BJP: ବିଜେପିର ପାଲଟା ଆକ୍ରମଣ ‘କ୍ଷମା କରିବେ ଭାରତ ବିରୋଧୀ ଶକ୍ତି, ମୋଦୀ କୁଆଡ଼େ ଯିବେ ନାହିଁ’
ନୂଆଦିଲ୍ଲୀ: ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଥିବା ଇଣ୍ଡି ମେଣ୍ଟର ମେଗା ରୢାଲି ପୂର୍ବରୁ ରାଜନୈତିକ ବିବାଦ ମଧ୍ୟରେ ବିଜେପି ସୋମବାର ବିରୋଧୀଙ୍କ ଉଦ୍ଦେଶ୍ୟ ରେ ଏକ କଡ଼ା ବାର୍ତ୍ତା ପୋଷ୍ଟ କରିଛି।
ବିଜେପି ଏହାର 'ଏକ୍ସ' ଆକାଉଣ୍ଟରେ ପୋଷ୍ଟ କରିଛି, 'କ୍ଷମା କରିବେ ଭାରତ ବିରୋଧୀ ଶକ୍ତି, କିନ୍ତୁ ମୋଦୀ କୁଆଡ଼େ ଯିବେ ନାହିଁ'।
Advertisment ଆହୁରି ପଢନ୍ତୁ : Fire: ଦିଲ୍ଲୀର ନର୍ଥ ବ୍ଲକ୍ରେ ଅଗ୍ନିକାଣ୍ଡ: ପହଞ୍ଚିଲା ୬ ଦମକଳ ଗାଡ଼ି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ 'ମୋଦୀଙ୍କ ବାପା ବି ଯିବେ' ମନ୍ତବ୍ୟ ପ୍ରତିବାଦରେ ବିଜେପି ସୋମବାର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଥିବାବେଳେ ସାମାଜିକ ଗଣମାଧ୍ୟମ ରେ ଏପରି ମନ୍ତବ୍ୟ ପୋଷ୍ଟ କରିଛି।
ଅନ୍ୟପକ୍ଷରେ ବ୍ୟବସାୟ ବାଧାପ୍ରାପ୍ତ ହେବ ବୋଲି ଅଭିଯୋଗ କରି ବ୍ୟବସାୟୀମାନେ କଂଗ୍ରେସ ଉପରେ ନଭେମ୍ବର ୧ ରୢାଲିକୁ ସ୍ଥଗିତ ରଖିବା ପାଇଁ ଚାପ ପକାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
