Bollywood Box Office : ଅକ୍ଟୋବରରେ ବକ୍ସ ଅଫିସ୍‌ରେ ଜଲୱା ଦେଖାଇଲା ‘ଦୃଶ୍ୟମ୍ ୩’

Nov 04, 2026 - 16:08
Bollywood Box Office : ଅକ୍ଟୋବରରେ ବକ୍ସ ଅଫିସ୍‌ରେ ଜଲୱା ଦେଖାଇଲା ‘ଦୃଶ୍ୟମ୍ ୩’

ମୁମ୍ବାଇ: ବଲିଉଡ୍ ପାଇଁ ଅଗଷ୍ଟ ମାସ ବେଶ୍ ନିରାଶାଜନକ ରହିଥିଲା।

ଏହି ମାସରେ କୌଣସି ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିପାରି ନଥିଲା।

କିନ୍ତୁ ସେପ୍ଟେମ୍ବର ଓ ଅକ୍ଟୋବରରେ ଅନେକ ଦମଦାର ହିନ୍ଦୀ ଫିଲ୍ମ ଥିଏଟରକୁ ଆସିବା ପରେ ବକ୍ସ ଅଫିସ୍‌ରେ ପୁଣି ଚମକ ଫେରିଥିଲା।

ତେବେ ଅକ୍ଟୋବର ମାସରେ ଅଜୟ ଦେବଗନଙ୍କ ଅଭିନୀତ 'ଦୃଶ୍ୟମ୍ ୩' ହିଁ ଏକମାତ୍ର ବଡ଼ ରୋଜଗାର କରିଥିବା ଫିଲ୍ମ ଥିଲା।

ଏହି ଫିଲ୍ମକୁ ଛାଡ଼ିଦେଲେ ଅନ୍ୟ କୌଣସି ଫିଲ୍ମ ଏକାକୀ ୪୦ କୋଟି ଟଙ୍କାର ଆୟ ସୀମା ମଧ୍ୟ ଅତିକ୍ରମ କରିପାରି ନଥିଲା।

Advertisment ଅକ୍ଟୋବରରେ ବକ୍ସ ଅଫିସ୍‌ରେ 'ଦୃଶ୍ୟମ୍ ୩'ର ଦବଦବା ସୂଚନାଯୋଗ୍ୟ, 'ଦୃଶ୍ୟମ୍' ଫ୍ରାଞ୍ଚାଇଜ୍‌ର ପ୍ରଥମ ଦୁଇଟି ଫିଲ୍ମ ବ୍ଲକ୍‌ବଷ୍ଟର ହୋଇଥିଲା।

ଏହାର ତୃତୀୟ ଭାଗକୁ ଶେଷ ଅଧ୍ୟାୟ ବୋଲି ପ୍ରଚାର କରାଯାଇଥିବାରୁ ଦର୍ଶକଙ୍କ ମଧ୍ୟରେ 'ଦୃଶ୍ୟମ୍ ୩'କୁ ନେଇ ବେଶ୍ ଉତ୍ସାହ ରହିଥିଲା।

ଫଳରେ ଫିଲ୍ମଟି ଥିଏଟରରେ ରିଲିଜ୍ ହେବା ପରେ ଜବରଦସ୍ତ ଆରମ୍ଭ କରିଥିଲା ଏବଂ ଅନେକ ସପ୍ତାହ ଧରି ବକ୍ସ ଅଫିସ୍‌ରେ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଥିଲା।

ଅକ୍ଟୋବର ୨ ତାରିଖରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ମାସର ସମସ୍ତ ପ୍ରମୁଖ ବଲିଉଡ୍ ଫିଲ୍ମ ମଧ୍ୟରେ ସର୍ବାଧିକ ଆୟ କରିଥିଲା।

ଅଜୟ ଦେବଗନ ଙ୍କ ଅଭିନୀତ ଏହି ଫିଲ୍ମ ଅକ୍ଟୋବର ମାସରେ ନେଟ୍ ବକ୍ସ ଅଫିସ୍‌ରେ ୩୭୬ କୋଟି ଟଙ୍କା ଆୟ କରିଥିଲା।

ବକ୍ସ ଅଫିସ୍‌ରେ ଦୀର୍ଘ ସମୟ ଧରି ଚାଲିବାର କ୍ଷମତା ଥିବାରୁ ଏହି ଫିଲ୍ମ ୪୦୦ କୋଟି ଟଙ୍କାରୁ ଅଧିକ ଆୟ କରିପାରିଥାନ୍ତା।

ତଥାପି ଏହାର ରୋଜଗାର ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ମହଙ୍ଗା ହେଲା ଅମୁଲ ଘିଅ, ଲହୁଣି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)