BJP: ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ: ‘ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ’

Sep 07, 2026 - 07:28
BJP: ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ: ‘ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ’

"କଟକ: ବିଜେପିର ମୂଳମନ୍ତ୍ର ହେଉଛି ସେବା।

ତେଣୁ ସାଧାରଣ ଜନତାଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଦଳର କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ବି.ଏଲ୍‌.

ସନ୍ତୋଷ।

କଟକର ଜବାହାରଲାଲ ନେହରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଉଦ୍‌ଯାପନ ଦିବସରେ ଯୋଗଦେଇ ଶ୍ରୀ ସନ୍ତୋଷ କହିଛନ୍ତି ଯେ, ଯେଉଁ ରାଜ୍ୟମାନଙ୍କରେ ବିଜେପି ଥରେ ଶାସନ ଦାୟିତ୍ୱରେ ଆସିଛି, ଏହି ସେବା ମନୋଭାବ କାରଣରୁ ସେହି ରାଜ୍ୟବାସୀମାନେ ବାରମ୍ବାର ବିଜେପିକୁ ଶାସନ ଦାୟିତ୍ୱ ପ୍ରଦାନ କରିଛନ୍ତି।

ଓଡ଼ିଶାରେ ସେବା ମନୋଭାବକୁ ଅଗ୍ରାଧିକାର ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ନିୟମିତ ଭାବେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଏବଂ ସୁଖଦୁଃଖର ସାଥୀ ହୋଇ ଛିଡ଼ା ହେଉଛନ୍ତି।

ଆଗାମୀ ପଞ୍ଚାୟତ, ନଗରପାଳିକା ଓ ସମବାୟ ନିର୍ବାଚନରେ ଲୋକଙ୍କ ସହ ଛିଡ଼ା ହେବା ସହିତ କଠିନ ପରିଶ୍ରମ କରି ଲୋକଙ୍କ ଆସ୍ଥାଭାଜନ ହେବାକୁ ଶ୍ରୀ ସନ୍ତୋଷ ପରାମର୍ଶ ଦେଇଛନ୍ତି।Advertisment Madhya Pradesh: ମଧ୍ୟପ୍ରଦେଶରେ ବିଷାକ୍ତ ମଦପିଇ ୧୦ ମୃତ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ବିଜେଡି, କଂଗ୍ରେସର ଆଚରଣକୁ ନିନ୍ଦା କରି ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତସମୃଦ୍ଧ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବାକୁ ଏହି ବୈଠକ ପ୍ରେରଣା ଦେବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ଏହାର କାର୍ଯ୍ୟକାରିତା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରିଶ୍ରମ ଏବଂ ଦେଶବାସୀଙ୍କ ସଂକଳ୍ପକୁ ବୁଝି ପାରୁନଥିବା ବିରୋଧୀ ଦଳମାନଙ୍କ ଆଚରଣ ଓ ଉଚ୍ଚାରଣକୁ ନିନ୍ଦା କରାଯିବା ସହିତ ଏକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା।

ପ୍ରତିକୂଳ ପରିସ୍ଥିତିରେ ଦେଶର ଆର୍ଥିକ ଅଭିବୃଦ୍ଧି ୭.୮ ପ୍ରତିଶତ ହାରରେ ବୃଦ୍ଧି ପାଉଥିବାବେଳେ ବିରୋଧୀ ଦଳଗୁଡିକ ଅପପ୍ରଚାର କରି ଦେଶକୁ ବଦନାମ କରୁଛନ୍ତି।

ବିରୋଧୀ ଦଳମାନେ ଦେଶ ବିଭାଜନକାରୀ ଶକ୍ତିମାନଙ୍କ ସହ ହାତ ମିଳାଇ, ବିଭିନ୍ନ ଦେଶ ବିରୋଧୀ ଗତିବିଧିରେ ସାମିଲ ହେଉଛନ୍ତି।

ବନ୍ଦେ ମାତରମ୍‌କୁ କଂଗ୍ରେସ ଦଳ ଅବମାନନା କରିଛି।

ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ବନ୍ଦେ ମାତରମ୍ ଗାନ ବେଳେ ଯେଉଁ ଭଳି ଆଚରଣ କଲେ ତାହା ଅତ୍ୟନ୍ତ କ୍ଷୋଭର ବିଷୟ ଓ ନିନ୍ଦନୀୟ।

ସଂସଦରେ ମହିଳା ଆରକ୍ଷଣ ବିଲ୍‌କୁ ବିରୋଧ କରି କଂଗ୍ରେସ ଓ ବିରୋଧୀଦଳମାନେ ମହିଳା ବିରୋଧୀ ମନୋଭାବକୁ ପ୍ରକାଶିତ କରିଛନ୍ତି।

Competition: ଜିଲ୍ଲାରେ ୨୯୯୬ ପ୍ରତିଯୋଗୀ: ନବରଙ୍ଗପୁରରେ ସର୍ବାଧିକ ୭୪୪ ପ୍ରତିଯୋଗୀ ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଏଫସିଆର୍‌ଏ ଆଇନକୁ ବିରୋଧ କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି।

ରାଜ୍ୟରେ ବିଜେଡି ସରକାର ସମୟରେ ଘଟିଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ନେଇ ଗଠିତ ତଦନ୍ତ କମିସନ ଫାଇଲ୍‌କୁ ନବୀନ ବାବୁଙ୍କ ସରକାର ଗାଏବ କରିବା ଘଟଣା ଚିନ୍ତାର ବିଷୟ।

ଓଡ଼ିଶାରେ କଂଗ୍ରେସ ଦଳ ବିଜେଡି ନିର୍ଦ୍ଦେଶ ଅନୁସାରେ ପରିଚାଳିତ ହେଉଛି।

ରାଜ୍ୟରେ ଏମ୍‌ଏମ୍‌ଡିଆର୍ ସଂଶୋଧନକୁ ଉଭୟ କଂଗ୍ରେସ ଓ ବିଜେଡି ବିରୋଧ କରି ଭ୍ରମାତ୍ମକ ତଥ୍ୟ ଦେଉଛନ୍ତି।

ଓଡ଼ିଶାରେ ଚଳିତବର୍ଷ ବନ୍ୟାରେ ୯ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବାବେଳେ ବନ୍ୟାକୁ ନେଇ ବିଜେଡି ତୁଚ୍ଛ ରାଜନୀତି କରୁଛି।

ଏସବୁକୁ କାର୍ଯ୍ୟକାରିଣୀରେ ଦୃଢ଼ଭାବେ ନିନ୍ଦା କରାଯାଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ କରାଯାଇଛି।

ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ଏହି କାର୍ଯ୍ୟକାରିଣୀ ପ୍ରେରଣା ଯୋଗାଇଛି ବୋଲି ସାଂସଦ ଡକ୍ଟର ସମ୍ବିତ ପାତ୍ର ସୂଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଡ.

ଯତୀନ ମହାନ୍ତି, ପ୍ରକୋଷ୍ଠ ସଂଯୋଜକ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ, ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ମନ୍ତ୍ରୀ, ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)