Welcome!

Unlock your personalized experience.
Sign Up

Boxing Federation of India: ଭାରତୀୟ ବକ୍ସିଂ ସଂଘ ସମ୍ପାଦକ ପ୍ରମୋଦ ନିଲମ୍ବିତ

Oct 14, 2026 - 15:32
Boxing Federation of India: ଭାରତୀୟ ବକ୍ସିଂ ସଂଘ ସମ୍ପାଦକ ପ୍ରମୋଦ ନିଲମ୍ବିତ

ନୂଆଦିଲ୍ଲୀ: ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍‌ଆଇ) ସମ୍ପାଦକ ପ୍ରମୋଦ କୁମାର ନିଲମ୍ବିତ ହୋଇଛନ୍ତି। ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା, ତଦନ୍ତରେ ଅସହଯୋଗ ଏବଂ କ୍ଷମତାର ଅପବ୍ୟବହାର ଅଭିଯୋଗ ହେବାରୁ ସଭାପତି ଅଜୟ ସିଂହ ମଙ୍ଗଳବାର ନିଲମ୍ବିତ କରିଛନ୍ତି। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବନ ବଳବତ୍ତ ରହିବ ବୋଲି ବିଏଫ୍‌ଆଇ ସୂଚନା ଦେଇଛି। ଜାତୀୟ ପ୍ରତିଯୋଗିତା ବାତିଲ ହେବା ସମ୍ବଦ୍ଧୀୟ ତଦନ୍ତରେ ପ୍ରମୋଦ ସହଯୋଗ କରୁ ନଥିଲା ବେଳେ ସଭାପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ଏକ ବୈଠକର ଆୟୋଜନ କରୁଥିଲେ। ଏଥିସହ ଆବଶ୍ୟକ ଅନୁମୋଦନ ବିନା ପ୍ରସାରଣ ଲାଗି କାର୍ଯ୍ୟାଦେଶ ଜାରି କରିଥିଲେ। ଏହି ଅନିୟମିତତା କାର୍ଯ୍ୟ ପାଇଁ ବିଏଫ୍‌ଆଇ ସମ୍ବିଧାନ ଅନୁଯାୟୀ ତାଙ୍କୁ ନିିଲମ୍ବନ କରାଯାଇଛି ବୋଲି ସଭାପତି କହିଛନ୍ତି।

ନବୀନ ପଟ୍ଟନାୟକଙ୍କୁ ବିଜେପିର ଟାର୍ଗେଟ୍: ନାରୀ ନିର୍ଯାତନା, ଖଣି ଦୁର୍ନୀତି, ଦାଦନ ସମସ୍ୟା ଓ ତଦନ୍ତକୁ ଚାପିବାରେ ବିଜେଡି ସରକାର ଥିଲା ନମ୍ବର ୱାନ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)