Blue jersey: ନୀଳ ଜର୍ସିକୁ ଫେରିଲା ଭାରତୀୟ ହକି ଦଳ: ଜାପାନ ଯାତ୍ରା କଲେ ଖେଳାଳି

Sep 09, 2026 - 04:19
Blue jersey: ନୀଳ ଜର୍ସିକୁ ଫେରିଲା ଭାରତୀୟ ହକି ଦଳ: ଜାପାନ ଯାତ୍ରା କଲେ ଖେଳାଳି

"ନୂଆଦିଲ୍ଲୀ: ନାରଙ୍ଗୀ ଜର୍ସିକୁ ନେଇ ବିବାଦ ସୃଷ୍ଟି ହେବା ପରେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି ହକି ଇଣ୍ଡିଆ।

ଫଳରେ ଆଗାମୀ ଏସୀୟ କ୍ରୀଡ଼ାରେ ପୁଣି ପାରମ୍ପରିକ ନୀଳ ରଙ୍ଗ ଜର୍ସି ପିନ୍ଧି ଖେଳିବେ ଭାରତୀୟ ମହିଳା ଓ ପୁରୁଷ ଖେଳାଳି।

ତେବେ ନାରଙ୍ଗୀ ଜର୍ସିକୁ ସମ୍ପୂର୍ଣ୍ଣ ବାଦ ଦିଆଯାଇନାହିଁ।

ଦଳର ପ୍ରଥମ ପସନ୍ଦ ଭାବେ ନୀଳ ଜର୍ସି ରଖାଯାଇଥିବାବେଳେ ଦ୍ବିତୀୟ ପସନ୍ଦଭାବେ ନାରଙ୍ଗୀ ଜର୍ସି ରଖାଯାଇଛି।

ଏ ନେଇ ଭାରତୀୟ ଅଲିମ୍ପିକ ସଂଘକୁ ସୂଚିତ କରିଛି ହକି ଇଣ୍ଡିଆ।

Advertisment Half marathon: ସତାରା ହିଲ୍‌ ହାଫ୍‌ ମାରାଥନ୍‌ରେ ଦୁଃଖୀଶ୍ୟାମ ଦ୍ବିତୀୟ ଏସୀୟ କ୍ରୀଡ଼ାରେ ପିନ୍ଧିବ ପାରମ୍ପରିକ ଜର୍ସି ବିବାଦ ଘେରରେ ଥିଲା ନାରଙ୍ଗୀ ପୋଷାକ ବେଲଜିୟମ ଓ ନେଦରଲାଣ୍ଡ୍‌ସରେ ଅନୁଷ୍ଠିତ ଗତ ହକି ବିଶ୍ବକପରେ ଭାରତୀୟ ହକି ଦଳ ଗେରୁଆ ରଙ୍ଗର ଜର୍ସି ପିନ୍ଧି ଓହ୍ଲାଇଥିଲା।

ଏହାକୁ ନେଇ ପୂର୍ବତନ ହକି ଖେଳାଳିଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳମାନେ ଆପତ୍ତି ଉଠାଇଥିଲେ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସମାଲୋଚନା କରି କହିଥିଲେ ଯେ ନୀଳ ଜର୍ସି କେବଳ ଏକ ରଙ୍ଗ ନୁହେଁ ବରଂ ଏହା ଏକ ଭାବାବେଗ, ଏହା ଦେଶର କ୍ରୀଡ଼ା ସଂସ୍କୃତି ସହ ଜଡ଼ିତ।

ଏହାକୁ ବଦଳାଇବା ଏକ ହୀନ ରାଜନୀତି।

ସେହିପରି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସ ବିଧାୟକ ପର୍ଗତ ସିଂ ମଧ୍ୟ ଏହାକୁ ବିରୋଧ କରିଥିଲେ।

ପୂର୍ବତନ ଅଧିନାୟକ ବୀରେନ ରସ୍କିନା ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଥିଲେ।

ତେବେ ନାରଙ୍ଗୀ ଜର୍ସି ସପକ୍ଷରେ ଯୁକ୍ତି ରଖି ହକି ଇଣ୍ଡିଆ କହିଥିଲା ଯେ ହକି ପଡ଼ିଆର ନୀଳ ରଙ୍ଗର ସିନ୍ଥେଟିକ୍‌ ମ୍ୟାଟ୍‌ଠାରୁ ଅଲଗା ଦେଖାଯିବା ପାଇଁ ନୀଳ ବଦଳରେ ନାରଙ୍ଗୀ ରଙ୍ଗକୁ ବଛାଯାଇଥିଲା।

ଏଥିନେଇ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ଆଇଓଏ  ଆମକୁ ଦଳର କିଟ୍‌ ପାଇଁ ରଙ୍ଗର କିଛି ବିକଳ୍ପ ଦେଇଥିଲା।

