Box office: ବକ୍ସ ଅଫିସ୍ରେ ଫ୍ଲପ୍ ସତ୍ତ୍ୱେ ରେକର୍ଡ! ଚର୍ଚ୍ଚାରେ ବିଜୟ ଦେବରକୋଣ୍ଡାଙ୍କ 'ରଣବଳୀ'
ହାଇଦ୍ରାବାଦ: ଟଲିଉଡ୍ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ବହୁଚର୍ଚ୍ଚିତ ପିରିଅଡ୍ ଆକ୍ସନ୍ ଫିଲ୍ମ 'ରଣବଳୀ' ସିନେମାଘରେ ମୁକ୍ତିଲାଭ କରିବା ପରେ ବକ୍ସ ଅଫିସ୍ରେ ଆଶାନୁରୂପ ସଫଳତା ହାସଲ କରିପାରି ନାହିଁ।
ବଜେଟ୍ ତୁଳନାରେ ଏହା ଆଶାନୁରୂପ ଆୟ କରିବାରେ ବିଫଳ ହୋଇ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ ମଧ୍ୟ, ଅଭିନେତା ବିଜୟ ଦେବରକୋଣ୍ଡାଙ୍କ କ୍ୟାରିୟର ପାଇଁ ଏକ ବଡ଼ ରେକର୍ଡ ନିଜ ନାଁରେ କରିଛି।
Advertisment ମିଳିଥିବା ରିପୋର୍ଟ ମୁତାବକ, 'ରଣବଳୀ' ସିନେମାଟି ଭାରତୀୟ ବଜାରରେ ୫୦ କୋଟି ଟଙ୍କାରୁ ଅଧିକ ଆୟ କରିଛି।
ଏହି କ୍ରମରେ ଫିଲ୍ମଟି ବିଜୟଙ୍କ ପୂର୍ବର ଫିଲ୍ମ 'କିଙ୍ଗଡମ୍'ର ଆୟର ରେକର୍ଡକୁ ଭାଙ୍ଗି ଦେଇଛି।
କରୋନା ମହାମାରୀ ପରବର୍ତ୍ତୀ ସମୟରେ ଏହା ବିଜୟ ଦେବରକୋଣ୍ଡାଙ୍କ ସର୍ବାଧିକ ଆୟ କରିଥିବା ଫିଲ୍ମର ମାନ୍ୟତା ହାସଲ କରିଛି।
ଆହୁରି ପଢନ୍ତୁ: Attack: ବିମାନବନ୍ଦର, ରାଷ୍ଟ୍ରପତି ଭବନ ଉପରେ ଆକ୍ରମଣ କଲେ ହୁତି ବିଦ୍ରୋହୀ; ନଭେମ୍ବର ୧୪ ପର୍ଯ୍ୟନ୍ତ 'ଏୟାର ଇଣ୍ଡିଆ'ର ସେବା ବନ୍ଦ ବିଜୟ ଦେବରକୋଣ୍ଡାଙ୍କ ପୋଷ୍ଟ-କୋଭିଡ୍ ଟପ୍ ୫ ଫିଲ୍ମର ଆୟ ରଣବଳୀ: ପ୍ରାୟ ୫୭.୩ କୋଟି ଟଙ୍କା କିଙ୍ଗଡମ୍ : ୫୧.୯୬ କୋଟି ଟଙ୍କା କୁସି : ୪୮.୨୬ କୋଟି ଟଙ୍କା ଲାଇଗର: ୪୧.୧୭ କୋଟି ଟଙ୍କା ଦ ପ୍ୟାମିଲି ଷ୍ଟାର : ୨୨.୦୧ କୋଟି ଟଙ୍କା ଚଳଚ୍ଚିତ୍ରଟିର ବଜେଟ୍ ପ୍ରାୟ ୧୨୦ ରୁ ୧୫୦ କୋଟି ମଧ୍ୟରେ ରହିଥିବାରୁ ଏହା ବକ୍ସ ଅଫିସ୍ରେ ବ୍ୟବସାୟିକ ଭାବେ ସଫଳ ହୋଇପାରି ନାହିଁ, କିନ୍ତୁ ବିଜୟଙ୍କ ଷ୍ଟାର୍ ପାୱାର୍ ଏବଂ ତାଙ୍କ ପୂର୍ବ ଚଳଚ୍ଚିତ୍ରଗୁଡ଼ିକର ରେକର୍ଡ ଭାଙ୍ଗିବା ଘଟଣା ଏବେ ସିନେମା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି।
ରାହୁଲ ସାଙ୍କୃତ୍ୟାନଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମଟି ୧୬ ଅକ୍ଟୋବରରେ ପ୍ରେକ୍ଷାଳୟକୁ ଆସିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
