପୁଲିସ ତାଙ୍କୁ ଶେଷ ମୁହୂର୍ତ୍ତରେ ଗିରଫ କରିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)