Body of missing youth found: ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ସ୍କୁଟିରେ ଆସି ଟଙ୍କପାଣି ବ୍ରିଜ ଉପରୁ ଡେଇଁଥିଲେ

Sep 07, 2026 - 08:00
Body of missing youth found: ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ସ୍କୁଟିରେ ଆସି ଟଙ୍କପାଣି ବ୍ରିଜ ଉପରୁ ଡେଇଁଥିଲେ

"ବାଲିଅନ୍ତା: ସ୍କୁଟିରେ ଆସି ଟଙ୍କପାଣି ବ୍ରିଜ ଉପରୁ କୁଆଖାଇ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ଯୁବକ ଭବାନୀ ଶଙ୍କର ଖଟେଇଙ୍କ ମୃତଦେହ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ସମୟରେ ଲିଙ୍ଗିପୁର ନିକଟରୁ ମିଳିଛି।

ମୃତ ଭବାନୀ ଶଙ୍କରଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପ୍ରେମରେ ବିଫଳ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।

ବାଳକାଟି ଫାଣ୍ଡି ପୁଲିସ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି  ମାମଲା ରୁଜୁ କରିଛି।

ଅନେକ ଦିନ ହେବ ଭବାନୀଙ୍କର ବ୍ରାହ୍ମଣ ସୁଆଲୋ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।Advertisment Walkathon for clean air: ସ୍ବଚ୍ଛ ବାୟୁ ପାଇଁ ୱାକାଥନ୍‌: ଚାଲିଲେ ମେୟର, କର୍ପୋରେଟର୍‌, କ୍ରୀଡ଼ାବିତ୍‌ କୌଣସି କାରଣକୁ ନେଇ ସେମାନଙ୍କ ପ୍ରେମରେ ଝଡ଼ ଉଠିଥିଲା।

ଗତକାଲି ସେ ଟଙ୍କପାଣି ବଜାରକୁ ଆସିଥିଲେ।

ହେଲେ ପ୍ରେମରେ ନିରାଶ ହେବାରୁ ପାଣିକୁ ଡେଇଁ ପଡ଼ିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଅପରପକ୍ଷରେ, ପାରିବାରିକ କଳହକୁ ନେଇ ଭବାନୀ ଶଙ୍କର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ଶ୍ରୀଲିଙ୍ଗରାଜ ଥାନା ଅଧୀନ ହରଚଣ୍ଡି ସାହିର ଶରତ ଖଟେଇଙ୍କ ପୁଅ ଭବାନୀ ଶଙ୍କର ଡେଲିଭରି ବୟ କାମ କରୁଥିଲେ।

ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଭବାନୀ ଶଙ୍କର ସ୍କୁଟିରେ ଆସି ଟଙ୍କପାଣି ବ୍ରିଜ ଉପରୁ ଗଣ୍ଡକୁ ଡେଇଁ ପଡ଼ିଥିଲେ।

ବାଲିଅନ୍ତା ଓ କଳ୍ପନା ଅଗ୍ନିଶମ ବାହିନୀ ୧୨ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରି ଭବାନୀ ଶଙ୍କରଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।

Education: ପୁଣି ସାମ୍ନାକୁ ଆସିଲା ଆବାସିକ ବିଦ୍ୟାଳୟରେ ରାଗିଙ୍ଗ ଘଟଣା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)