31 OCTOBER 2026

Welcome!

Unlock your personalized experience.
Sign Up

Birth Anniversary: ପଟେଲଙ୍କୁ କାହିଁକି କୁହାଯାଏ ଲୌହମାନବ? ଜାଣନ୍ତୁ ଦେଶ ପାଇଁ ତାଙ୍କ ସଂଘର୍ଷ ଓ ଅବଦାନ

Oct 31, 2026 - 10:08
Birth Anniversary: ପଟେଲଙ୍କୁ କାହିଁକି କୁହାଯାଏ ଲୌହମାନବ? ଜାଣନ୍ତୁ ଦେଶ ପାଇଁ ତାଙ୍କ ସଂଘର୍ଷ ଓ ଅବଦାନ

ନୂଆଦିଲ୍ଲୀ: ଆଜି ଅକ୍ଟୋବର ୩୧। ଦେଶରେ ପାଳନ କରାଯାଉଛି ଜାତୀୟ ଏକତା ଦିବସ। ଏହି ଦିନ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ। ସ୍ୱାଧୀନତା ଆନ୍ଦୋଳନରେ କୃଷକଙ୍କୁ ସଂଗଠିତ କରିବାଠାରୁ ଆରମ୍ଭ କରି ସ୍ୱାଧୀନତା ପରେ ଦେଶୀୟ ରାଜ୍ୟଗୁଡ଼ିକୁ ଭାରତରେ ମିଶାଇବା ପର୍ଯ୍ୟନ୍ତ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ଦୃଢ଼ ନେତୃତ୍ୱ, ଇଚ୍ଛାଶକ୍ତି ଓ ନିଷ୍ପତ୍ତି ନେବାର କ୍ଷମତା ପାଇଁ ତାଙ୍କୁ ‘ଲୌହମାନବ’ର ଆଖ୍ୟା ଦିଆଯାଇଥିଲା।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ୩୧ ଅକ୍ଟୋବର ୧୮୭୫ରେ ଗୁଜରାଟର ନଡ଼ିଆଦଠାରେ ହୋଇଥିଲା। ଆଇନ ପାଠପଢ଼ା ପାଇଁ ସେ ଇଂଲଣ୍ଡ ଯାଇଥିଲେ। ୧୯୧୩ରେ ଭାରତ ଫେରି ଅହମ୍ମଦାବାଦରେ ଓକିଲାତି ଆରମ୍ଭ କରିଥିଲେ। ପରେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାରେ ପ୍ରଭାବିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ।

କୃଷକ ଆନ୍ଦୋଳନରୁ ମିଳିଥିଲା ‘ସର୍ଦ୍ଦାର’ ଉପାଧି
୧୯୧୮ର ଖେଡ଼ା ସତ୍ୟାଗ୍ରହରେ ପଟେଲ ଗାନ୍ଧିଜୀଙ୍କ ସହ ମିଶି କୃଷକଙ୍କୁ ସଂଗଠିତ କରିଥିଲେ। ୧୯୨୮ରେ ବାରଡୋଲି ସତ୍ୟାଗ୍ରହର ନେତୃତ୍ୱ ନେଇ ବ୍ରିଟିଶ ସରକାରଙ୍କ ବର୍ଦ୍ଧିତ ଖଜଣା ବିରୋଧରେ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନର ସଫଳତା ପରେ କୃଷକମାନେ ତାଙ୍କୁ ‘ସର୍ଦ୍ଦାର’ ଉପାଧି ଦେଇଥିଲେ। ପରେ ସେ ଆଇନ ଅମାନ୍ୟ ଆନ୍ଦୋଳନ ଓ ଭାରତ ଛାଡ଼ ଆନ୍ଦୋଳନରେ ମଧ୍ୟ ସକ୍ରିୟ ରହିଥିଲେ।

ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ
୧୯୪୭ରେ ଭାରତ ସ୍ୱାଧୀନ ହେବା ପରେ ପଟେଲ ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ହୋଇଥିଲେ। ସେହି ସମୟରେ ଦେଶରେ ୫୬୦ରୁ ଅଧିକ ଦେଶୀୟ ରାଜ୍ୟ ଥିଲା। ଏହି ରାଜ୍ୟଗୁଡ଼ିକୁ ଭାରତରେ ମିଶାଇବା ଏକ ବଡ଼ ଆହ୍ୱାନ ଥିଲା। ଭି.ପି. ମେନନଙ୍କ ସହଯୋଗରେ ସେ ଆଲୋଚନା ଓ କୂଟନୀତି ମାଧ୍ୟମରେ ଅଧିକାଂଶ ରାଜ୍ୟର ମିଶ୍ରଣ ସମ୍ଭବ କରାଇଥିଲେ। ଏହା ସହ ବିଭାଜନ ପରବର୍ତ୍ତୀ ଆଭ୍ୟନ୍ତରୀଣ ସୁରକ୍ଷା ଓ ଶରଣାର୍ଥୀଙ୍କ ପୁନର୍ବାସ କାର୍ଯ୍ୟରେ ମଧ୍ୟ ଭୂମିକା ନେଇଥିଲେ।

Sardar -atel Anniversary: ଖଣ୍ଡବିଖଣ୍ଡ ଭାରତକୁ କରିଥିଲେ ଏକ, ଆଜି ତାଙ୍କୁ ମନେ ପକାଉଛି ଦେଶ

ଦୃଢ଼ ନିଷ୍ପତ୍ତି, ଶୃଙ୍ଖଳା ଓ ଦେଶର ଏକତା ପ୍ରତି ତାଙ୍କର ଅଟଳ ନିଷ୍ଠା ତାଙ୍କୁ ଲୌହମାନବର ପରିଚୟ ଦେଇଥିଲା। ୧୫ ଡିସେମ୍ବର ୧୯୫୦ରେ ତାଙ୍କର ଦେହାନ୍ତ ହୋଇଥିଲା। ୨୦୧୪ରୁ ତାଙ୍କ ଜୟନ୍ତୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଦେଶର ଏକତା ଓ ଅଖଣ୍ଡତା ପାଇଁ ତାଙ୍କ ଅବଦାନକୁ ମନେ ପକାଇବା ହିଁ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)