Bomb attack: କୋଠଘର ଜମିବାଡ଼ି ବିବାଦକୁ ନେଇ ବୋମାମାଡ଼; ୭ ଜଣ ଗୁରୁତର
ପୁରୀ (ଶିବ ପ୍ରସାଦ ଦାସ): ସଦରଥାନା ବାଲିପୁଟ ପଞ୍ଚାୟତ ମାର୍କଣ୍ଡପୁରରେ ବୁଧବାର ଦିନ ବୋମାମାଡ ହୋଇଛି।
ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବୋମାମାଡ଼ ହୋଇଥିବା ଜଣାପଡ଼ିଛି।
ବୋମାମାଡ଼ରେ ୭ ଗୁରୁତର ଆହତ ହୋଇଛନ୍ତି।
ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ କରାଯାଇଛି ଭର୍ତ୍ତି।
ସେମାନେ ହେଲେ କାଳନ୍ଦୀ ପ୍ରଧାନ (୩୫), ଅକ୍ଷୟ ପ୍ରଧାନ (୫୫), ଚନ୍ଦନ ଖଣ୍ଡୁଆଳ (୧୮), ଗଦାଧର ସ୍ୱାଇଁ (୬୦), ବିନି ସ୍ୱାଇଁ (୫୫), ବବିଲି ସ୍ୱାଇଁ (୧୫) ଏବଂ ଜିତୁ ମହାନ୍ତି (୩୫)।
Advertisment ଆହତଙ୍କ ମଧ୍ୟରେ ରହିଛନ୍ତି ପୁରୁଷ ଓ ମହିଳା।
ଦୁଇଟି ବୋମାମାଡ ହୋଇଥିବା ଜଣାପଡିଛି।
ସଦର ଥାନା ପୋଲିସର ତଦନ୍ତ ଜାରି।
ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ଅକ୍ଷୟ କୁମାର ପ୍ରଧାନ, କବିତା ସ୍ବାଇଁ, ଚନ୍ଦନ କୁଣ୍ଡଳ।
ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ।
ତେବେ ଜମିବାଡ଼ି ବିବାଦକୁ ନେଇ ବୋମାମାଡ ହୋଇଥିବା ଜଣାପଡିଛି।
Bomb Threat: ବୋମାମାଡ଼ ଧମକ ପରେ ବଢ଼ିଲା କେନ୍ଦୁଝର ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ସୁରକ୍ଷା ବ୍ୟବସ୍ଥା ସେପଟେ ଘଟଣା ପୂର୍ବରୁ ବାଲିଘାଇ ଫାଣ୍ଡିକୁ ଫୋନ କଲେବି ଫାଣ୍ଡି ଅଧିକାରୀ ପହଂଚି ନଥିଲେ।
ଆଉ ଘଟଣା ପରେ ସଦର ଥାନା ପୁଲିସ ପହଁଚିଛି।
ବୋମାମାଡ଼ କରି ଫେରାର ହେଉଥିବା ବେଳେ ଦୁଇଜଣଙ୍କୁ ଗ୍ରାମବାସୀ ଧରିଥିବା ବେଳେ ଜଣେ ଫେରାର ସହ ଜଣେ ଅଟକ ଅଛି।
ଆଉ ସେମାନଙ୍କର ଦୁଇଟି ଗାଡିକୁ ପୋଡ଼ି ଦିଆଯାଇଛି।
ଗାଁରେ ପୁଲିସ ମୁତୟନ ସହ ଗ୍ରାମବାସୀମାନେ ମାର୍କଣ୍ଡପୁର ଛକରେ ଧାରଣାରେ ବସିଛନ୍ତି।
ଘଟଣାସ୍ଥଳରେ ସଦର ଥାନା ଅଧିକାରୀ ଓ ଏସ୍ଡ଼ିପିଓ ରହି ଲୋକଙ୍କୁ ବୁଝାସୁଝା କରୁଛନ୍ତି।ସେପଟେ ପୁଲିସର ଅବହେଳାକୁ ଦାୟୀ କରିଛନ୍ତି ଆହତମାନେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
