‘Boita Bandana’: ‘ବିଶ୍ୱରେ ଓଡ଼ିଆ ଅସ୍ମିତାକୁ ଦୃଢ଼ କରୁଛି ବୋଇତ ବନ୍ଦାଣ’
ଜଗତସିଂହପୁର : କାର୍ତ୍ତିକ ପୂର୍ଣ୍ଣିମା ଓ ଐତିହାସିକ 'ବୋଇତ ବନ୍ଦାଣ ଉତ୍ସବ' ତଥା ପାରାଦୀପ ବନ୍ଦର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପାରାଦୀପ ବନ୍ଦର ପରିସରରେ ଆୟୋଜିତ ସମାରୋହରେ ଯୋଗଦେଇ ଓଡ଼ିଶାର ଗୌରବମୟ ନୌ-ବାଣିଜ୍ୟ ପରମ୍ପରା, ସାମ୍ପ୍ରତିକ ଶିଳ୍ପ ଅଭିବୃଦ୍ଧି ଏବଂ ଭବିଷ୍ୟତର ସାମୁଦ୍ରିକ ଭିତ୍ତିଭୂମି ବିକାଶ ଉପରେ ସୂଚନା ଦେଇଛନ୍ତି।
ପ୍ରାଚୀନ କଳିଙ୍ଗର ସାଧବପୁଅମାନେ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶ ସହ ସ୍ଥାପନ କରିଥିବା ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କକୁ ମୁଖ୍ୟମନ୍ତ୍ରୀ ସ୍ମରଣ କରିଛନ୍ତି।
'ସମୃଦ୍ଧ ଓଡ଼ିଶା ୨୦୩୬' ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
Advertisment Inderjit Khurana Award: ଇନ୍ଦର୍ଜିତ୍ ଖୁରାନା ଜାତୀୟ ପୁରସ୍କାର ପ୍ରଦାନ ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସେର ଯୋଗଦେେଲ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇଣ୍ଡୋନେସିଆର ବାଲି ଦ୍ୱୀପରେ ଓଡ଼ିଶା ପର୍ବରେ ଯୋଗ ଦେଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଆଲୋଚନା କରି ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ସଂସ୍କୃତିର ଏହି ଭବ୍ୟ ପ୍ରସାରକୁ ସ୍ୱାଗତ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟକୁ ପୁଞ୍ଜି ନିବେଶର ହବ୍ ଭାବେ ଗଢ଼ି ତୋଳିବା ପାଇଁ ବିଭିନ୍ନ ରାଜ୍ୟ ତଥା ଦେଶକୁ ଯାଇ ନିବେଶ ଆକର୍ଷିତ କରାଯାଇଛି।
ମୋଟ ୨୩.୫ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମଧ୍ୟରୁ ୩.୫ଲକ୍ଷ କୋଟି ଟଙ୍କାର ୨୦୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।
ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୨.୮୩ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି।
ଆଗାମୀ କିଛି ବର୍ଷରେ ପାରାଦୀପ ସମଗ୍ର ଦେଶର ଏକ ଅଗ୍ରଣୀ ବ୍ୟବସାୟିକ ଓ ଔଦ୍ୟୋଗିକ ଅଞ୍ଚଳ ଭାବେ ପରିଗଣିତ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାଗରମାଳା, ପିଏମ୍ ଗତି ଶକ୍ତି, ଜାତୀୟ ଲଜିଷ୍ଟିକ୍ସ ନୀତି ଏବଂ 'ମାରିଟାଇମ୍ ଅମୃତ କାଳ ଭିଜନ୍ ୨୦୪୭' ବନ୍ଦର, ରେଳପଥ ଓ ସଡ଼କ ସଂଯୋଗକୁ ଏକତ୍ର କରିବାରେ ସହାୟକ ହେଉଛି।
ବନ୍ଦର ଭିତ୍ତିକ ଅଭିବୃଦ୍ଧି ଲକ୍ଷ୍ୟରେ ଗଞ୍ଜାମର ବାହୁଦା ମୁହାଣରେ ବନ୍ଦର, ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କ୍ଲଷ୍ଟର, ପାରାଦୀପରେ ଗ୍ରିନ୍ ହାଇଡ୍ରୋଜେନ୍ ହବ୍ ଏବଂ ପୁରୀର ମଙ୍ଗଳା ନଦୀ ମୁହାଣ ନିକଟରେ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ କରାଯିବ।
Judgement: ବେଆଇନ ନିର୍ମାଣକୁ ନେଇ ସୁପ୍ରିମ୍କୋର୍ଟ କ୍ଷୁବ୍ଧ, ପୌର ସଂସ୍ଥାଙ୍କ ପକ୍ଷପାତିତା ଉପରେ ପ୍ରଶ୍ନ ପାରାଦୀପରେ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ ପ୍ରକଳ୍ପଗୁଡ଼ିକୁ ରପ୍ତାନୀ ବଜାର ସହ ଯୋଡ଼ିବା ପାଇଁ ପାରାଦୀପ ବନ୍ଦର ୭୯୭ କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୪ ମିଲିଅନ ଟନ୍ କ୍ଷମତାର ଏକ ସ୍ୱତନ୍ତ୍ର ବର୍ଥ ଏବଂ ୪୦ ଏକର ଜମିରେ ଷ୍ଟୋରେଜ୍ ଫାସିଲିଟି ନିର୍ମାଣ କରିବ।
ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ସାଂସଦ ବିଭୁପ୍ରସାଦ ତରାଇ ପାରାଦୀପ ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ, ଉପାଧ୍ୟକ୍ଷ ଟି.
ଭେନୁଗୋପାଲ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
