BPRD's: ଓଡ଼ିଶା ସମ୍ପର୍କରେ ବିପିଆର୍‌ଡିର ଉଦ୍‌ବେଗଜନକ ତଥ୍ୟ: ୬୦% ପୁଲିସ ଦିନକୁ ୧୬ ଘଣ୍ଟାରୁ ଅଧିକ ଡ୍ୟୁଟି କରୁଛନ୍ତି

Jul 11, 2026 - 05:49
BPRD's: ଓଡ଼ିଶା ସମ୍ପର୍କରେ ବିପିଆର୍‌ଡିର ଉଦ୍‌ବେଗଜନକ ତଥ୍ୟ: ୬୦% ପୁଲିସ ଦିନକୁ ୧୬ ଘଣ୍ଟାରୁ ଅଧିକ ଡ୍ୟୁଟି କରୁଛନ୍ତି

"କଟକ: ଓଡ଼ିଶାରେ ୬୦ ପ୍ରତିଶତ ପୁଲିସ ଅଧିକାରୀ ଓ କର୍ମଚାରୀ ଦିନରେ ୧୬ ଘଣ୍ଟାରୁ ଅଧିକ ସମୟ ଡ୍ୟୁଟି କରୁଛନ୍ତି।

୨୨ ପ୍ରତିଶତ ଦିନକୁ ୧୩ ରୁ ୧୬ ଘଣ୍ଟା ଓ ମାତ୍ର ଚାରି ପ୍ରତିଶତ ଆଠ ଘଣ୍ଟା କାମ କରନ୍ତି।

ମଡେଲ୍ ପୁଲିସ ଆକ୍ଟ ୨୦୦୬ରେ ଦିନକୁ ୮ ଘଣ୍ଟା ଡ୍ୟୁଟି ପାଇଁ ନିୟମ ରହିଛି।

ଅନ୍ୟପଟେ ପଞ୍ଜାବରେ ପୁଲିସ ୧୭ ଘଣ୍ଟା ଡ୍ୟୁଟି କରୁଥିବା ବେଳେ ହରିୟାନା, ରାଜସ୍ଥାନ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼ ଭଳି ରାଜ୍ୟରେ ପୁଲିସ ୧୬ ଘଣ୍ଟା ଡ୍ୟୁଟି କରୁଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରାଳୟର ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋ(ବିପିଆର୍‌ଡି)ର ଏହି ରିପୋର୍ଟ ଏବେ ଉଦ୍‌ବେଗର କାରଣ ହୋଇଛି।Advertisment Health: ଉପାନ୍ତ ଇଲାକାକୁ ୧୦୮ ଆମ୍ବୁଲାନ୍ସ ମନା!

ଓଡ଼ିଶା ପୁଲିସର ମଞ୍ଜୁରୀପ୍ରାପ୍ତ ପଦବି ସଂଖ୍ୟା ୮୯ ହଜାର ୪୩୮ ଥିବା ବେଳେ ଏବେ ୬୧ ହଜାର ୭୪୪ ଜଣ କାର୍ଯ୍ୟରତ ଅଛନ୍ତି।

ଏଥିରୁ ମହିଳା ପୁଲିସ କର୍ମଚାରୀଙ୍କ ସଂଖ୍ୟା ୬ ହଜାର ୭୧୦ ରହିଛି।

ମୋଟ ମଞ୍ଜୁରୀ ପଦବିରୁ ୨୭ ହଜାର ୬୯୪ଟି ପଦବି ଖାଲି ପଡ଼ିଛି।

ରାଜ୍ୟର ୭୦୬ଟି ଥାନାରେ ବିଭିନ୍ନ ବର୍ଗରେ ୧୪ ହଜାର ୫୨୮ ପଦବି ଥିବା ବେଳେ ସେଥିରୁ ୩ ହଜାର ୧୭୬ ପଦବି ଖାଲି ପଡ଼ିଛି।

ବିପିଆର୍‌ଡି ରିପୋର୍ଟ ଅନୁଯାୟୀ, ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୧୫୨.୮୦ ପୁଲିସ କର୍ମଚାରୀ ରହିବା କଥା।

କିନ୍ତୁ ଓଡ଼ିଶାରେ ଏହି ସଂଖ୍ୟା ରହିଛି ୧୨୨.୫୯।

୭୦୬ ଥାନାରେ ୩୧ଶହ ପୁଲିସ ପଦ ଖାଲି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥାନାସ୍ତରରେ ୧୦୦: ୫୦ ଅନୁପାତରେ ପୁଲିସ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରି କାମ ଚାପ କମାଇବା କ୍ଷେତ୍ରରେ ୨୦୦୮ ଅଗଷ୍ଟରେ ପୁଲିସ ମୁଖ୍ୟାଳୟ ଦ୍ବାରା ଗୃହୀତ ପ୍ରସ୍ତାବ ଏଯାଏଁ ଗୃହ ବିଭାଗର ଅନୁମୋଦନ ପାଇନାହିଁ।

ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଜଣେ ପୁଲିସ ଅଫିସର ଓ କର୍ମଚାରୀ ୮ ଘଣ୍ଟା ଲେଖାଏଁ ୩ଟି ସିଫ୍ଟ୍‌ରେ କାର୍ଯ୍ୟ କରିପାରିବେ।

ମହାରାଷ୍ଟ୍ର, ଗୁଜରାଟ ଓ କେରଳରେ ଏହି ମଡେଲ ଲାଗୁ ହୋଇସାରିଛି।

ଅଧିକ ସମୟ ଡ୍ୟୁଟି କରି ଓଡ଼ିଶା ପୁଲିସ ଚାପରେ ରହୁଥିବାରୁ ଏହାର ପ୍ରଭାବ ତଦନ୍ତ ପ୍ରକ୍ରିୟାରେ ପଡ଼ୁଛି।

ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୬.୯ ପ୍ରତିଶତ ରହିଛି।

Bank jobs 2026: ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୭୫୦ ଆପ୍ରେଣ୍ଟିସ୍ ପଦବି, ଶୀଘ୍ର କରନ୍ତୁ ଆବେଦନ ପୂର୍ବତନ ପୁଲିସ ଡିଜି ସଂଜୀବ ମାରିକ କହିଛନ୍ତି, ଓଡ଼ିଶାରେ ୫୧ ପ୍ରତିଶତ ପୁଲିସ ଏସ୍‌ଆଇ ପଦବି ଖାଲି ପଡ଼ିଛି।

ଆଇନଶୃଙ୍ଖଳା ହେଉ କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ଏମାନେ ସବୁବେଳେ ସାମ୍‌ନାରେ ଥାଆନ୍ତି।

ସାରା ଦେଶରେ ଏତେ ସଂଖ୍ୟକ ଏସ୍‌ଆଇ ପଦବି ଖାଲି ଅନ୍ୟ କେଉଁ ରାଜ୍ୟରେ ନଥିବ ବୋଲି ଶ୍ରୀ ମାରିକ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।