Black day preparation: ସେପ୍ଟେମ୍ବର ୬ରେ ‘କଳା ଦିବସ’ ପାଳିବ କୁଡୁମୀ ସେନା
"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥ ପିସିଏମ୍ କଲ୍ୟାଣ ମଣ୍ଡପଠାରେ ଓଡ଼ିଶା କୁଡୁମୀ ସେନାର ରାଜ୍ୟ ସଭାପତି ଦିବ୍ୟସିଂହ ମହାନ୍ତଙ୍କ ନେତୃତ୍ୱରେ ଓଡ଼ିଶା କୁଡୁମୀ ସେନାର କଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
୧୯୫୦ ମସିହା ସେପ୍ଟେମ୍ବର ୬ରେ ସେତେବେଳର କେନ୍ଦ୍ର ସରକାର କୌଣସି କାରଣ ନ ଥାଇ ଚକ୍ରାନ୍ତ କରି କୁଡୁମୀ ଜାତିକୁ ଏସ.ଟି ତାଲିକାରୁ ବାଦ ଦେଇଛନ୍ତି ଉକ୍ତ ଦିନଟି କୁଡୁମି ଜାତି ପାଇଁ ଅଭିଶାପ ତଥା ଅନ୍ୟାୟର ଦିନ ବୋଲି କହି ସେପ୍ଟେମ୍ବର ୬କୁ "କଳା ଦିବସ" ରୂପେ କୁଡୁମୀ ଜାତି ପାଳନ କରି ଆସୁଛି।
Advertisment କୁଡୁମୀ ଜାତିକୁ ପୁନଃ ଏସ.
ଟି ବର୍ଗରେ ସାମିଲ କରିବା ପାଇଁ ଓଡ଼ିଶା କୁଡୁମୀ ସେନା ଜାରି ରଖିଥିବା ସଂଗ୍ରାମ ବର୍ତମାନ ଏକ ନିର୍ଣ୍ଣାୟକ ମୋଡ଼ରେ ଆସି ପହଞ୍ଚିଛି ବୋଲି ବୈଠକରେ ଆଲୋଚନା ହୋଇଥିଲା।
ଓଡ଼ିଶା କୁଡୁମୀ ସେନା ବିଭିନ୍ନ ସମୟରେ ଜାତିର ମୌଳିକ ଅଧିକାର ଓ ହକ ପାଇଁ ଲଢେଇ କରି ଆସୁଛି, ସଡକରୁ ସଂସଦ ପର୍ଯ୍ୟନ୍ତ, ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ, ରାସ୍ତା ରୋକ ଠାରୁ ମୁଖ୍ୟମନ୍ତ୍ରୀ ନିବାସ ଘେରାଉ ପର୍ଯ୍ୟନ୍ତ, ବୃକ୍ଷ ରୋପଣ ଠାରୁ ରକ୍ତଦାନ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମଠାରୁ ଜାତ ଜଳନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରିଆସୁଛି ବୋଲି ଉପସ୍ଥିତ କୁଡ଼ୁମୀ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ମାନେ ମତ ରଖିଥିଲେ।
ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ତାଙ୍କ ମୁଖ୍ୟ ଦାବିଗୁଡ଼ିକ ହେଲା- କୁଡୁମୀ ଜାତିକୁ ପୁନଃ ଅନୁସୂଚିତ ଜନଜାତିରେ ସାମିଲ କରାଯାଉ, କୁଡୁମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ ରେ ସାମିଲ କରାଯାଉ,କୁଡୁମୀ ଜାତିର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଉ।
କୁଡୁମୀ ଜାତିର ସମସ୍ତ ଭାଇ ଭଉଣୀ ମାନଙ୍କୁ ଅନୁରୋଧ ଆସନ୍ତା ସେପ୍ଟେମ୍ବର 06 ତାରିଖ ଦିଲ୍ଲୀ ଯନ୍ତର ମନ୍ତର ରେ ହେବାକୁ ଥିବା କଳା ଦିବସ ରେ ଯୋଗଦାନ କରି ଏ ଜାତିର ଏକତା ବଜାଇ ରଖିବେ ଏବଂ ସରକାରଙ୍କ ସହ ନିଜର ହକ ଲଢେଇରେ ନିଜକୁ ସାମିଲ କରିବେ।
ଉକ୍ତ ସାମ୍ୱାଦିକ ସମ୍ବିଳନୀରେ ରାଜ୍ୟ ସଭାପତି ଦିବ୍ୟ ସିଂହ ମହାନ୍ତ, ରାଜ୍ୟ ସମ୍ପାଦକ, ଲାଲମୋହନ ମହାନ୍ତ, ଜିଲ୍ଲା ସଭାପତି ଫନ୍ତୁସ ମହାନ୍ତ, ସମ୍ପାଦକ ତରଣୀସେନ ମହାନ୍ତ, ମହିଳା ସଭାନେତ୍ରୀ ପୂର୍ଣ୍ଣିମା ମହାନ୍ତ, ବାମନଘାଟି ସଭାନେତ୍ରୀ ପ୍ରତିଭା ମହାନ୍ତ, ରାଇରଙ୍ଗପୁର ମ୍ୟୁନିସିପାଲିଟି ସଭାନେତ୍ରୀ ଗୀତାରାଣୀ ମହାନ୍ତ ବିଶୋଇ ବ୍ଲକ ସଭାନେତ୍ରୀ ଆରତୀ ମହାନ୍ତ,କୁସୁମୀ ବ୍ଲକ ସଭାପତି ରୁଦ୍ର ମାଧବ ମହାନ୍ତ, ଛାତ୍ର ସଭାପତି ଚିନ୍ମୟ ମହାନ୍ତ, ଯୁବ ନେତା ଅରୁଣ କୁମାର ମହାନ୍ତ ଯଶିପୁର ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

