Death: ମଧ୍ୟପ୍ରଦେଶରେ ୪ ସାଙ୍ଗ ଏକାଠି ଜଳିଗଲେ : ଗାଡି ଡିଭାଇଡର୍‌ରେ ପିଟି ହେବାପରେ ନିଆଁ ଲାଗିଗଲା

Oct 26, 2026 - 22:10
Death: ମଧ୍ୟପ୍ରଦେଶରେ ୪ ସାଙ୍ଗ ଏକାଠି ଜଳିଗଲେ : ଗାଡି ଡିଭାଇଡର୍‌ରେ ପିଟି ହେବାପରେ ନିଆଁ ଲାଗିଗଲା

ଭୋପାଳ: ମଧ୍ୟପ୍ରଦେଶର ଧାର୍‌ ଜିଲ୍ଲାରେ ଏକ ଅଭାବନୀୟ ଦୁର୍ଘଟଣାରେ ୪ ଜଣ ସାଙ୍ଗଙ୍କର ଏକସଙ୍ଗେ ମୃତ୍ୟୁ ହୋଇଛି।

ସମସ୍ତେ ଗାଡ଼ି ଭିତରେ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି।

ସେମାନେ ଯାଉଥିବା ଗାଡ଼ିଟି ଏକ ଡିଭାଇଡର୍‌ରେ ପିଟି ହୋଇ ପୋଲ ତଳକୁ ଖସିପଡ଼ିବା ପରେ ନିଆଁ ଲାଗିଯିବାରୁ ଏହି ଦୁଃଖଦ ଘଟଣା ଘଟିଛି।

Advertisment ଆହୁରି ପଢନ୍ତୁ : 'ଆମ କଳାକାର' ଅବ୍ୟବସ୍ଥାରେ ଚୟନ ସଦଲପୁର ଓ ଖେରୋଡ଼ ମଧ୍ୟରେ ବଡ଼ନୱରର ଏକ ଢାବା ନିକଟରେ ଥିବା ଚାରିଥାକିଆ ରାଜପଥ ରେ ରବିବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା।

୫ ଜଣ ସାଙ୍ଗ ସନୱରିୟା ସେଠ୍‌ ମନ୍ଦିରରୁ ଫେରୁଥିବାବେଳେ ସେମାନଙ୍କ ଗାଡ଼ି ଏକ ପୋଲ ଉପରେ ଡିଭାଇଡର୍‌ରେ ପିଟି ହୋଇଥିଲା।

ଧକ୍କାର ପ୍ରଭାବ ଏତେ ତୀବ୍ର ଥିଲା ଯେ ଗାଡ଼ିଟି ପୋଲ ଉପରୁ ତଳକୁ ଖସିପଡ଼ିବା ପରେ ସେଥିରେ ନିଆଁ ଲାଗିଯାଇଥିଲା।

ଗାଡ଼ିଟି ତଳକୁ ଖସିବା ସମୟରେ ଜଣେ ବ୍ୟକ୍ତି ଗାଡ଼ିରୁ ବାହାରକୁ ଛିଟିକି ପଡ଼ିଥିଲେ।

କିନ୍ତୁ ନିଆଁ ଚାରିଆଡ଼କୁ ବ୍ୟାପିଯିବାରୁ ଅନ୍ୟମାନେ ଗାଡ଼ିରୁ ବାହାରି ପାରି ନ ଥିଲେ।

ଖବର ପାଇ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା।

ଏହି ଘଟଣା ରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

ମୃତକମାନେ ହେଲେ ଅଙ୍କୁଶ ଚୌଧୁରୀ (୨୦), ଚେତନ ଚୌଧୁରୀ (୨୦), ଆଦିତ୍ୟ ତିୱାରି (୧୯) ଓ ଅଭିଷେକ ସୋଲାଙ୍କି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)