Bird Nests: ଓଏସଏପି ଅଷ୍ଟମ ବାଟାଲିୟନରେ ପକ୍ଷୀଙ୍କ ପାଇଁ ୨୦ଟି କୃତ୍ରିମ ବସା ସ୍ଥାପନ, ଆଗକୁ ଲାଗିବ ଆଉ ୧୦୦ଟି

Oct 10, 2026 - 15:03
Bird Nests: ଓଏସଏପି ଅଷ୍ଟମ ବାଟାଲିୟନରେ ପକ୍ଷୀଙ୍କ ପାଇଁ ୨୦ଟି କୃତ୍ରିମ ବସା ସ୍ଥାପନ, ଆଗକୁ ଲାଗିବ ଆଉ ୧୦୦ଟି

"ଛତ୍ରପୁର: ଓଏସଏପି ୮ମ ବାଟାଲିୟନ, ଛତ୍ରପୁର ପରିସରରେ ଦୁର୍ଗପତି ଶାରଦା ପ୍ରସାଦ ଦାସଙ୍କ ପୌରୋହିତ୍ୟ ଏବଂ ମାର୍ଗଦର୍ଶନରେ ପକ୍ଷୀମାନଙ୍କ ପାଇଁ ବସା ସ୍ଥାପନ କାର୍ଯ୍ୟକ୍ରମ (Bird Nesting Programme) ଅନୁଷ୍ଠିତ ହୋଇଥିଲା I Advertisment ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା କରାଯାଇଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପକ୍ଷୀମାନଙ୍କ ସୁରକ୍ଷା, ପ୍ରାକୃତିକ ପରିବେଶର ସଂରକ୍ଷଣ ଏବଂ ଜୈବ ବିବିଧତାର ବିକାଶ କରିବା।

ବାଟାଲିୟନ ପରିସରରେ ଥିବା ଗଛଗୁଡ଼ିକରେ ପକ୍ଷୀମାନଙ୍କ ପାଇଁ କୃତ୍ରିମ ବସା ସ୍ଥାପନ କରାଯାଇ ପକ୍ଷୀମାନଙ୍କୁ ନିରାପଦ ଆଶ୍ରୟସ୍ଥଳ ଯୋଗାଇଦେବାI ଏହି ପରିଯୋଜନାକୁ ପଞ୍ଚସ୍ତରୀୟ ପର୍ଯ୍ୟାୟରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ବାଟାଲିୟନ ପରିସରର ବିଭିନ୍ନ ବୃକ୍ଷ ଏବଂ ନିରାପଦ ସ୍ଥାନମାନଙ୍କରେ ମୋଟ ୨୦ଗୋଟି କୃତ୍ରିମ ପକ୍ଷୀ ବସା ସ୍ଥାପନ  ସହିତ, ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା କରାଯାଇଛି।

ଆଗାମୀ ପର୍ଯ୍ୟାୟରେ ଆଉ ୧୦୦ ଗୋଟି ପକ୍ଷୀ ବସା ଲଗାଯିବାର ବ୍ୟବସ୍ଥା କରାଯାଉଛି I ଆଗାମୀ ଦିନରେ ବାଟାଲିଅନ ପରିସରକୁ ଯେମିତି ଅଧିକରୁ ଅଧିକ ପକ୍ଷୀଙ୍କ ଆଗମନ ହେବ, ସେଥିନିମନ୍ତେ ଉତ୍ତମ ପଦକ୍ଷେପ ଗ୍ରହଣ କରାଯାଉଛି।

ଏହି ଅବସରରେ ଦୁର୍ଗପତି  ଏବଂ ପରିବେଶବିତ୍ ରବୀନ୍ଦ୍ର ସାହୁ, ପ୍ରକୃତି ଏବଂ ମନୁଷ୍ୟ ମଧ୍ୟରେ ସହାବସ୍ଥାନର ଅପରିହାର୍ଯ୍ୟତା ଉପରେ ଆଲୋକପାତ କରିଥିଲେI ସମସ୍ତ ପଦାଧିକାରୀ ଓ ଯବାନବୃନ୍ଦଙ୍କୁ ଏହି ବସାଗୁଡ଼ିକର ସମ୍ୟକ୍ ରକ୍ଷଣାବେକ୍ଷଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

ଏହି ପୁଣ୍ୟାତ୍ମକ କାର୍ଯ୍ୟକ୍ରମରେ ଉପ- ଦୁର୍ଗପତି ଯଶୋବନ୍ତ ସେଠୀ, ସହକାରୀ ଦୁର୍ଗପତି ପ୍ରି.ମୁଣ୍ଡା, ନିରୀକ୍ଷକ ଏସ.ଜେ.

ରେଡ୍ଡୀ, ନିରୀକ୍ଷକ ଏସ.

ମଙ୍ଗରାଜ, ନିରୀକ୍ଷକ ପି.

ଦଣ୍ଡପାଠ, ନିରୀକ୍ଷକ ଗିରୀଶ ଚନ୍ଦ୍ର ମାଝୀ, ନିରୀକ୍ଷକ ତ୍ରିନାଥ ବେହେରା, ହାବିଲଦାର ଏବଂ ସିପାହୀ ସଂଘର ସଭାପତି ହାବିଲଦାର ଯଶୋବନ୍ତ ସ୍ୱାଇଁ ପ୍ରମୁଖ ସମେତ ଅଷ୍ଟମ ବାଟାଲିୟନର ସମସ୍ତ  ଯବାନବୃନ୍ଦ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।

Youth Stabbed: ଉମରକୋଟ କଲେଜ ନିର୍ବାଚନ ପୂର୍ବରୁ ଗୋଷ୍ଠୀ ସଂଘର୍ଷ: ଯୁବକଙ୍କୁ ଛୁରାମାଡ଼, ଜଣେ ଅଟକ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)