Book released: ‘ଅମ୍ଳାନ ସୃତି’ ବହିର ଉନ୍ମଚନ

Aug 10, 2026 - 00:45
Book released: ‘ଅମ୍ଳାନ ସୃତି’ ବହିର ଉନ୍ମଚନ

"ଝରିଗାଁ: ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକ ସଭାଗୃହ ଠାରେ ଭାରତୀ କଳା ନିକେତନ ସାହିତ୍ୟ ଓ ସାଂସ୍କୃତିକ ମହୋତ୍ସବ ୨୦୨୬ ପାଳନ ହୋଇ ଯାଇଛି।

ଏହି ଅବସରରେ ଛତିଶଗଡ଼ ନିବାସୀନି ସ୍ୱର୍ଗତ ଅଜୟ ମୂର୍ତ୍ତିଙ୍କ ସୃତିରେ ଧର୍ମପତ୍ନୀ ତଥା କବିୟତ୍ରୀ ସଙ୍ଗୀତା ମୂର୍ତ୍ତିଙ୍କ ଲିଖିତ "ଅମ୍ଳାନ ସୃତି" ବହିର ଉନ୍ମୋଚନ ହୋଇ ହୋଇଛି।Advertisment ଭାରତୀ କଳା ନିକେତନ ଅନୁଷ୍ଠାନର ସଭାପତି ମଧୁସ୍ମିତା ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଝରିଗାଁ ତହସିଲଦାର ସୁମନ୍ତ କୁମାର ପାତ୍ର, ମୁଖ୍ୟବକ୍ତା ଭାବେ ରାଇଘର କଲେଜ ଅଧ୍ୟକ୍ଷ ପରକ୍ଷିତ ସାହୁ, ଡାକ୍ତର ସୁରେନ୍ଦ୍ର ନାଥ ଦାଶ, ସାହିତ୍ୟିକ ବଲ୍ଲବ ରାଉତ, ଶ୍ରୀନୀବାସ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ରାଉତ, ବିରେନ୍ଦ୍ର ପାଢ଼ୀ, ସଂଗୀତା ମୂର୍ତ୍ତି, ସହଦେବ ପରିଡ଼ା, ରାମ ପ୍ରସାଦ ପାତ୍ର, ତିରୁପତି ବାଲାଜୀ ସାହୁ, ସ୍ବାଗତିକା ସାହୁ, ସ୍ଵର୍ଣଳତା ପଟ୍ଟନାୟକ, ସାଗର କୁମାର ପରିଡା, ପ୍ରଫୁଲ୍ଲ ମହାପାତ୍ର, ଉର୍ମିଳା ମହାପାତ୍ର ସନ୍ତୋଷ କୁମାର ଖମାରୀ, ପ୍ରଭାସିନୀ ମହାନ୍ତି, ସ୍ୱପ୍ନା ମହାନ୍ତି, ବାସନ୍ତୀ ଲତା ଜେନା, ଜାହ୍ନବୀ ପଣ୍ଡା, ସବିତା ତୁରୁ ପ୍ରମୁଖ ଉପସ୍ଥିତ ରହି "ଅମ୍ଳାନ ସୃତି" ବହିର ଉନ୍ମଚନ କରିଥିଲେ।

ପରେ ଜିଲ୍ଲାର ବିଭିନ୍ନ ବ୍ଳକର ବିଶିଷ୍ଟ ଗାଳ୍ପିକ ମାନଙ୍କ ଗଳ୍ପ ପଠନ କାର୍ଯ୍ୟକ୍ରମ ହୋଇଥିଲା।

Editorial: ସାହିତ୍ୟିକ, ସାମ୍ବାଦିକ: ଦାଶ ବେନହୁରଙ୍କ ସମ୍ପାଦକୀୟ ସନାତନର ସ୍ବଗତୋକ୍ତିରେ ପଢ଼ନ୍ତୁ ଏଥର...

କାର୍ଯ୍ୟକ୍ରମରେ ଭାର୍ଗଭୀ ପଟ୍ଟନାୟକ,ଏମ ମଧୁଛନ୍ଧା,ସୁନୈନା ପ୍ରିୟ ଦର୍ଶନୀ କବିତା ପାଠ କରିଥିଲେ।

ଶେଷରେ ବିଭିନ୍ନ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମକୁ ଭାରତୀ କଳା ନିକେତନ ଅନୁଷ୍ଠାନର ସମ୍ପାଦକ ଗୋପାଳ ମହାରଣା ସଂଯୋଜନା କରିଥିବା ବେଳେ ସହଦେଵ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

ଏଠାରେ ପ୍ରକାଶ ଯେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାରେ ଜନ୍ମ ଗ୍ରହଣ କରିଥିବା ସଙ୍ଗୀତା ମୂର୍ତ୍ତି ବିଧିର ବିଧାନ ଅନୁଯାଇ ପଡୋଶୀ ଛତିଶଗଡ଼ର ଜଦଲପୁର ଠାରେ ବିବାହ କରିଥିଲେ।

ଓଡ଼ିଆ ଭାଷାରେ ବିଭିନ୍ନ ଗଳ୍ପ ଓ କବିତା ଲେଖିବା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।

ଗତବର୍ଷ ସ୍ୱାମୀ ଅଜୟ ମୂର୍ତ୍ତିଙ୍କ ଦେହାନ୍ତ ପରେ ତାଙ୍କ ସୃତିରେ "ଅମ୍ଳାନ ସୃତି" ବହି ଲେଖିଥିଲେ।

ସ୍ୱର୍ଗତ ଶ୍ରୀ ମୂର୍ତ୍ତିଙ୍କ ଆଶୀର୍ବାଦ ସହ ପରିବାର ଲୋକଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବା ଶ୍ରୀମତୀ ସଙ୍ଗୀତା ମତ ପ୍ରକାଶ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media