ହକି ଇଣ୍ଡିଆ ନୀଳକୁ ପ୍ରଥମ ପସନ୍ଦ ଭାବେ ବାଛିଛି।

କମଳା ଦ୍ୱିତୀୟ ପସନ୍ଦ।

ଏସୀୟ କ୍ରୀଡ଼ାରେ ଭାରତୀୟ ଦଳ ନୀଳ ଜର୍ସି ପିନ୍ଧି ଖେଳିବ।

ବିଶ୍ୱକପ୍‌ ସମୟରେ ଭାରତୀୟ ଦଳର କମଳା ଜର୍ସିକୁ ନେଇ ଚର୍ଚ୍ଚା ହୋଇଥିଲା।

ଦିଲୀପ ନିଜେ ମଧ୍ୟ ଏଭଳି ପଦକ୍ଷେପ ନେଇ ଆପତ୍ତି ଉଠାଇଥିଲେ।

ହକି ଇଣ୍ଡିଆକୁ ପତ୍ର ଲେଖି ଅସନ୍ତୋଷ ବି ଜାହିର କରିଥିଲେ।

ପରେ କିନ୍ତୁ ଏହି ନାରଙ୍ଗୀ ରଙ୍ଗ ସ୍ଥାୟୀ ନୁହେଁ ବୋଲି କହିଥିଲେ।

ଭବିଷ୍ୟତରେ ଜର୍ସିର ରଙ୍ଗ ପରିବର୍ତ୍ତନ ହୋଇପାରେ ବୋଲି ସେ ସେତେବେଳେ ସୂଚନା ଦେଇଥିଲେ।

ଜାପାନ ଯାତ୍ରା କଲେ ଖେଳାଳି ଗତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ୍‌ରେ ଐତିହାସିକ ପ୍ରଦର୍ଶନ କରି ପଞ୍ଚମ ସ୍ଥାନରେ ରହିଥିବା ଭାରତୀୟ ଦଳ ମଙ୍ଗଳବାର ଏସୀୟ କ୍ରୀଡ଼ା ପାଇଁ ଜାପାନ ଅଭିମୁଖେ ଯାତ୍ରା କରିଛି।

ବିଂଶତମ ଏସୀୟ କ୍ରୀଡ଼ା ଜାପାନର ଆଇଚି-ନାଗୋୟାରେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସ୍ବର୍ଣ୍ଣ ପଦକ ଜିତି ୨୦୨୮ ମସିହାର ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସ ଲାଗି ସିଧାସଳଖ ‌ଯୋଗ୍ୟତା ଅର୍ଜନ କରିବା ଭାରତର ଲକ୍ଷ୍ୟ ରହିବ।

ଅଧିନାୟିକା ସଲିମା‌ ଟେଟେ ଓ ପ୍ରଶିକ୍ଷକ ଜେରୋର୍ଡ ମାରିନ୍‌ଙ୍କ ତତ୍ତ୍ବାବଧାନରେ ଭାରତୀୟ ଦଳ ମଙ୍ଗଳବାର ବେଙ୍ଗାଲୁରୁରୁ ଜାପାନ ଗସ୍ତ କରିଛି।

ମାରିନଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରି ଆସୁଛି।

୨୦୨୬ ପ୍ରାରମ୍ଭରେ ହାଇଦ୍ରାବାଦରେ ଅନୁଷ୍ଠିତ ଏଫ୍ଆଇଏଚ୍‌ ମହିଳା ହକି ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତକୁ ରୌପ୍ୟ ପଦକ ଦେଇଥିଲେ।

ଅକଲାଣ୍ଡ୍‌ରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ନେସନ୍ସ କପ୍‌ରେ ଅପରାଜିତ ରହି ବିଜେତା ହୋଇଥିଲା।

ଏଥି ସହିତ ଆସନ୍ତା ଋତୁର ଏଫଆଇଏଚ୍‌‌ ପ୍ରୋ ଲିଗ୍‌ ଯୋଗ୍ୟତା ଅର୍ଜନ କରିଛି।

ଏବେ ଏସୀୟ କ୍ରୀଡ଼ାର ମହିଳା ହକି ପାଇଁ ପ୍ରସ୍ତୁତ ହୋଇ ଯାଇଛି।

Eiffel tower: ମହିଳା କର୍ମଚାରୀଙ୍କୁ ଦୂରେଇ ରଖିବା ଅଭିଯୋଗ; ବନ୍ଦ ହେଲା ଆଇଫେଲ୍‌ ଟାୱାର ପୁଲ୍‌ "ବି"ରେ ଭାରତ ସହିତ ଜାପାନ, ଥାଇଲାଣ୍ଡ୍‌, ସିଙ୍ଗାପୁର, ଇଣ୍ଡୋନେସିଆ, ଉଜବେକିସ୍ତାନ ସହ ସାମିଲ ରହିଛି।

ସେପ୍ଟେମ୍ବର ୨୦ରେ ଉଜବେକିସ୍ତାନ ସହ ଖେଳି ଅଭିଯାନ ଆରମ୍ଭ କରିବ ସଲିମା ଟେଟେଙ୍କ ଦଳ। "ଆମେ ଆତ୍ମବିଶ୍ବାସର ସହ ଏସୀୟ କ୍ରୀଡ଼ାକୁ ଯାଉଛୁ।

ନେସନ୍ସ କପ୍‌ ଏବଂ ବିଶ୍ବକପ୍‌ ପ୍ରଦର୍ଶନ ଆମ ଭିତରେ ବିଶ୍ବାସ ଭରି ଦେଇଛି।

ଗୋଟିଏ ଗୋଟିଏ ପାଦ ଆଗକୁ ଯିବାକୁ ଚେଷ୍ଟା କରିବୁ।

ସ୍ପଷ୍ଟ ଭାବେ ସ୍ବର୍ଣ୍ଣ ପଦକ ପାଇଁ ଖେଳିବୁ" ବୋଲି ଟେଟେ କହିଥିଲେ।

ହର୍ମନପ୍ରୀତତ୍ସିଂହଙ୍କ ନେତୃତ୍ବରେ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଜାପାନ ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)