Boat Capsizes in Saberi River: ସାବେରୀ ନଦୀରେ ଡଙ୍ଗା ଚଳାଇ ପାର ହେଉଥିଲେ ତିନି ମହିଳା, ଘଟିଲା ବଡ଼ ଅଘଟଣ
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ରାଣୀଗୁଡ଼ା ନିକଟରେ ଅଘଟଣ।
ସାବେରୀ ନଦୀରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳା ନିଖୋଜ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ମହିଳା ଅଳ୍ପକେ ରକ୍ଷା ପାଇଛନ୍ତି।
ତିନି ଜଣ ମହିଳା ଦେଶୀ ଡଙ୍ଗାରେ ନିଜେ ଚଳାଇ ନଦୀ ପାର ହୋଇ ମାନ୍ଦାପାଲି ଗ୍ରାମକୁ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ।
କାର୍ଯ୍ୟ ସାରି ଫେରୁଥିବା ସମୟରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ନଦୀ ମଝିରେ ବୁଡ଼ି ଯାଇଥିଲା।
Advertisment ଫଳରେ ତିନି ଜଣ ଯାକ ମହିଳା ପାଣିରେ ବୁଡ଼ି ଯାଇଥିଲେ।
ତେବେ ଦୁଇ ଜଣ ମହିଳା ପହଁରି ପହଁରି କୂଳକୁ ଆସିବାରେ ସଫଳ ହୋଇଥିବା ବେଳେ ମହିମା ଭୂମିଆ ନାମକ ଅନ୍ୟ ଜଣେ ମହିଳାଙ୍କର ଏଯାଏଁ କୌଣସି ପତ୍ତା ମିଳିନାହିଁ।
ଖବର ପାଇ ମାଥିଲି ଅଗ୍ନିଶମ ବିଭାଗର ଟିମ୍ ସାବେରୀ ନଦୀରେ ପହଞ୍ଚି ନିଖୋଜ ମହିଳାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
